Uncategorized

ଏନ୍ଇପି ଆଧାରରେ ଡିଗ୍ରୀ କଲେଜରେ ନାମଲେଖା ଆସନ୍ତା ଏପ୍ରିଲ୧୬ ରୁ ଆବେଦନ ଓ ଜୁଲାଇ ୧୦ ସୁଦ୍ଧା ପାଠପଢା

Spread It

ଏନ୍ଇପି ଆଧାରରେ ଡିଗ୍ରୀ କଲେଜରେ ନାମଲେଖା ଆସନ୍ତା ଏପ୍ରିଲ୧୬ ରୁ ଆବେଦନ ଓ ଜୁଲାଇ ୧୦ ସୁଦ୍ଧା ପାଠପଢା

ଭୁବନେଶ୍ବର, (ଏ.ପି.ନ୍ୟୁଜ): ଆସନ୍ତା ଶିକ୍ଷାବର୍ଷ (25-26) ପାଇଁ  ସ୍ନାତକ (ଯୁକ୍ତ ତିନି) ନାମ ଲେଖା ପାଇଁ ଆଗୁଆ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ୧୬ ତାରିଖ (ବୁଧବାର)ରୁ ଆବେଦନ ଆରମ୍ଭ ହେବ । ଜୁଲାଇ 10 ସୁଦ୍ଧ‌ା ପାଠପଢା ଆରମ୍ଭ ହେବ । ଜାତୀୟ ଶିକ୍ଷା ନୀତି (ଏନଇପି) 2020 ଅନୁଯାୟୀ ନାମଲେଖା କରାଯିବ । ଛାତ୍ରଛାତ୍ରୀମାନେ କମନ୍ ଆପ୍ଲିକେସନ ଫର୍ମ ପୂରଣ କରିବା ସମୟରେ ନିଜ ପସନ୍ଦ ଅନୁଯାୟୀ ପାଠ୍ୟକ୍ରମର ଗୋଟିଏମୁଖ୍ୟ ବିଷୟ ସହ ଦୁଇଟି ଉପବିଷୟ ଚୟନ କରିପାରିବେ । ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଦିଆଯାଇଛି । ବିଭାଗପକ୍ଷ ପକ୍ଷରୁ କୁହାଯାଇଛି , ସ୍ନାତକୋତ୍ତର ଓ ବିଏତ୍ ନାମଲେଖା ଭଳି ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା ମଧ୍ୟ ଆଗୁଆ ହେବ । ଛାତ୍ରଛାତ୍ରୀମାନେ ଭବିଷ୍ୟତ ଓ ବୃହତ୍ତର ସ୍ବର୍ଥକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଠିକ୍ ସମୟରେ ପାଠ୍ୟକ୍ରମ ଆରମ୍ଭ କରି ଠିକ୍ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ । ଯାହା ଦ୍ବାରା  ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ।

ସାମ୍ସ ୱେବସାଇଟରେ ଏ ସମ୍ପର୍କିତ ସମସ୍ତ ସୂଚନା ମିଳିବ । ଏହି ୱେବସାଇଟରେ ଏ ସମ୍ପର୍କିତ ସମସ୍ତ ସୂଚନା ମିଳିବ । ଏହି ୱେବସାଇଟରେ ଫର୍ମ ଫର୍ମ ପୂରଣ ପାଇଁ ଆବେଦନ କରାଯିବ । ସାମ୍ସର ତଥ୍ୟ ଅନୁଯାୟୀ ଚଳିତ ଶିକ୍ଷାବର୍ଷ ପାଇଁ ୧୦୫୩ କଲେଜ ଓ ବିଶ୍ବବିଦ୍ୟାଳୟ ରେ ଯୁକ୍ତ ତିନି ନାମଲେଖା ଯୁକ୍ତ ତିନି ନାମଲେଖା ହେବ । ଏଥିପାଇଁ ମୋଟ ୨ ଲକ୍ଷ ୭୩ ହଜାର ୧୮୪ଟି ସିଟ୍ ରହିଛି । ଏଥିରୁ କଳା ପାଇଁ ୧ଲକ୍ଷ ୫୫ହଜାର ୧୬୮, ଫିଜିକ୍ସ (ସାଇନ୍ସ) ପାଇଁ ୪୪ହଜାର ୭୪୦, ‌ବାୟୋ ସାଇନ୍ସରେ ୨୮ ହଜାର ୧୧୬, ବାଣିଜ୍ୟରେ ୩୨ ହଜାର୨୮, ସେଳ୍ଫ ଫାଇନାନ୍ସରେ ୩୯୨୦, ସଂସ୍କୃତରେ ୯୨୧୨ ସିଟ୍ ରହିଛି । ଗତବର୍ଷ  ୧୦୫୮ ଶିକ୍ଷାନୁଷ୍ଠାନରେ ୨ଲକ୍ଷ ୭୪ ହଜାର ୩୪୩ ସିଟରେ ନାମ ଲେଖା ହୋଇଥିଲା ଏଥିରୁ 2 ଲକ୍ଷ ୫ହଜାର ୮୧ ଜଣ ନାମଲେଖାଇଥିବା ବେଳେ ଆହୁରି 69ହଜାର ୨୫୨ଟି ସିଟ୍ ଖାଲି ପଡିଥିଲା ।

Leave a Reply

Your email address will not be published. Required fields are marked *