ଏନ.ଏ.ସି ପକ୍ଷରୁ ହୋଡ଼ିଂ ହଟାଇବା ଅଭିଯା
ନିମାପଡ଼ା, (ଆଜି ପର୍ଯ୍ୟନ୍ତ ନିୟୁଜ) ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପରିଷଦ ଅଞ୍ଚଳ ମଧ୍ୟରେ ବିଭିନ୍ନ ସଂସ୍ଥା ପକ୍ଷରୁ ଅନମତି ନନେଇ ବିଜ୍ଞାପନ ହୋଡ଼ିଂ ଳଗାଇଥିବାରୁ ସେଗୁଡ଼ିକୁ ଆଜି ଏନ.ଏ.ସି ପକ୍ଷରୁ ନିଜ ଉଦ୍ୟମରେ ଖୋଲି ନିଆଯାଇଛି। ପ୍ରଥମ ପର୍ୟ୍ୟାୟରେ ଆଜି ଅମଲାପଡ଼ା ଠାରୁ ଗୁହାଳ ପଡ଼ା ଏବଂ ଜେଲରାସ୍ତା ପର୍ୟ୍ୟନ୍ତ ବେଆଇନଭାବେ ଲାଗିଥିବା ହୋଡ଼ିଂ ଗୁଡ଼ିକ ପରିଷଦର କର୍ମଚାରୀମାନେ ହଟାଇନେଇଥିଲେ। ସୁଚନାଯୋଗ୍ୟ ସଂସ୍ଥାମାନେ ହୋଡ଼ିଂ ଲଗାଇ ବିଜ୍ଞାପନ ମାଧ୍ୟରେ ଅର୍ଥ ରୋଜଗାର କରୁଥିଲେ। ମୁନ୍ୟୂସପାଲଟି ଆଇନ ଅନୁସାରେ ଏନ.ଏ.ସିର ଅଞ୍ଚଳରେ ବିଜ୍ଞାପନ କଳେ ଏନ.ଏ.ସିର ଅନୁମତି ହାସଲ କରି ଟିକସ ପଇଠ କରିବା । ନିମାପଡ଼ା ଏନ.ଏ.ସିରେ ଅନୁମତି ନନେଇ ହୋଡ଼ିଂ ଲଗାଇଥିବାରୁ ଆଜି କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ଆଗାମୀ ଦିନରେ ଅନ୍ୟାନ୍ୟ ଅଞ୍ଚଳରେ ଅନୁମତି ନନେଇ ଲାଗିଥିବା ହୋଡ଼ିଂ ଉପରେ କାର୍ଯ୍ୟାନୁଷ୍ଠା ନିଆଯିବ ବୋଲି ପରିମଳ ଅଧିକାରୀ ବିଜୟ କୁମାର ଗ୍ରହଚାର୍ଯ୍ୟ କହିଛନ୍ତି। ଶାନ୍ତି ଶୃଙ୍ଖଳା ବ୍ୟାହତ ହେବା ଆଶଙ୍କାରେ ପୁଲିସ ଫୋର୍ସ ମୁତ୍ତୟନ ହୋଇଥିଲେ
