ଖେଲାର ବଜାରରେ ଫାଣ୍ଡି ପ୍ରତିଷ୍ଠା କେବେ?
ନିମାପଡ଼ା, ଖେଲାର ବଜାର ରେ ଥିବା ପ୍ରସ୍ତାବିତ ଫାଣ୍ଡି ପ୍ରତିଷ୍ଠା କେବେ ହେବ ବୋଲି ଶାନ୍ତି ଶୃଙ୍ଖଳା ରକ୍ଷା ଦୃଷ୍ଟିରୁ ସାଧାରଣ ଲୋକ ନ୍ୟାୟ ପାଇବେ ଖେଳାର ଅଞ୍ଚଳର ବରିଷ୍ଠ ନାଗରିକ ମଚଂ ପ୍ରକାଶ କରିଛନ୍ତି। ଖେଲାର ବଜାର ନିମାପଡ଼ାଠାରୁ ୧୨କିମି ଦୁରରେ ଅବସ୍ଥିତ। ଦୁର୍ଘଟଣା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ପାଇଁ ପୁଲିସ ପହଁଞ୍ଚିବା ସମୟ ସାପେକ୍ଷ ହେଉଛି। ସୁଚନାଯୋଗ୍ୟ ନିମାପଡ଼ା ଥାନାକୁ ଅଞ୍ଚଳକୁ ତିନି ଭାଗରେ ବିଭକ୍ତ କରାଯାଇଛି। ସେଥିରୁ ବଳଙ୍ଗା ଠାରେ ନିମାପଡ଼ା ବ୍ଲକଅଧିନରେ ଥିବା ପଞ୍ଚାୟତ ଏବଂ ପିପିଲି ର ପଞ୍ଚାୟତ କୁ ନେଇ ବଳଙ୍ଗା ଠାରେ ଫାଣ୍ଡି ପ୍ରତିଷ୍ଠା ହୋଇଥିଲା ସେହିଭଳି ଚାରିଛକ ଠାରେ ୭ଟି ପଞ୍ଚାୟତକୁ ନେଇ ଫାଣ୍ଡି ପ୍ରତିଷ୍ଠାହୋଇଥିଲା । ନିମାପଡ଼ା ଥାନା ଅଧିନରେ ଏନ.ଏ.ସି ସମେତ ବିସ୍ତିତ ଗ୍ରମାଞ୍ଚଳ ରହିଛି। ବଳଙ୍ଗା ଏବଂ ଚାରିଛକ ଫାଣ୍ଡିଦୁଇଟିକୁ ଅପ-ଗ୍ରେଡ଼ କରାଯାଇ ପୁର୍ଣ୍ଣ ଥାନାରେ ପରିଣିତ କରାଯାଇଛି ଏବଂ ସେହି ଅଞ୍ଚଳର ଲୋକମାନଙ୍କୁ ତ୍ବରିତ ନ୍ୟାୟ ପୁଲିସ ଦେଇପାରିଛି। କିନ୍ତୁ ଏହି ଥାନା ଅଧିନରେ ଥିବା ଖେଲାର ବଜାର ଠାରେ ଏକ ଫାଣ୍ଡି ପ୍ରତିଷ୍ଠା କରାଗଲେ ସ୍ଥାନୀୟ ବ୍ଲକର ଅଧିନରେ ଥିବା ରେଞ୍ଚ ଶାସନ, ହରିପୁର, ଗଡ଼ପଦନପୁର, ଧନୁଆଁ , ଶାଇଁଶ ଶାସନ,ଅଲଣ୍ଡା , ଶଗଡ଼ା ଏବଂ ବାଲିପାଟଣା ବ୍ଲ ଅଧିନସ୍ଥ ଶୁମୁଣା ଶାସନ ଓ ରାଜସ ପଞ୍ଚାୟତର ଲୋକମାନେ ଆଇନଶୃଙ୍ଖଳା ପରିସ୍ଥିତି ଓ ରାସ୍ତା ଦୁର୍ଘଟଣା ଆଦି କ୍ଷେତ୍ରରେ ପୁଲିସ ନ୍ୟାୟ ପାଇବା କ୍ଷେତ୍ରରେ ବହୁ ବିଳମ୍ବ ଘଟୁଛି। ଖେଲାର ବଜାର ନିକଟରେ ୩ଟି ଜାତୀୟ କରଣ ବ୍ୟାଙ୍କ। ଗୋଟିଏ ଉଚ୍ଚମାଧ୍ୟମିକ ସ୍କୁଲ, ଗୋଟିଏ ଡ଼ିଗ୍ରି କଲେଜ , ଦୁଇଟି ହାଇସ୍କୁଳ, ଗୋଟିଏ ଇଂଗ୍ରାଜି ମାଧ୍ୟମ ବିଧ୍ୟାଳୟ ଏବଂ ମଦ ଦୋକାନ ରହିଛି। ଖେଲାରରେ ସପ୍ତାହକୁ ୨ଥର ହାଟ ବସିଥାଏ। ବହୁ ଚାଷୀ ଏବଂ ବ୍ୟବସାୟୀ ହାଟକୁ ବ୍ୟବସାୟ କରିବାକୁ ଆସିଥାନ୍ତି। ପ୍ରତ୍ୟେକ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ଦେଖାଯାଉଛି। ବ୍ୟବସାୟୀ କ୍ଷେତ୍ରର ଏକ ପ୍ରମୁଖ ଅଞ୍ଚଳରେ ପାଳଟିବାକୁ ଯାଉଛି। ପର୍ଯଟନ ବିଭାଗର ସ୍ବର୍ଣ୍ଣ ତ୍ରୁଭୁଜ ମଧ୍ୟରେ ଥିବା ନିମାପଡ଼ା ଓ ପିପିଲି ମୁଖ୍ୟରାସ୍ତାର ମଧ୍ୟସ୍ଥଳରେ ଖେଲାର ବଜାର ଅବସ୍ଥିତ। ଦୈନିକ ୧୫ ହଜାର ଲୋକ ଏହି ବଜାର ଉପରେ ନିର୍ଭର ଶୀଳ ହୋଇ ବଜାରକୁ ଆସିଥାନ୍ତି। ଆଇନଶୃଙ୍ଖଳା ପରିସ୍ଥିତି କିମ୍ବା ଦୁର୍ଘଟଣା , ଚୋରୀ ଡ଼କାୟତି ଆଦି ଘଟଣା ଘଟିଲେ ପୁଲିସ ପହଁଞ୍ଚିବାରେ ବିଳମ୍ବ ହୋଇଥାଏ।ଏବଂ ଟ୍ରାଫିକସମାସ୍ୟା ପ୍ରତିଦିନ ଦେଖାଦେଉଛି ପୁଲିସ ଅନୁପସ୍ଥିତିରେ ସମାଧାନ ନିଜେ ବଜାର ବାସୀ କରିଥାନ୍ତି। ଦର୍ଘଟଣା ଆଦି ଘଟଣା ଘଟିଲେ ପୁଲିସ ଘଟଣାସ୍ଥଳରେ ପହଁଞ୍ଚିବାକୁ ସମୟସାପେକ୍ଷ ହେଉଛି। ଏବଂ ରାସା ଅବରୋଧ ଘଟଣାମାନ ଦେଖାଦେଉଛି । ନିମାପଡ଼ା ପୁଲିସ ଏହି ଅଞ୍ଚଳ କୁ କେବଳ ପେଟ୍ରୋଲିଂ କରିବାକୁ ଆସି ଫେରିଯାଇଥାଏ। ତେଣୁ ନିଶା ଚେରା କାରବାର କରୁଥିବା ବ୍ୟବସାୟୀମାନେ ଏଠାରେ ସକ୍ରିୟ ହୋଇଛନ୍ତି। ୫ବର୍ଷ ପୂର୍ବେ ଖେଲାର ବଜାରରେ ୨୦୦୯ ମସିହାରେ ଏକ ପୁଲିସ ସହୟତା କେନ୍ଦ୍ର ଖୋଳାଯାଇ ଥିଲା। ତାହା ଏବେ ବସ୍ତୁତ ବନ୍ଦ ହୋଇପଡ଼ିଛି ଳୁହାରେ ତିଆରି ସହୟତା କେନ୍ଦ ଏବେ ଖତ ଖାଉଛି। ଖେଲାର ସମେତ ଏହି ବଜାର ଆଖପାଖ ପଞ୍ଚାୟତର ଗରୀବ ଲୋକମାନେ ଖର୍ଚ୍ଚାନ୍ତ ହୋଇ ଏବଂ ସମୟକୁ ଅପଚୟକରି ନିମାପଡ଼ା ଥାନାକୁ ଯାଉଛନ୍ତି। ଖେଲାର ବଜାରରେ ଫାଣ୍ଡି ପ୍ରତିଷ୍ଠା କରାଗଲେ ଟ୍ରାଫିକ ସମାସ୍ୟା ସମେତ ଆଇନଶୃଙ୍ଖଳା ସମାସ୍ୟା ପରସ୍ଥିତିର ସମାଧାନ ହୋଇପାରିବ ଏବଂ ଏହି ଅଞ୍ଚଳରେ ନିଶା ଦ୍ରବ୍ୟ କାରବାର କରୁଥିବା ଲୋକମାନେଙ୍କ ବିରୁଦ୍ଦରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ହରିଶପୁର ନାଗରିକ ମଂଚର କର୍ମତ୍ତାମାନେ ପୁରୀ ଜିଲା ଏସ.ପି ନିମାପଡ଼ା ଏସ.ଡ଼ି.ପି.ଓ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।