ପୁରୀରେ ହବିଷ୍ୟାଳୀମାନେ ସଙ୍କଳ୍ପକରି କାର୍ତ୍ତିକ ବ୍ରତ ଆରମ୍ଭ କଲେ
ପୁର(ଆଜି ପର୍ଯ୍ୟନ୍ତ ନିୟୁଜ) ଚଳିତ ବର୍ଷ ର କାର୍ତ୍ତିକ ବ୍ରତ ବା ରାଈଦାମୋଦର ବ୍ରତ ଆଜିଠାରୁ ଆରମ୍ଭ ହୋଇଛି।।ଏହି ବ୍ରତ ନଭେମ୍ବର ୫ ତାରିଖ ପର୍ୟ୍ୟନ୍ତ ଜାରି ରହିବ।ଗତକାଲି ସଂଧ୍ୟା ଠାରୁ ଅନଲାଇନ ମାଧ୍ୟମରେ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଥିବା ହବିଷ୍ୟାଳୀ ମା ମାନେ ନିର୍ଦ୍ଧାରିତ ହବିଷ୍ୟାଳୀ କେନ୍ଦ୍ର ରେ ପଞ୍ଜିକରଣ କରି ରହୁଥିବା ହବିଷ୍ୟାଳୀମାନେ ଆଜି ଶିବିରରେ ସଂଙ୍କଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ଶିବିରରେ ନିର୍ମାଣ କରାଯାଇତିବା ତୁଳସୀ ଚଉରା ମୂଳରେ ରାଇଦାମୋଦର ପୂଜା ଆରମ୍ଭ କରିଛନ୍ତି। ପରେ ହବିଷ୍ୟାଳୀମାନେ ଶ୍ରୀମନ୍ଦିର କୁ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସକାଳୁ ସମସ୍ତ କେନ୍ଦ୍ର ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ହବିଷ୍ୟାଳୀ କେନ୍ଦ୍ର ଅନୁଧ୍ୟାନ କରି ଦାୟିତ୍ୱ ରେ ଥିବା ଅଧିକାରୀ ମାନଙ୍କୁ ବିବିଧ ପରାମର୍ଶ ଦେଇଥିଲେ।ଯେପରି କୌଣସି କ୍ଷେତ୍ରରେ ହବିଷ୍ୟାଳୀ ମା ମାନଙ୍କ ର ଅସୁବିଧା ନ ହୁଏ ସେଥି ପ୍ରତି ଯତ୍ନବାନ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ପରେ ହବିଷ୍ୟାଳୀ ମା ମାନଙ୍କ ସହ, ସ୍ବେଚ୍ଛାସେବୀ ମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ।ବିଭିନ୍ନ କେନ୍ଦ୍ର ରେ ବରିଷ୍ଠ ଅଧିକାରୀ ମାନଙ୍କ ତତ୍ତ୍ୱାବଧାନରେ ଅନ୍ୟାନ୍ୟ ବିଭାଗର ଅଧିକାରୀ, କର୍ମଚାରୀ, ସ୍ବେଚ୍ଛାସେବୀ, ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ପ୍ରମୁଖ କାର୍ଯ୍ୟରତ ଅଛନ୍ତି।ଆଜି ସଂଧ୍ୟା ସୁଦ୍ଧା ୧୯୫୦ ଜଣ ହବିଷ୍ୟାଳୀ ମା ପଞ୍ଜିକରଣ କରି ବିଭିନ୍ନ କେନ୍ଦ୍ର ରେ ରହିଥିବାର ସୂଚନା ମିଳିଛି।
