ମା ଦକ୍ଷିଣ କାଳୀଙ୍କ ପୀଠରେ ନିକଟରେ ଅଘଟଣ l ବିଦ୍ୟୁତ ଆଘାତ ରେ ଦୁଇ ମୃତ
ସାକ୍ଷୀଗୋପାଳ (ଏ.ପି ନିୟୁଜ) ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀର ଗୋବିନ୍ଦ ପୁରସ୍ଥିତ ପ୍ରସିଦ୍ଧ ବାମାବର୍ତ୍ତୀ ବଙ୍ଗୀୟ ତନ୍ତ୍ରପୀଠ ମା ଦକ୍ଷିଣ କାଳୀଙ୍କ ପୂଜା ସମୟରେ ରାତି ପ୍ରାୟ ୧୨ ଟା ସମୟରେ ମଞ୍ଚ ପାର୍ଶ୍ୱରେ ଜଣେ ପୁରୁଷ ବ୍ୟକ୍ତି ଓ ଜଣେ ମହିଳା ବ୍ୟକ୍ତି ବୋଧହୁଏ ଅସାବଧାନତା ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ l ଉପସ୍ଥିତ ସାକ୍ଷୀଗୋପାଳ ଅଗ୍ନିଶମ କେନ୍ଦ୍ରର ଆଗ୍ନିକ ମାନେ ଓ ଭକ୍ତ ମାନେ ଉଭୟ ଆହତଙ୍କୁ ଚିକିତ୍ସା ନିମନ୍ତେ ବୀର ଗୋବିନ୍ଦ ପୁର ଗ୍ରାମରେ କାଳୀପୂଜା ନିମନ୍ତେ ଖୋଲିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଦୀପସ୍ମିତା ରାୟ ପ୍ରାଥମିକ ଚିକିତ୍ସା ପରେ ଆହତ ଦ୍ବୟଙ୍କୁ ଅଧିକ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ l ସାକ୍ଷୀଗୋପାଳ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ l ସତ୍ୟବାଦୀ ପୋଲିସ ଶବ ଦ୍ବୟ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଥିଲେ l ଫୋରେନସିକ ଟିମ ଉଭୟ ମୃତକଙ୍କ ଫଟୋ, ଆଙ୍ଗୁଠି ଛାପ ଓ ଡି ଏନ ଏ ପରୀକ୍ଷା ନିମନ୍ତେ ନମୁନା ସଂଗ୍ରହ କରିଛନ୍ତି l ସତ୍ୟବାଦୀ ଥାନାରେ ୨୬/୨୦୫ ନମ୍ବରରେ ଏକ ମୋକଦ୍ଦମା ରୁଜୁ ହୋଇଅଛି l ମୃତକ ଦ୍ବୟଙ୍କ ପରିଚୟ ଜଣା ନ ପଡ଼ିଥିବା ଦୃଷ୍ଟିରୁ ଚି଼ହ୍ନଟ ନିମନ୍ତେ ସତ୍ୟବାଦୀ ପୋଲିସ ତରଫରୁ ଉଭୟ ମୃତକଙ୍କ ଫଟୋ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରସାର କରାଯିବ ବୋଲି ସତ୍ୟବାଦୀ ଥାନା ଆଇ ଆଇ ସି ବିଜୟ କେତନ ବେହେରା ସୂଚନା ପ୍ରଦାନ କରଛନ୍ତି।
