୫୦ଟି ଗ୍ରାମର ଲୋକ ପାଣି ପାଇଁ ହନ୍ତସନ୍ତ
୫୦ଟି ଗ୍ରାମର ଲୋକ ପାଣି ପାଇଁ ହନ୍ତସନ୍ତ
ନିମାପଡ଼ା,୧୭/୪(ଏପି ନ୍ୟୁଜ) ନିମାପଡ଼ା ବ୍ଲକର ଅନ୍ୟୂନ ୫୦ ଗ୍ରାମର ଲୋକମାନେ ପାଣି ପାଇଁ ହନ୍ତ୍ସନ୍ତ ହେଉଥିବା ବିଭିନ୍ନ ଗ୍ରାମର ଲୋକମାନେ ବିଡ଼ିଓଙ୍କୁ ଅଭିଯୋଗ କରିଛନ୍ତି। ଭୋଗାଶଳଦା ପଞ୍ଚାୟତଅନ୍ତର୍ଗତ ନଢଣା , କାନପୁର, ନଢଣା ଦଳିତ ସାହିର ଶାଇଶଁ ଶାସନ କୁଅଁରପୁର ରଟିଲୋ ପଞ୍ଚାୟତର ରଟିଲୋ ଗ୍ରାମ, ସଲଙ୍ଗ ପଞ୍ଚାୟତର ଜଅଁରା ଓ ଶଗଡ଼ା ଗ୍ରାମ ପଞ୍ଚାୟତ ଚିତ୍ରା ଗ୍ରାମଇତ୍ୟାଦିରେ ଗ୍ରାମବାସୀମାନେ ପିଇବା ପାଣି ମୁନ୍ଦେ ପାଇବା ପାଇଁ ହନ୍ତସନ୍ତ ହେୁଥିବା ସପୃକ୍ତ ଗ୍ରାମବାସୀମାନେ ଅଭିଯୋଗ କରିଚନ୍ତି। ପ୍ରତ୍ୟେକ ପରିବାରରେ ନଳକୂପ ରହିଛି। ଭୂତଳ ଜଳସ୍ତର ୩୪ମିଟରୁ ୩୯ ମିଟର ଭୂତଳ ଜଳସ୍ତର ହାତ୍ସପାଇବାରୁ ନଳକୂପ ଗୁଡ଼ିକରେ ଆଉ ପାଣି ବାହରୁ ନାହିଁ। ଭୋଗଶଳଦା ପଞ୍ଚାୟତରେ ବସୁଧା ଯୋଜନାରେ ଯୋଜନା ପିଇବା ପାଣିପାଇଁ ଓଭରହେଡ଼ ଟ୍ୟାଙ୍କ ନିର୍ମାଣ କରାଯାଇଛି ପାଇପ ଯୋଗେ ଜଳ ଯୋଗାଯାଉଛି ସ୍ଥାପନ ହୋଇଛି ହେଳେତଳ ମୁଣ୍ଡକୁ ପାଇପରେ ପାଣି ଯାଉନାହିଁ । ଭୂତଳ ଜଳ ସ୍ତର ହାତ୍ସପାଇବାର ମୁଖ୍ୟ କାରଣ କୁଶଭଦ୍ରା ନଦୀ, ସମେତ ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଯୋର ଗଡ଼ିଆ ପୋଖରୀଗୁଡ଼ିକ ଜଳ ଉତ୍ସଗୁଡ଼ିକ ଶୁଖିଲା ପଡ଼ିଥିବାରୁ ଭୁତଳ ଜଳସ୍ତର ଦ୍ରୁତ ଗତିରେ ହାତ୍ସପାଇବାରେ ଲାଗିଛି। ଜଳସେଚନ ବିଭାଗ କେନାଲଦ୍ବାରା ପୁରୀ କେନାଲ ଏବଂ ନିମାପଡ଼ା , ଗୋପ କୁଣ୍ଢେଇ ଶାଖା କେନାଲରେ ପାଣି ଛାଡ଼ିଲେ ଗଡ଼ିଆ ପୋଖରୀଓ ଯୋର ଗୁଡ଼ିକରେ ପାଣି ଭର୍ତ୍ତି ହୋଇ ପୂର୍ଣ୍ଣ ରହିଲେ ଭୁତଳ ଜଳସ୍ତର ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି। ରଟିଲୋ ଗ୍ରାମରେ ଜଳ କଷ୍ଟ ଦେଖାଦେବାରୁ ୨୫୦ ବାସିନ୍ଦା ଗ୍ରାମରେ ଥିବା ଏକମାତ୍ର କୂପ ଉପରେ ନିର୍ଭର କରିଛନ୍ତି। ପ୍ରତିଦିନ ସରକାରୀ ନଳକୂପରୁ ମୁନ୍ଦେ ମୁନ୍ଦେ ବାହାରୁଥିବା ପାଣି ନେବାପାଇଁ ନଢଣା ଦଳିତ ସାହି ଏବଂ ଜଅଁରା ଗ୍ରାମର ମହିଳାମାନେ ପାଣି ବାଳଟିଏ ନେବାପାଇଁ ସରକାରୀ ନଳକୂପ ଆଗରେ ଲାଇନରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଥିବା ଦେଖିବାକୁ ମିଳିଛି। ପାଇପଯୋଗେ ଆସୁଥିବା ପାଣି ବାଲଟିଏ ସଂଗ୍ରହପାଇଁ ଅଧଘଣ୍ଟା ସମୟ ଲାଗୁଥିବାଜଅଁରା ନଢଣା ଦଳିତ ସାହିର ଏବଂ ଦଳିତ ମହିଳାମାନେ ଅଭିଯୋଗ କରିଛନ୍ତି। ଖରାଦିନରେ ସକାଳେ ଓ ଅପରାହ୍ନରେ ୫ଘଣ୍ଟା ପାଣି ଯୋଗାଣର ନିୟମଥିବାବେଳେ ମାତ୍ର ଦେଢରୁ ଦୁଇଘଣ୍ଟା ମନଇଛା ପାଣି ଯୋଗାଣ କରି ବନ୍ଦ କରିଦେଉଥିବା ଅଭିଯୋଗ କରିଛନ୍ତି (ଫଟ)