ରାଜ୍ୟ

ଆୟୁଷ୍ମାନ କାର୍ଡ ବଣ୍ଟନ ଅର୍ଥ ଆଦାୟ ଅଭିଯୋଗ

Spread It
ଆୟୁଷ୍ମାନ କାର୍ଡ ବଣ୍ଟନ ଅର୍ଥ ଆଦାୟ ଅଭିଯୋଗ
ନିମାପଡା, ଶେଷରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ କାର୍ଡ ହିତାଧିକାରିଙ୍କୁ ବଣ୍ଟନ ବ୍ୟବସ୍ଥା ରାଜ୍ୟ ସରକାର ଆରମ୍ଭ କରିଛନ୍ତି l ବିନାଦେୟରେ ହିତାଡ଼ିକାରୀ କାର୍ଡ ପାଇବେବୋଲି ସରକାରୀ  ନିୟମ ରହିଛି l  ଏହାକୁ ଉଲ୍ଲଙ୍ଘନ କରି ବଣ୍ଟନ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ବିଭାଗର ତଳିଆ କର୍ମଚାରୀମାନେ କାର୍ଡ ପିଛା ଟ ୩0 ଙ୍କା ଆଦାୟ କରୁଥିବା ଦେଖିବାକୁ ମିଳୁଛି l ଏଭଳି ଅଭିଯୋଗ ଆସିଛି ନିମାପଡା ବ୍ଲକ ଅଧୀନ ଗଡ଼ପଦନପୁର ପଞ୍ଚାୟତରେ l ବିନା ଅର୍ଥ ସିଧାସଳଖ କାର୍ଡ ଦେବେନାହିଁ ବୋଲି ରୋକଠକ କହୁଛନ୍ତି l ଫଳରେ ହିତାଧିକାରୀମାନେ କାର୍ଡ ନପାଇ ନିରାଶ ହେଉଛନ୍ତି l ଏହି ଘଟଣାକୁ ଜନସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି l

Leave a Reply

Your email address will not be published. Required fields are marked *