ରାଜ୍ୟ

ଆୟୁଷ ମାନ ଭାରତ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ

Spread It

ବଳଙ୍ଗା ତା ୧୧-୪- (ସ ମି ସ ) କଟକ ବାଲି ଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଆରୋଗ୍ୟ ଯୋଜନା, ଗୋପ ବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ବଳଙ୍ଗା ଓ ନୂଆସନ୍ଥ ସ୍ଵାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପରିସରରେ ନୁତନ ହିତାରକାରୀ ମାନଙ୍କୁ କାର୍ତ ବଣ୍ଟନ କରାଯାଇଛି । ବଳଙ୍ଗା ମେଡିକାଲ ପରିସରରେ ନିମାପଡ଼ା ବିଡ଼ିଓ ଡଃ ଅଭିଜିତ ଷଢ଼ଙ୍ଗୀ , ନିମାପଡ଼ା ସ୍ଵାସ୍ଥ୍ୟ କେନ୍ଦ୍ର ମୂଖ୍ୟ ସୁବ୍ରତ କୁମାର ମହାପାତ୍ର, ସରପଞ୍ଚ ଅଞ୍ଜଳି ପ୍ରଧାନ, ଜୟନ୍ତି ବିଶ୍ଵାଳ, ଯତିନ୍ଦ୍ର ସ୍ଵାଇଁ , ପ୍ରଭାକର ନାୟକ , ଶୁଭକାନ୍ତ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ୫ଜଣ ହିତାଧିକାରୀ ମାନଙ୍କୁ କାର୍ଡ ବଣ୍ଟନ କରିଥିଲେ । ସେହିଭଳି ନୂଆସନ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଅନୁସୟା ମହାନ୍ତି, ସରପଞ୍ଚ ପ୍ରଫୁଲ୍ଲ କୁମାର ସ୍ୱାଇଁ, ସମିତି ସଭ୍ୟ ଦୁର୍ଗାପ୍ରସାଦ ପ୍ରଧାନ, ପ୍ରମୁଖ ଯୋଗଦେଇ ହିତାଧିକାରୀ ମାନଙ୍କୁ କାର୍ଡ଼ ବଣ୍ଟନ କରିଥିଲେ l ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଉପସ୍ଥିତ ଥିବା ଜନସାଧାରଣ ଭର୍ଚୁଆଲ ମାଧ୍ୟମରେ ଦେଖିଥିଲେ।

Leave a Reply

Your email address will not be published. Required fields are marked *