ରାଜ୍ୟ

ଉଦଯାପିତ ହେଲା ବସନ୍ତ ଉତ୍ସବ

Spread It

ନିମାପଡା, ୧୨/୪(ରଞ୍ଜନ ପଟ୍ଟନାୟକ ) ନିମାପଡା ବଡବଜାର ଯୁବକ ସଂଘ ଦ୍ୱାରା ଆୟୋଜିତ ବସନ୍ତ ଉତ୍ସବ ଶନିବାର ରାତିରେ ଉଦଯାପିତ ହୋଇଯାଇଛି l ଉଦଯାପନି ସନ୍ଧ୍ୟାରେ ମୁଖ୍ୟଅତିଥିଭାବେ ସମାଜସେବୀ ଦିଲ୍ଲୀପ କୁମାର ନାୟକ ଯୋଗଦେଇ ବସନ୍ତ ଉତ୍ସବ ଆମର ମହାନ ସାଂସ୍କୃତିକ ପରମ୍ପରକୁ ଉଜ୍ଜୀବିତ ଜାରିବାରେ ସହାୟକ ହୋଇପାରିଛି ବୋଲି କହିଥିଲେ l ବସନ୍ତ ଉତ୍ସବ ଏକ ସାଂସ୍କୃତିକ ଅନ୍ବେଷଣ ବୋଲି ଅନ୍ୟତମ ଅତିଥି ଭାବେ ଯୋଗଦେଇ ନିମାପଡା ରେ ପ୍ରେସ କ୍ଲବ ସଭାପତି ଅକ୍ଷୟ ବେହେରା ଅନ୍ୟତମ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ l ଅନ୍ୟତମ ଅତିଥି ଭାବେ ଯାଦବ ମହାସଂଘ ସଭାପତି ଗୟାଧର ବେହେରା ପ୍ରମୁଖ ଯୋଗଦେଇଥିଲେ l ଏହି ଅବସରରେ ନିମାପଡା ଅଞ୍ଚଳର ଶିକ୍ଷାବିତି ନିର୍ମଳ ମିଶ୍ର, ନୃତ୍ୟଗୁରୁ ବିଷ୍ଣୁ ଚରଣ ସାସମଲଙ୍କ ସହିତ ୫ ଜଣ ଖବରଦାତା ଅକ୍ଷର ବେହେରା, ରମାକାନ୍ତ ବେହେରା, ପ୍ରଦ୍ୟୁମ୍ନ ବେହେରା ଏବଂ ସୁଦର୍ଶନ ବେହେରାଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ସଂଘ ସଭାପତି ପ୍ରଦ୍ୟୁମ୍ମ ବେହେରା, ସମ୍ପାଦକ ନଳିନୀକାନ୍ତ ସାହୁଙ୍କ ନେତୃତ୍ୱରେ ପରିଚାଳିତ ସାଂସ୍କୃତିକ ସନ୍ଧ୍ୟାକୁ ରାଜେଶ ସାହୁ, ପରମେଷ୍ଟି ବେହେରା, ବିଶ୍ୱଜିତି ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ଶେଷରେ “ମେଘ ମଲ୍ଲହlର “ଗ୍ରୁପ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

Leave a Reply

Your email address will not be published. Required fields are marked *