ଏକ ଲବ୍ୟଶିକ୍ଷାନୁଷ୍ଠାନ ପକ୍ଷରୁ ବିଜ୍ଞାନ ପ୍ରଦର୍ଶନୀ ଓ ମେଳା ୨୦୨୫
ନିମାପଡ଼ା,(ଆଜିପର୍ଯ୍ୟନ୍ତ)ନିକଟସ୍ଥ ତଳଅଣ୍ଢିଆ ବେହେରା ସାହି ଠାରେ ଥିବା ପିଙ୍ଗଳାକ୍ଷୀ ୱେଲଫାୟାର ଅର୍ଗାନାଇଜେସନ ଦ୍ବାରା ପରିଚାଳିତ ଏକଲବ୍ୟ ଶିକ୍ଷା କେନ୍ଦ୍ର ଓ ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ପ୍ରଥମ ଠାରୁ ସପ୍ତମଶ୍ରେଣୀ ପରର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ବିଜ୍ଞାନ ପ୍ରଦର୍ଶନୀରେ ଭାଗନେଇଥିଳେ।। ଏହି ବିଜ୍ଞାନ ପ୍ରଦର୍ଶନୀରେ ୧୦୧ ଜଣ କୁନି ବୈଜ୍ଞାନିକ ଭାଗନେବାସହ ସେମାନଙ୍କର ପ୍ରକଳ୍ପ ଗୁଡ଼ିକ ମେଳାରେ ପ୍ରଦର୍ଶିତ କରିଥିଳେ। ଅପରାହ୍ନରେ ଅନୁଷ୍ଠିତ ପୁରଷ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥିଭାବେ କେ ଭେଙ୍କଟେଶ୍ପର ରାଓ ,,ଅତିରିକ୍ତ ତହସିଲଦାର ନିରଞନ ନାୟକ,ସମ୍ମାନ୍ନିତ ଅତିଥିଭାବେ ସିପିଡ଼ବ୍ଲୁଓର ସଭାପତି ଗୋବିନ୍ଦ ଜନ୍ଦ୍ର ନାୟକ, ସଂପାଦକ ଗଗନ ବିହାରୀ ଦାସ କୋଷଧ୍ୟକ୍ଷ ପଦ୍ମଲୋଚନ ମହାନ୍ତି ଏକଲବ୍ୟ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଲିଙ୍ଗରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପ୍ରଦର୍ଶନୀରେ ଭଲ ପ୍ରକଳ୍ପ ପ୍ରଦର୍ଶିତ କରିଥିବା ୯ଜଣଛାତ୍ରଛାତ୍ରୀ ପ୍ରଥମ ପୁରଷ୍କାର ୧୮ ଜଣ କୁନିବୈଜ୍ଞାନିକଙ୍କୁ ଦ୍ବିତୀୟ ଓ ତୃତୀୟ ପୁରଷ୍କାର ପ୍ରଦାନ କରିଥିଲେ। (ଫଟ)
