କାଳବୈଶାଖୀ ନଷ୍ଟ କରିଦେଲା ମୁଗ ଫସଲ
କାଳବୈଶାଖୀ ନଷ୍ଟ କରିଦେଲା ମୁଗ ଫସଲ
ନିମାପଡ଼ା, (ଏ.ପି.ନ୍ୟୁଜ) କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ବୋହିବାରୁ ନିମାପଡ଼ା ବ୍ଳକର ବିଭିନ୍ନ ଅଞ୍ଚଳରେ ହୋଇଥିବା ମୁଗ ଫସଲ ପ୍ରଭାବିତ ହୋଇଛି। ଏକ ସପ୍ତାହ ପରେ ମୁଗଫସଲର ଛୁଇଁ ଗୁଡ଼ିକ ପାଚିଥାନ୍ତା କାଳବୈଶାଖୀ ପ୍ରଭାବରେ ବର୍ଷାହେବାଫଳରେ ମୁଗ ଚାଷୀମାନେ ତରବରରେ ବିଲରୁ ମୁଗଗଛ ଗୁଡ଼ିକ ଓପାଡ଼ି ନେଇ ଆସିଛନ୍ତି। ମୁଗ ଛୁଇଁ ଗୁଡ଼ିକ ଭଲ ଭାବରେ ପାଚି ନଥିବାରୁ ମୁଗ ଅମଳ କରିବା କଷ୍ଟକର ହୋଇ ପଡ଼ିଛି । ତେରୁଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ କୁରୁକୁଣ୍ଡା ଗ୍ରାମର ଗଗନ କୁମାର ପଢିୟାରୀ ନାମକ ଚାଷୀ କହିଛନ୍ତି ଚଳିତ ବର୍ଷ ମାଣେ ଜମିରେ ମୁଗ ଫସଲ କରିଥିଲେ। କାଳ ବୈଶାଖୀ ପ୍ରଭାବରେ ବର୍ଷା ସବୁଦିନ ହେଉଥିବାରୁ ମୁଗ ଅମଳ କରିବା କଷ୍ଟକର ହୋଇ ପଡ଼ିଛି। ବିଲରେ ରହିଲେ ମୁଗ ଛୁଇଁ ଶଢିଯାଉଛି। ଭିଲିଗ୍ରାମ, ଭୋଗଶାଳଦା, ତମ୍ପାଳୋ, ଛଣିଜଙ୍ଗ ସମେତ ନିମାପଡ଼ା ବ୍ଲକର ସମସ୍ତ ପଞ୍ଚାୟତର ଏକା ପ୍ରକାରର ସମସ୍ୟା। ମୁଗଚାଷୀ ମାନେ ତରବରରେ ମୁଗକୁ ବିଲରୁ ଓପାଡ଼ି ଆଣି ଗ୍ରାମରେ ଦାଣ୍ଡରେଥିବା କଂକ୍ରିଟ ରାସ୍ତା ଉପରେ ମୁଗଗଛ ଗୁଡ଼ିକ ଖେଳାଇ ଦେଇ ଶୁଖାଇବା ସହ ତାଉପରେ ଟ୍ରାକ୍ଟର ଚଢାଯାଉଛି। ଟ୍ରାକ୍ଟର ଚଢାଇଲେମଧ୍ୟ ଭଳଭାବରେ ଶୁଖିନଥିବାରୁ ଛୁଇଁ ଫାଟୁନଥିବା କାରଣରୁ ଭଳ ଅମଳହୋଇପାରୁନଥିବା ମୁଗ ଚାଷୀମାନେ କହିଛନ୍ତି। ସାମାନ୍ୟ ଖର୍ଚ୍ଚରେ ମୁଗ ଅମଳ ହୋଇପାରି ଥାନ୍ତା କିନ୍ତୁ ମୁଗ ଚାଷୀମାନେ ଖର୍ଚ୍ଚାନ୍ତ ହୋଇ ଟ୍ରାକ୍ଟର ଭଡ଼ା ଗଣୁଛନ୍ତି। କାଳ ବୈଶାଖୀ ପ୍ରଭାବରେ ମୁଗ ଫସଲ ବ୍ୟାପକ କ୍ଷତିକ୍ଷୟ ହୋଇଛି