କୋରମ ଅଭାବରୁ କାଉନସିଲ ବୈଠକ ବାତିଲ
କୋରମ ଅଭାବରୁ କାଉନସିଲ ବୈଠକ ବାତିଲ
ନିମାପଡ଼ା (ଏ.ପି ନ୍ୟୁଜ) ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଜି ଅନୁଷ୍ଠିତ ହେବ ବୋଲି ସମସ୍ତ ସଭ୍ୟମାନଙ୍କୁ ନୋଟିସ ଜାରି କରାଯାଇଥିଲା । ୧୧ଜଣ କାଉନସିଲର ମଧ୍ୟରୁ ଆବଶ୍ୟକ ସଂଖ୍ୟକ କାଉନସିଲରଙ୍କ ଅନୁପସ୍ଥିତ ଥିବାରୁ କୋରମ ଅଭାବରୁ ପରିଷଦର କାଉନସିଲ ବୈଠକକୁ ବାତିଲ କରିଦିଆଯାଇଛି। ସୂଚନା ଯୋଗ୍ୟ ଆଜିର ବୈଠକରେ ମାତ୍ର ଦୁଇଜଣ କାଉନସିଲର ଓ ଅଧ୍ୟକ୍ଷା ଉପସ୍ଥିତ ଥିଲେ। ତେଣୁ କାଉନସିଲ ବୈଠକକୁ କୋରମ ଅଭାବରୁ ବାତିଲ କରିଦିଆଯାଇଥିଲା। ସୁଚନା ଯୋଗ୍ୟ ନିମାପଡ଼ା ଏନ.ଏ.ସିରେ ୧୧ଜଣ କାଉନସିଲରଙ୍କ ମଧ୍ୟରୁ ଅଧ୍ୟକ୍ଷା ବିଜେଡ଼ି ଦଳର ଅଟନ୍ତି। ତାଙ୍କୁ ତିନି, ଚାରି ଏବଂ ୯ ନମ୍ବର ୱାର୍ଡ଼ର କାଉନସିଲରମାନେ ସମର୍ଥନ ରହିଛି। ୨ ନମ୍ବର, ୧୦ ନମ୍ବର ୱାର୍ଡ଼ର କାଉନସିଲର ବିଜେପି ତଥା ଉପମୁଖ୍ୟମନ୍ତ୍ରୀଙ୍କ ସମର୍ଥକ ଅଟନ୍ତି । ଅବଶିଷ୍ଟ କାଉନସିଲର ବିଜେପି ଦଳକୁ ସମର୍ଥନ କରୁଥିଲେ ମଧ୍ୟ ବିଜେପିର ଅନ୍ୟ ଏକ ଗୋଷ୍ଠୀକୁ ସମର୍ଥନ କରୁଛନ୍ତି । ନିମାପଡ଼ା ଏନ.ଏ.ସିରେ କାଉନସିଲରମାନଙ୍କ ଏକତା ନଥିବାରୁ ଅଚଳାବସ୍ଥା ଲାଗିରହିଛି । ଉନ୍ନୟନ କାର୍ଯ୍ୟ ବ୍ୟାହାତ ହୋଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ସର୍ବମୟ କର୍ତ୍ତା ବୋଲାଉଛନ୍ତି। ନିମାପଡ଼ା ଏନ.ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିୟମ ଅନୁସାରେ ଅଧ୍ୟକ୍ଷା ଓ କାଉନସିଲରମାନେ ବୈଠକରେ କରି ଯାହାନିର୍ଦ୍ଦେଶ ଦେବେ ସେହି ଅନୁସାରେ ପରିଚାଳିତ ହେବାକଥା କିନ୍ତୁ ସମସ୍ତଙ୍କୁ ଅଣଦେଖାକରି ପୈାର ପ୍ରଶାସନ ନିୟମକୁ ଉଳଘଂନକରି ନିଜେ ସର୍ବେସର୍ବା ବୋଲାଉଛନ୍ତି ।