Uncategorized

ଗୋବର୍ଦ୍ଧନ ପୂଜା ଉତ୍ସବରେ ଉପମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଠାକୁରଙ୍କୁ ପୂଜା ଅର୍ଚ୍ଚନା କରିଛନ୍ତି ଓ ନିମାପଡା ବାସୀଙ୍କ ଶୁଭ କାମନା କରିଛନ୍ତି ।

Spread It

ପୋଲିସ-ଜନତାଙ୍କ ଭାଇଚାରାର ସେତୁ ଗୋବର୍ଦ୍ଧନ ପୂଜା

ନିମାପଡ଼ା, ୧୪/୪

ନିମାପଡ଼ା ଅଞ୍ଚଳରେ ପୋଲିସ ଓ ଜନତାଙ୍କ ମଧ୍ୟରେ ସମ୍ପର୍କର ସେତୁ ହେଉଛି ଗୋବର୍ଦ୍ଧନ ପୂଜା। ବୈଶାଖ ଦ୍ଵିତୀୟା ତିଥିରେ ସୋମବାର

ସନ୍ଧ୍ୟାରେ ଗୋବର୍ଦ୍ଧନ ପୂଜା ବା ଗୋଧନ ବାହୁଡ଼ା ଅନୁଷ୍ଠିତ ହୋଇଯାଇଛି। ନିମାପଡ଼ା ଅଞ୍ଚଳର ସର୍ବପୁରାତନ ମଠରୁ ବିଜେ ଠାକୁର ଶ୍ରୀ ଶ୍ରୀ ମଦନ ମୋହନ ଏବଂ ରାଧାକୃଷ୍ଣ ୨ଟି ସୁସଜ୍ଜିତ ବିମାନରେ ଅପରାହ୍ନରେ ନଗର ପରିକ୍ରମା କରି ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ସମର୍ପିତ ଚାଚେରୀ ଭୋଗ ଓ ପଣା ଲାଗିକରାଯାଇଥାଏ l

ସନ୍ଧ୍ୟାରେ ଠାକୁର ପ୍ରହରାଜସାହି ନିକଟସ୍ଥ କୁଶଭଦ୍ରା ନଦୀତଟରେ ବିରାଜମାନ କରିଥାନ୍ତି। ପ୍ରଭୁଙ୍କ ସହିତ ମାନସିକଧାରୀ ରାସ ପିଲାମାନେ ପ୍ରଭୁ ରାଧାକୃଷ୍ଣ, ସଖୀ ଓ ସୁଦାମା ବେଶରେ ନଗର ପରିକ୍ରମା କରିଥାନ୍ତି। ଠାକୁରମାନେ ବିରାଜମାନ କରିବା ପରେ ନଦୀକୂଳରେ ସୂର୍ଯ୍ୟପୂଜା ସରିବା ପରେ ଜଇନାବାଦ ଗ୍ରାମରେ ବିଶ୍ରାମ କରିଥାନ୍ତି l ସବିଳମ୍ବିତ ରାତିରେ ଏକ ବିରାଟ ପଟୁଆରରେ ଠାକୁରମାନେ ଥାନା ପରିସରସ୍ଥ ବିଜେସ୍ଥଳୀକୁ ବିଜେ କରିଥାନ୍ତି। ଠାକୁରମାନେ ଆସ୍ଥାନରେ ବିଜେ କରିସାରିବା ପରେ ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଥାଏ l ପରେ ଆତସବାଜି ପ୍ରଦର୍ଶନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ପୋଲିସ ଓ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ପାଇଁ ଗୋଧନ ବାହୁଡ଼ା ପରମ୍ପରା ପ୍ରଚଳିତ ହୋଇଆସୁଛି। ଏହିଦିନ ସନ୍ଧ୍ୟାରେ ଦୁଇହଜାରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ଥାନା ପକ୍ଷରୁ କରାଯାଇଥାଏ ବୋଲି ନିମାପଡ଼ା ଥାନା ଆଇଆଇସି ବାମଦେବ ସ୍ୱାଇଁ ପ୍ରକାଶ କରିଛନ୍ତି । ଏହି ପରମ୍ପରା ବହୁ ପ୍ରାଚୀନ l ଥା ନା କର୍ମଚାରୀ ଏବଂ ଜନସାଧାରଣ କାର୍ଯ୍ୟକ୍ରମରେ ସହଯୋଗ କରିଥାନ୍ତି।

 

ଗୋବର୍ଦ୍ଧନ ପୂଜା ଉତ୍ସବରେ ଉପମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଠାକୁରଙ୍କୁ ପୂଜା ଅର୍ଚ୍ଚନା କରିଛନ୍ତି ଓ ନିମାପଡା ବାସୀଙ୍କ ଶୁଭ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *