Uncategorized

ଜୟଶ୍ରୀରାମ ଧ୍ବନୀରେ ପ୍ରକମ୍ପିତ ହେଳା ନିମାପଡା

Spread It

ଜୟଶ୍ରୀରାମ ଧ୍ବନୀରେ ପ୍ରକମ୍ପିତ ହେଳା ନିମାପଡା

ନିମାପଡ଼ା, ୧୪/୪

ଶ୍ରୀହନୁମାନ ଜୟନ୍ତୀ ଓ ମହା ବିଷୁବ ସଂକ୍ରାନ୍ତି ଅବସରରେ ଜୟଶ୍ରୀରାମ ଧ୍ବନୀରେ ପ୍ରକମ୍ପିତ ହୋଇଛି ନିମାପଡା ଅଞ୍ଚଳ l ସୋମବାର ୧୧ଟା ସମୟରେ ଭାଜପା ପକ୍ଷରୁ ନୂଆବସଷ୍ଟାଣ୍ଡ ନିକଟରୁ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ନଗର ପତିକ୍ରମା କରି ଗୋପ ଅଭିମୁଖେ ଯାତ୍ରା କରିଥିଲା l ଭାଜପା ନେତା ସମୀର ଦଶଙ୍କ ଛାମୁଆ ସଂଗଠନ ର ନେତୃତମାନଙ୍କ ନେତୃତ୍ୱରେ ଶୋଭାଯାତ୍ରା  ଅନୁଷ୍ଠିତ ହୋଇଥିଲା l ସେହିପରି ଅରାହ୍ନରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ସମର୍ପିତ ହିନ୍ଦୁ ସଂଗଠନ ଦ୍ୱାରା ବିଶାଳ ଶୋଭାଯାତ୍ରା ନୂଆ ବସଷ୍ଟାଣ୍ଡରୁ ବାହାରି ଦୁର୍ଗା ମଣ୍ଡପ ନିକଟରେ ଶେଷହୋଇଥିଲା l ଶୋଭାଯାତ୍ରାରେ ଶତାଧିକ ଯୁବକଯୁବତୀ, ମହିଳା ଓ ପୁରୁଷଙ୍କୁ ସମେତ କୀର୍ତନ ମଣ୍ଡଳୀ ଏବଂ ଘଣ୍ଟପାତୁଆ, ପାଇକ ଦଳ ସାମିଲ ହୋଇଥିଲେ l ହାତ୍ତେ ଗେରୁଆ ପତକା ସହିତ ଜୟଶ୍ରୀରାମ ଧ୍ବନୀରେ କମ୍ପି ଉଠିଥିଲା

ନିମାପଡ଼ା ସନ୍ଧ୍ୟା ଶୋଭାଆଯାତ୍ରର ଆକର୍ଷଣର କେନ୍ଦ୍ରବିନ୍ଦିନ୍ଦୁ ଥିଲା ଜେସିବି ଏବଂ ଟ୍ରାକ୍ଟର ଶୋଭାଆଯାତ୍ରା l  ଉମାଶଙ୍କର ଆଚାର୍ଯ୍ୟ, ସରପଞ୍ଚ ଦେବାଶିଶି ଆଚାର୍ଯ୍ୟ, ମୀନଲତା ମିହାନ୍ତି ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ l ନିମାପଡା ଏସଦିପିଓ ଜନାର୍ଦ୍ଧନ ପାଢ଼ୀ ଏବଂ ଆଇଆଇସି ବାମଦେବ ସ୍ୱାଇଁ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଥିଲା l

 

Leave a Reply

Your email address will not be published. Required fields are marked *