Uncategorized

ଝିଅ ଘରେ ବାପାର ମୃତ୍ୟୁ

Spread It

 

ନିମାପଡ଼ା, ୧୫/୪(ଇମିସ) ନିମାପଡ଼ା ଥାନା ଅନ୍ତର୍ଗତ ନିକଟସ୍ଥ  କରଜିଂ ସାହି ଗ୍ରାମରେ ଝିଅଘରେ ରହୁଥିବା  ବାପର ମୃତ୍ୟୁ ହୋଇଛି। ଏକମାତ୍ର ପୁତ୍ର ଓ ଅନ୍ୟ ଭଉଣୀମାନେ ଅଭିଯୋଗ କରିଛନ୍ତି ତାଙ୍କ ବାପାକୁ ସାନଝିଅ, ତାଙ୍କ ସ୍ବାମୀ ଓ ଭଣଜା ଅନ୍ୟଜଣେ ବ୍ୟକ୍ତି ମିଶି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ପୁଅ ଓ ଝିଅଙ୍କୁ ନଜଣାଇ ସାନଝିଅ ଓ ତାର ସ୍ବାମୀ ଶବକୁ ଦାହ କରିବାକୁ ଚେଷ୍ଟା ଚଳାଇଥିବା ଜାଣିପାରି ନିମାପଡ଼ାପୁଲିସରେ ଅଭିଯୋଗ କରିବାରୁ ପୁଲିସ ଶବକୁ ଜବତକରି ତଦନ୍ତ ଚଳାଇଛି। ମିଳିଥିବା ସୁଚନାରୁ ଜଣାଯାଏ ନିକଟସ୍ଥ ଦେଉଳି ସାହିରେ ପଦ ପ୍ରଧାନ ନାମକ ଜଣେ ବ୍ୟକ୍ତି ବିଦ୍ୟୁତ ବିଭାଗରେ ଲାଇନମ୍ୟାନ ଭାବେ ଚାକିରୀ କରି ଗତ ଏକ ବର୍ଷହେବ ଅବସର ନେଇଥିଲେ। ଅବସର ନେବାପରେ  ନିକଟସ୍ଥ ଦେଉଳି ସାହିରେ ଘରେ ପୁଅ ସନ୍ତାଷ ପ୍ରଧାନ (୪୦) ସହ ରହୁଥିଲେ ।  ଗତ ତିନି ବର୍ଷ ହେବ ପୁଅ ସ‌ନ୍ତୋଷ ସହିତ ବାପା ପଦ ପ୍ରଧାନଙ୍କ ମଧ୍ୟରେ କଳିଝଗଡ଼ା ‌ଲାଗିରହିବାରୁ  ବାପ  ପଦ  ପ୍ରଧାନ ସାନଝିଅଘରେ ରହିବା ସହ ତାଙ୍କୁ ମାସକୁ ମାସ ମିଳୁଥିବା ଦରମା ଏବଂ ଗତ ବର୍ଷଠାରୁ ଅବସର ଗ୍ରହଣପରେ ବିଦ୍ୟୁତ କମ୍ପାନୀ ଠାରୁ ପଦ ପ୍ରଧାନ ପାଇଥିବା  ମୋଟା ଅଙ୍କର ଅର୍ଥ ମିଳିଥିଲା। ମିଳିଥିବା ଅବସରକାଳୀନ ଅର୍ଥକୁ ନେଇ ସାନ ଝିଅ ଓ ଜ୍ବାଇଁ ପାଖରେ ବାପ ପଦ ପ୍ରଧାନ ରହୁଥିଲେ।  ପଦ ପ୍ରଧାନଙ୍କୁ ମିଳିଥିବା ମୋଟା ଅଙ୍କର ଅର୍ଥକୁ ହଡ଼ପକରି ଭଉଣୀ ଭିଣେଇ ପଦ ପ୍ରଧାନଙ୍କୁ ଅବହେଲା କରୁଥିବା ପୁଅ ସନ୍ତୋଷ କହିଛନ୍ତି।  ଗତ କାଲି ସାନଝିଅ ମିଲି ସ୍ବାଇଁ ନିମାପଡ଼ା ତାଙ୍କ ବାପା ମରିଯାଇଥିବା ପୁଲିସରେ ଅଭିଯୋଗ କରିବାପରେ ପୁଲିସ ଶବକୁ ଜବତକରି ଏକ ଅପମୃତ୍ୟୁମାମଲା ରୁଜୁ କରଛି। କିନ୍ତୁ ଆଜି ପୁଅ ସନ୍ତୋଷ ପ୍ରଧାନ ଅନ୍ୟ ଦୁଇଜଣ ଭଉଣୀ ମିଶି ତାଙ୍କ ବାପାଙ୍କୁ ଭଉଣୀ ,ଭିଣେଇ ଓ ଭଣଜା ମିଶି ମାରିଦେଇଥିବା ପୁଲିସରେ ଅଭିଯୋଗ କରିଛନ୍ତି। ପୁଳିସ ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷାକରିଛି ।

Leave a Reply

Your email address will not be published. Required fields are marked *