ରାଜ୍ୟ

ନିମାପଡା ଏନ୍.ଏ.ସି ପ୍ରବେଶ ପଥରେ ଦେଢ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ପଥପ୍ରାନ୍ତ ସୁବିଧା କେନ୍ଦ୍ର

Spread It


ନିମାପଡା(ଏ.ପି.ନ୍ୟୁଜ) ପର୍ଯ୍ୟଟନ ବିଭାଗ ପକ୍ଷରୁ ନିମାପଡା ଏନ୍.ଏ.ସି ଅନ୍ତର୍ଗତ ତଳଅଣ୍ଢିଆ ଛକ ନିକଟରେ ନିର୍ମାଣ ହେବ ପଥପ୍ରାନ୍ତ ସୁବିଧା କେନ୍ଦ୍ର । ପର୍ଯ୍ୟଟନ କ୍ଷେତ୍ରର ସ୍ବର୍ଣ୍ଣତ୍ରିଭୂଜର ମଧ୍ୟରେ ଥିବା ପିପିଲି-କୋଣାର୍କ ମୁଖ୍ୟ ରାସ୍ତା ଦେଇ ଦୈନିକ ଶହଶହ ପର୍ଯ୍ୟଟକ ଯାତାୟତ କରିଥାନ୍ତି । ପର୍ଯ୍ୟଟକ ମାନଙ୍କ ସୁବିଧା ବିଶ୍ରାମ ନେବା ପାଇଁ କୌଣସି ବ୍ୟବସ୍ଥା ନଥିବାର ଗୁରୁତ୍ବ ଉପଲବ୍ଧି କରି ତଳଅଣ୍ଢିଆ ଛକ ଠାରେ ସୁବିଧା କେନ୍ଦ୍ର ସ୍ଥାପନ ପାଇଁ ପର୍ଯ୍ୟଟନ ବିଭାଗ ଉଦ୍ୟମ ଆରମ୍ଭ କରିଛି । ଏହି ସୁବିଧା କେନ୍ଦ୍ରରେ ଶୌଚାଳୟ ଚା’, ସ୍ନାକ୍ସ ଓ ସ୍ବତନ୍ତ୍ର ବିଶ୍ରାମ ପ୍ରକୋଷ୍ଠ ଏବଂ କାର୍ ବସ୍ ରଖିବା ପାଇଁ ସ୍ବତନ୍ତ୍ର ପାର୍କିଂ ସ୍ଥାନ ରହିବ । ନିମାପଡା ଝିଲ୍ଲିର ସ୍ବତନ୍ତ୍ର ଷ୍ଟଲ୍ ସେଠାରେ ଖୋଲାଯିବ । ପର୍ଯ୍ୟଟକ ମାନେ ସେଠାରେ ବିଶ୍ରାମ ନେଇ ତାଙ୍କ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିପାରିବେ । ଏହି ସୁବିଧା କେନ୍ଦ୍ର ନିର୍ମାଣ ପାଇଁ ପର୍ଯ୍ୟଟନ ବିଭାଗ ଦେଢ କୋଟି ଟଙ୍କା ବରାଦ କରିଥିବା ସୂଚନା ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଏଥି ସହିତ ନିମାପଡ଼ା ବ୍ଲକ ଅନ୍ତର୍ଗତ ହରିପୁର ପଞ୍ଚାୟତ ଗୋଡ଼ିମାଳସ୍ଥିତ ଶାଳେଶ୍ୱର ମନ୍ଦିର ପାଇଁ ୫୦ଲକ୍ଷ, ଧନୁଆଁ ପଞ୍ଚାୟତ ଗରପଦା ନୀଳକଣ୍ଠେଶ୍ଵର ମନ୍ଦିରକୁ ୧କୋଟି, ଅନ୍ତୁଆର ପଞ୍ଚାୟତ କୁଆଁସ ସ୍ଥିତ କର୍ଣ୍ଣକୋଟଳେଶ୍ୱର ମହାଦେବ ମନ୍ଦିରକୁ ୧କୋଟି, ତେଗୁଣ୍ଡିଆ ପଞ୍ଚାୟତ ଗ୍ରାମେଶ୍ଵର ମହାଦେବ ମନ୍ଦିରକୁ ୧କୋଟି, ଦିଘାଳୋସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିରକୁ ୧କୋଟି ୩୦ ଲକ୍ଷ,ସେହିଭଳି ସ୍ୱତନ୍ତ୍ର ଶିକ୍ଷା ନୀତି ଯୋଜନା ମାଧ୍ୟମରେ ଅତିରିକ୍ତ ଶ୍ରେଣୀ ଗୃହନିର୍ମାଣ ଶ୍ନିମନ୍ତେ ସାଇଁଶ ପଞ୍ଚାୟତର ଦକ୍ଷିଣରାଡସ ଏସଏସପି ଉଚ୍ଚବିଦ୍ୟାଳୟ ପାଇଁ ୪୦ ଲକ୍ଷ, ଶଗଡା ପଞ୍ଚାୟତ ଓଳିକଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଇଁ ୧୨ ଲକ୍ଷ, ଧନୁଆଁ ସୁନୁଗୋରଡ଼ି ବିଦ୍ୟାଳୟ ପାଇଁ ୧୨ ଲକ୍ଷ, ଭୀଲ୍ଲୀଗ୍ରାମ ସରକାରୀ ବିଦ୍ୟାଳୟ ପାଇଁ ୧୨ ଲକ୍ଷ, ତମ୍ପାଳୋ ଦାମୋଦର ଉଚ୍ଚବିଦ୍ୟାଳୟ ପାଇଁ ୪୪ ଲକ୍ଷ,ଭୋଦର ପଞ୍ଚାତଥିବା ଉଚ୍ଚବିଦ୍ୟାଳୟ ପାଇଁ ୪୦ଲକ୍ଷ, ଚାରିଛକ ଅନ୍ନପୂର୍ଣ୍ଣା ବିଦ୍ୟାପୀଠ ପାଇଁ ୧୦ଲକ୍ଷ ଟଙ୍କାର ଅନୁଦାନ ଆସିଛି ।

Leave a Reply

Your email address will not be published. Required fields are marked *