ପୁରୀ ଜିଲାର ତିନୋଟି ରାସ୍ତାର ଉନ୍ନତି ଓ ସୈାନ୍ଦର୍ଯ୍ୟ କରଣ କରିବା ପାଇଁ ମନ୍ତ୍ରୀ ଗଡ଼କରୀଙ୍କୁ ଅନୁରୋଧ କରିଛନ୍ତି, ପ୍ରଭାତୀ ପରିଡ଼ା
ନିମାପଡ଼ା(ଏ.ପି ନ୍ୟୁଜ) କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଭୁବନେଶ୍ୱର ଗ୍ରସ୍ତ ସମୟରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାଙ୍କୁ ସାକ୍ଷାତକରି ପୁରୀ ଜିଲା ମଧ୍ୟରେ ଥିବା ତିନୋଟି ରାସ୍ତାର ଉନ୍ନତି କରିବାପାଇଁ ଏକ ପତ୍ର ଦେଇଛନ୍ତି। ରାସ୍ତା ଗୁଡ଼ିକ ହେଲା ଜିଲାର ପିପିଲି-ଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ୫୫ କିମି, ନିମାପଡ଼ାଠାରୁ କାକଟପୁର ୨୫ କିମି ପୁରୀଠାରୁ କୋଣାର୍କ ବେଳାଭୂମି ୩୦ କିମି ରାସ୍ତାର କେନ୍ଦ୍ରିୟ ଯୋଜନାରେ ଉନ୍ନତିକରଣ,ଏବଂ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଏକ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି। ଶ୍ରୀମତୀ ପରିଡ଼ା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଗଡ଼କରୀଙ୍କ ଦେଇଥିବା ପତ୍ରରେ ଉଲେଖ କରିଛନ୍ତି ପୁରୀ ହେଉଛି ସମଗ୍ର ଦେଶର ଏକ ପ୍ରମୁଖ ତୀର୍ଥ ସ୍ଥାନ ଓ ପର୍ଯ୍ୟଟନ ସ୍ଥଳଭାବେ ପରିଚିତ। ପୁରୀ ଜିଲାରେ ଅନେକ ତୀର୍ଥ ସ୍ଥାନ ରହିଛି । ସମଗ୍ର ଦେଶ ଏବଂ ବିଦେଶରୁ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ପର୍ଯ୍ୟଟକ ପୁରୀ ଜିଲାକୁ ବୁଲିବାକୁ ଆସିଥାନ୍ତି। ତେଣୁ ପୁରୀ ଜିଲା ମଧ୍ୟରେ ଥିବା ରାସ୍ତା ଗୁଡ଼ିକର ଉନ୍ନତି କରଣର ଆବଶ୍ୟକତା ଦେଖାଦେଇଛି। ବିଶେଷତଃ ପୁରୀ ଜିଲାର ପିପିଲି ଠାରୁ ଅସ୍ତରଙ୍ଗ, ନିମାପଡ଼ା ଠାରୁ କାକଟପୁର ଏବଂ ପୁରୀ – କୋଣାର୍କ ବେଳାଭୂମି ରାସ୍ତାର ଉନ୍ନତି କରଣ ,ଏବଂ ସୈାନ୍ଦର୍ଯ୍ୟକରଣ ହେଲେ ଜିଲାର ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକର ବିକାଶ ହୋଇପାରିବ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଏକ ଅନୁରୋଧ ପତ୍ର ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପରିଡ଼ା ପତ୍ରରେ ଉଲେଖ କରିଛନ୍ତି। ଉପରୋକ୍ତ ରାସ୍ତା ଗୁଡ଼ିକର ଉନ୍ନତିକରଣ ହୋଇପାରିଲେ ପୁରୀ ଜିଲାର ଗ୍ରାମାଞ୍ଚଳର ବିକାଶ ହେବ ଏବଂ ମୁଖ୍ୟ ରାସ୍ତାକୁ ସଂଯୋଗୀ କରୁଥିବା ଗ୍ରାମାଞ୍ଚଳ ରାସ୍ତାଗୁଡ଼ିକ ଉନ୍ନତି ହେବା ସହ ପୁରୀ ଜିଲାର ରାସ୍ତା ନିକଟରେ ଥିବା ଗ୍ରାମାଚଂଳର ବାସିନ୍ଦାଙ୍କ ଅର୍ଥନୈତିକ ଭାବେ ବିକାଶ ହେବାସହ ସାଧାରଣ ଲୋକମାନେ ଉପକୃତ ହେବେ। ଏହି ରାସ୍ତାଗୁଡ଼ିକର ଉନ୍ନତି କରଣ ହେଲେ ପୁରୀ ଜିଲାର ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ। ଉପରୋକ୍ତ ରାସ୍ତାର ଉନ୍ନତି କରଣ ପାଇଁ କେନ୍ଦ୍ରୀୟ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ସ୍କିମରେ ଅନ୍ତଭୁକ୍ତ କରି ଶିଘ୍ର କାର୍ଯ୍ୟକାରୀ କରିବାକୁ ଉପମୁଖ୍ୟମନ୍ତ୍ରୀ ପରିଡ଼ା ଅନୁରୋଧ କରିଛନ୍ତି।