ରାଜ୍ୟ

ପୁରୀ ଜିଲା ବିଜେଡ଼ି ସଭାପତି ଦାୟିତ୍ୱ ଉମା ସାମନ୍ତରାୟଙ୍କୁ ଦଆଯିବ ଉପରେ ଆଲୋଚନା

Spread It

ଭୁୂବନେଶ୍ୱର ,(ଏ.ପି ନିୟୁଜ) ପୁରୀ ଜିଲାର ବିଜେଡ଼ି ସଙ୍ଗଠନର ଦାୟିତ୍ୱ କେଉଁ ନେତାଙ୍କୁ ଦିଆଯିବ ସେ ସଂପର୍କରେ ଆଜି ଶଙ୍ଖଭବନରେ ଜିଲାର ବରିଷ୍ଠ ନେତାମାନଙ୍କୁ ନେଇ ଏକ ଜରୁରୀ ବୈଠକ ବସିଥିବା ସୁତ୍ରରୁ ପ୍ରକାଶ । ଏହି ବୈଠକରେ ପୁରୀ ଜିଲାରେ ନିର୍ବାଚନରେ ହାରିଥିବା ନେତା ୧୧ଟି ବ୍ଲକର ପ୍ରମୁଖ ନେତାମାନେ ଉପସ୍ଥିତ ଅଛନ୍ତି । ମିଳିଥିବା ସୁଚନାରୁ ଜଣାଯାଏ ସତ୍ୟବାଦୀର ପୁର୍ବତନ ବିଧାୟକ ଉମା ସାମନ୍ତରାୟଙ୍କୁ ଜିଲାସଭାପତି ଦାୟିତ୍ୱ ଦିଆଯିବାପାଇଁ ଆଲୋଚନା ଚଳାଇଥିବା ସୁତ୍ରରୁ ପ୍ରକାଶ ପାଇଛି । ସଂଜୟ ଦାସବର୍ମା ଏବଂ ରାଜ୍ୟର ବରିଷ୍ଠ ନେତାମାନଙ୍କୁ ନେଇଏକ ବୈଠକ ଅନୁଷ୍ଠିତ ହେବାସହ ଜିଲାର ବିଭିନ୍ନ ନେତା ମାନଙ୍କସହ ଆଲୋଚନା ଚାଳାଇଥିବା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *