ରାଜ୍ୟ

ପୁରୀ ଜିଲା ବିଜେଡ଼ି ସଭାପତି ଭାବେ ଉମା ସାମନ୍ତରାୟଏକ ମାତ୍ର ପ୍ରାର୍ଥିପତ୍ର ଦାଖଲ

Spread It

ଶ୍ୱର ,(ଏ.ପି ନିୟୁଜ) ପୁରୀ ଜିଲାର ବିଜେଡ଼ି ସଙ୍ଗଠନର ଦାୟିତ୍ୱ କେଉଁ ନେତାଙ୍କୁ ଦିଆଯିବ ସେ ସଂପର୍କରେ ଆଜି ଶଙ୍ଖଭବନରେ ଜିଲାର ବରିଷ୍ଠ ନେତାମାନଙ୍କୁ ନେଇ ଏକ ଜରୁରୀ ବୈଠକ ବସି ପୁରୀଜିଲାର ଦଳୀୟ ସଭାପତି ପଦପାଇଁ ଉମା ସମାମନ୍ତରାୟଙ୍କ ନାମ ଚୂଡ଼ାନ୍ତ କରାଯାଇଛି । ଏହି ବୈଠକରେ ପୁରୀ ଜିଲାର ଦୁଇ ବିଧାୟକ ସୁନୀଲ ମହାନ୍ତି ଓ ତୁଷାର କାନ୍ତି ବେହେରା, ରାଜ୍ୟସଭା ସଦସ୍ୟ ଲକି ଖୁଟିଂଆ , ବରିଷ୍ଠ ନେତା ରୁଦ୍ର ପ୍ରସାଦ ମହାରଥୀ, କସ୍ଥୁରୀବାଳା ସ୍ୱାଇଁ, ସଜଂୟ ଦାଶବର୍ମା, ସୁବ୍ରତ ଛାଟୋଇ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡାଙ୍କସହ ଦଳୀୟ ନେତାମାନଙ୍କ ଉପସ୍ଥିତିରେ ଉମା ସମାନ୍ରାୟଙ୍କ ନାମରେ ମୋହର ଲାଗିଥିଲା ।ଆଜି ଦଳର ନିର୍ବାଚନ ଅଧିକାରୀଙ୍କ ନିକଟରେ ପୂର୍ବତନ ବିଧାୟକ ଉମା ସମାମନ୍ତରାୟ ପୁରୀ ଜିଲରା ବିଜେଡ଼ି ଜିଲାସଭାପତି ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଉମା ସମାନ୍ତରାୟଙ୍କ ପ୍ରାର୍ଥିପତ୍ରରେ ସମବାୟପୁରୀ କେନ୍ଦ୍ର ବ୍ୟାଙ୍କ ର ପୁର୍ବତନସଭାପତି ସତ୍ୟବାଦୀ ମହାପାତ୍ର ପ୍ରସ୍ତାବକ ଥିବାବେଳେ ସବ୍ୟସାଚୀ ମହାପାତ୍ର ସମର୍ଥକ ରହିଛନ୍ତି । ଶଙ୍ଖଭବନର ୁ ମିଳିଥିବା ସୁତ୍ରରୁ ପ୍ରକାଶ ଉମା ସମାମନ୍ତରାୟ ଏକମାତ୍ର ପ୍ରାର୍ଥିଭାବେ ପୁରୀ ଜିଲା ସଭାପତିପାଇଁ ପ୍ରାର୍ଥିହୋଇଛନ୍ତି । ଉମା ସମାନ୍ତରାୟ ପୁରୀ ଜିଲା ବିଜେଡ଼ିି ସଭାପତିି ପଦପାଇବା ଓ ବିନା ପ୍ରତିନ୍ଦ୍ୱନ୍ଦତାରେ ନିର୍ବାଚିତ ହେବା ପ୍ରାୟ ନିଶ୍ଚିତ ବୋଲି ପୁରୀ ଜିଲାର ଦଳୀୟ ନେତାମାନେ ସୁଚନା ଦେଇଛନ୍ତି । ପୁରୀ ଜିଳାର ବିଜେଡ଼ି ଦଳର ନେତାମାନେ ଉମା ସାମନ୍ତରାୟ୍‌କୁ ଫୁଲତୋଡ଼ାଦେଇ ସ୍ୱାଗତ କରିଛନ୍ତି ।

Leave a Reply

Your email address will not be published. Required fields are marked *