ବଜ୍ରପାତ୍ରରେ ପୁଅ ମୃତ,ବାପା ଗୁରୁତର
ବଜ୍ରପାତ୍ରରେ ପୁଅ ମୃତ,ବାପା ଗୁରୁତର ,ଅଳ୍ପକେ ବର୍ତିଲେ ସାନଭାଇ ଓ ବଡବାପା
ବଳଙ୍ଗା ତା-୧୮-୪- ଶୁକ୍ରବାର ପୁର୍ବାହ୍ନରେ ବିଲରେ ମୁଗ ଓପାଡୁଥିଲା ବେଳେ ବଜ୍ରପାତ ହେବାରୁ ପୁଅର ମୃତ୍ୟୂ ହୋଇଥିଲା ବେଳେ ବୃଦ୍ଧ ବାପା ଗୁରୁତର ହେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଳଙ୍ଗା ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମରେ । ମୃତ ଯୁବକ ଜଣକ ଗ୍ରାମର ଦିପ୍ତି ରଂଜନ ବାରିକ ହୋଇଥିଲା ବେଳେ ଦିପ୍ତିଙ୍କ ବାପା କାଶୀନାଥ ବାରିକ ଗୁରୁତର ହୋଇଛନ୍ତି । ସୁଚନା ମୁତାବକ କାଶୀନାଥ ପୁଅ ଦିପ୍ତି ରଂଜନଙ୍କ ସହ ସାନପୁଅ ଓ ତାଙ୍କ ବଡଭାଇ ବିଲରେ ମୁଗ ଓପାଡିବା ସମୟରେ ହଠାତ ବଜ୍ରପାତ ହୋଇଥିଲା । ବଜ୍ରପାତ ସଂସ୍ପର୍ଶରେ ଆସି ଦିପ୍ତି ରଂଜନ ଓ କାଶୀନାଥ ଗୁରୁତର ହୋଇପଡିଥିଲା ବେଳେ ସୈ।।ଭାଗ୍ୟ ବଶତଃ ସାନପୁଅ ଓ ବଡଭାଇ ଅଲ୍ପକେ ବର୍ତିଯାଇଥିଲେ । । ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ସାକ୍ଷୀଗୋପାଳ ଡାକ୍ତର ଖାନାରେ ଭର୍ତି କରିଥିଲେ । ଡାକ୍ତର ସେଠାରେ ଦିପ୍ତି ରଂଜନଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବଳଙ୍ଗା ପୁଲିସ ମେଡିକାଲରେ ପହଂଚି ମୃତ ଦେହକୁ ଜବତ କରି ବ୍ୟବଛେଦ ନିମନ୍ତେ ପୁରୀ ପଠାଇ ଅଧିକ ତଦନ୍ତ ଜାରିରଖିଛି । ଏସମ୍ପର୍କରେ ବଳଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁକରାଯାଇଛି । ସୁଚନା ମୃତ ଦିପ୍ତି ରଂଜନଙ୍କର ୨ଟିଛୋଟ ଛୋଟ ପୁଅ ଝୀଅ ରହିଥିଲା ବେଳେ ତାଙ୍କର ମୃତ୍ୟୂରେ ପରିବାର ପୁରା ଅସହାୟ ହୋଇପଡିଛି । ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାଚି କରିଛନ୍ତି ।
ନାବାଳିକା ଭାଣେଜୀକୁ ଅପହରଣ କରି ମାମୁଁର ବଳାତ୍କାର , ପିଡିତା ଭାଣେଜୀ ଉଦ୍ଧାର,ଅଭିଯୁକ୍ତ ମାମୁଁ ଅଟକ .ମାମୁଁ ଭାଣେଜୀ ସମ୍ପର୍କରେ ଲାଗିଲା କଳଙ୍କ
ବଳଙ୍ଗା ତା-୧୮-୪- ରକ୍ତ ସମ୍ପର୍କକୁ କଳଙ୍କିତ କଲା ପ୍ରେମ ସମ୍ପର୍କ । ନିଜ ନାବାଳିକା ଭାଣେଜୀକୁ ପ୍ରେମ ଜାଲରେ ଫସାଇ ଅପହରଣ କରି ବଳାତ୍କାର କରିଛି ମାମୁଁ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଥାନାରେ ଏକ ମାମଲା ରୁଜୁକରି ପିଡିତା ନାବାଳିକାକୁ ପିପିଲି ଥାନା ନୁଆଶାସନ ଅଂଚଳରୁ ଉଦ୍ଧାର କରିବା ସହ ଅଭିଯୁକ୍ତ ମାମୁଁକୁ ଥାନାରେ ଆଣି ଅଟକ ରଖି ତଦନ୍ତ ଜାରିରଖିଛି ପୁଲିସ । ଆସନ୍ତା କାଲି ପିଡିତା ଭାଣେଜୀ ଓ ଅଭିଯୁକ୍ତ ମାମୁଁର ଡାକ୍ତରୀ ମାଇନା କରାଯିବା ପରେ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି । ସୁଚନା ମୁତାବକ ଅଭିଯୁକ୍ତ ଯୁବକର ଭଉଣି ବଳଙ୍ଗ୍ା ଥାନା ଅନ୍ତର୍ଗତ ଏକଗ୍ରାମରେ ହୋଇଥିଲା ବେଳେ ଯୁବକ ଜଣକ ନିଜ ଭଉଣୀ ଘରେ ରହିଆସୁଥିଲେ । ରହିବା ସମୟରେ ଯୁବକ ଜଣକ ନିଜର ୧୬ବର୍ଷୀୟା ଭାଣେଜୀକୁ ପ୍ରେମ ଜାଲରେ ଫସାଇ ତାକୁ ଅପହରଣ କରି ସୁଦୁର ଚେନ୍ନାଇ ପଳାଇଥିଲା । ସେଠାରେ ପତିପତ୍ନୀ ଭାବେ ଚଳୁଥିବା ବେଳେ ଗତ ୩ଦିନ ତଳେ ଅଭିଯୁକ୍ତ ଭାଣେଜୀକୁ ଧରି ଗ୍ରାମକୁ ଆସିଥିବା ଖବର ପାଇ ପୁଲିସ ଗତକାଲି ରାତିରେ ଚଢାଉ କରିଥିଲା ।