Uncategorized

ମହାବିଷୁବ ସଂକ୍ରାନ୍ତି ଅବସରରେ ଯୁବକସଂଘ ପକ୍ଷରୁ ପଣାବଟଂନ

Spread It

ମହାବିଷୁବ ସଂକ୍ରାନ୍ତି ଅବସରରେ ଯୁବକସଂଘ ପକ୍ଷରୁ ପଣାବଟଂନ
ନିମାପଡ଼ା, (ଏ.ପି.ନିୟୁଜ) ସମଗ୍ର ଦେଶରେ ମହାବିଷୁବ ସଂକ୍ରାନ୍ତି ଓ ମହାବୀର ଜୟନ୍ତୀ ଧୁମଧାମରେ ପାଳିତ ହେଉଛି। ଏହି ପର୍ବସହ ଆଜି ହେଉଛି ଓଡ଼ିଆ ମାନଙ୍କର ନୂଆବର୍ଷ ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ନୂତନ ପାଞି ଆଜିଠାରୁ ଶ୍ରୀମନ୍ଦିରରେ ପ୍ରଚଳନର ଆରମ୍ଭ ହୋଇଥାଏ। ଓଡ଼ିଆମାନେ ଆଜି ଦିନକୁ ପଣାସଂକ୍ରାନ୍ତି ଭାବେ ପାଳନ କରିଥାନ୍ତି। ଗୋଟିଏ ଦିନରେ ବିଷୁବସଂକ୍ରାନ୍ତି, ମହାବୀର ଜୟନ୍ତୀ, ପଣା ସଂକ୍ରାନ୍ତି ଏବଂ ଓଡ଼ିଆମାନଙ୍କ ନବ ବର୍ଷ ପଡ଼ୁଥିବାରୁ ଓଡ଼ିଆମାନେ ହତ୍ସୋଉଲ୍ଲାସ ମଧ୍ୟରେ ଆଜର ଦିନକୁ ପାଳନ କରିଛନ୍ତିି। ଓଡ଼ିଆମାନେ ଆଜିର ଦିନରେ ସୁବାସିତ ପଣା ପିିଇବାସହ ବନ୍ଧୁମାନଙ୍କୁ ବଟଂନ କରି ଆତ୍ମସନ୍ତୋଷ ଲାଭ କରିଥାନ୍ତି। ତୁଳସୀ ଗଛକୁ ପୁଜା କରି ଚଉରାରେ ତୁଳସୀମାତାଙ୍କୁ ପଣା ଅର୍ପଣ କରିବା ଆଜି ଦିନରେ ଓଡ଼ିଆମାନଙ୍କ ପରମ୍ପରା ରହିଛି। ପଣା ସଂକ୍ରାନ୍ତିଠାରୁ ବୈଶାଖମାସ ଆରମ୍ଭ ହେଉଥିବାରୁ ପ୍ରଚଣ୍ଡ ରୋଦ୍ରତାପରୁ ବାଟୋଇମାନଙ୍କ ଶୋଷ ମେଟାଂଇବାକୁ ସ୍ଥାନେସ୍ଥାନେ ପଣା ବଟଂନ କରିବା ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ରହିଛି। ଏହି ଅବସରରେରେ ଧନୁଆଁ ପଚାଂୟତ ଅଧିନସ୍ଥ ହରିଶପୁରହ ଯୁବକମାନେ ଗ୍ରାମର ଛକରେ (ନିମାପଡ଼ା ପିପିଲି)ମୁଖ୍ୟରାସ୍ତା କଡ଼ରେ ପଣା ବଟଂନ କେନ୍ଦ୍ର ଖୋଲି ଦହି ପଣା ବଟଂନ କରି ଓଡ଼ିଆ ନବ ବର୍ଷକୁ ପାଳନକରି ଅନ୍ୟମାନଙ୍କୁ ଶୁଭେଛା ଜଣାଇଥିଲେ । ପରେଶ ଜେନାଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ହରିଶପୁର ଗ୍ରାମର ଯୁବକମାନେ ପଣା ବଟଂନକାର୍ଯ୍ୟକ୍ରମ ଓ ଓଡ଼ିଆ ନବବର୍ଷ ପାଳନ କରିଛନ୍ତି।

Leave a Reply

Your email address will not be published. Required fields are marked *