ରାଜ୍ୟ

ମହିଳାଙ୍କୁ ହାତବାନ୍ଧି ମାଡ଼ମାରି ଥାନାକୁ ଚଲାଇ ଆଣିବା ଘଟଣାରେ ମହିଳା କମିଶନଙ୍କ ସଦସ୍ୟାଙ୍କ ତଦନ୍ତ

Spread It

ନିମାପଡ଼ା (ଏ.ପି ନ୍ୟୁଜ) ପରକୀୟା ପ୍ରତୀକୁ ସନ୍ଦେହ କରି ଅଧ୍ୟାପକ ସ୍ବାମୀ ତାଙ୍କ ଶିକ୍ଷୟିତ୍ରୀ ସ୍ତ୍ରୀଏବଂ ତାଙ୍କ ଶିକ୍ଷକ ପୁରୁଷ ବନ୍ଧୁଙ୍କ ମାଡ଼ ମାରି ଅର୍ଦ୍ଦ ଉଳଗ୍ନ ଅବସ୍ଥାରେ ଥାନାକୁ ରାସ୍ତାରେ ସର୍ବସାଧାରଣଙ୍କ ଆଗରେ ଚଲାଇ ଚଲାଇ ନେଇଥିଳେ। ଏହି ଘଟଣାଟି ଏଠାରେ ଆଲୋଚନାର ବିଷୟ ହୋଇଥିଲା। ଏହି ଘଟଣାର ତଦନ୍ତପାଇଁ ମହିଳା କମିଶନଙ୍କ ଦୁଇ ଜଣିଆ ସଦସ୍ୟା ଉର୍ମିଳା ମହାପାତ୍ର ଓ ସସ୍ମିତା ଦାସ ଆଜି ନିମାପଡ଼ା ଥାନାରେ ପହଁଞ୍ଚି ତଦନ୍ତ କରି ଫେରିଯାଇଛନ୍ତି। ମହିଳା କମିଶନଙ୍କ ଦୁଇଜଣିଆ ସଦସ୍ୟା ଏସଡ଼ିପିଓ ଜନାର୍ଦ୍ଦନ ପାଢୀ ଏବଂ ଥାନା ଆଇଆଇସି ବାମଦେବ ସ୍ବାଇଁଙ୍କଠାରୁ ସମସ୍ତ ଘଟଣା ବୁଝିବାପରେ ପୁଲିସ କଣସବୁ କାର‌୍ୟାନୁଷ୍ଠାନ ଗ୍ରହଣ କରିଛି ତଦନ୍ତ କରିଥିଲେ। ପିଡ଼ିତା ମହିଳାଙ୍କ ଅଭିଯୋଗ ଉପରେ ପୁଲିସ ଅଭିଯୁକ୍ତ ସ୍ବାମୀ ତାଙ୍କର ସହଯୋଗୀ ସାଙ୍ଗକୁ ଗିରଫ କରି କୋର୍ଟ ଚାଲଣ କରିଛି। ଶିଘ୍ର ଏହି ମାମଲାର ଚାର୍ଜସିଟ କୋର୍ଟରେ ଦାଖଲ କରିବାକୁ ପୁଲିସକୁ ମହିଳା କମିଶନଙ୍କ ସଦସ୍ୟାମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *