ରାଜ୍ୟ

ମାଇପିମେଳା ବଟଗୋସାଇଁଙ୍କ ପୀଠରେ ଶହେରୁ ଉର୍ଦ୍ଦ ମାନସିକଧାରୀ ଅଧିଆ ପଡ଼ିଲେ

Spread It

ନିମାପଡ଼ା, ନିଉଜ) ନିମାପଡ଼ା ବ୍ଲକ ଅନ୍ତର୍ଗତ ଭୋଗଶଳଦା ଏବଂ ଛଣିଜଙ୍ଗ ପଚଚାଂୟତ ସମୀମାବର୍ତୀ କାନପୁର ଗ୍ରାମ ନିକଟରେ ପ୍ରାଚୀନ ବଟଗୋସାଁ ଇ ପୀଠ ରହିଛି । ପ୍ରତିବର୍ଷ ବୈଶାଖ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶ ତିଥିରେ ବଟ ଗୋସାଇଁ ଙ୍କ ପୀଠରେ  ମାନସିକ ବ୍ରତ ଧାରୀମାନେ ବ୍ରତ ପୁରଣ ହେବା ଓ ଅଜ୍ଞ୍ୟାମାଳ ପାଇବା ପର୍ଯ୍ୟନ୍ତ ଅଧିଆ ପଡ଼ିରହିଥାନ୍ତି । ତେଣୁ ସ୍ଥାନୀୟ ଅଚଂଳରେ ମାଇପି ମେଳା ନାମରେ ଖ୍ୟାତି ରହିଛି । ଆଜି ଚତୁର୍ଦ୍ଦଶୀ ତିଥିର ଭୋର ୩ଟାସମୟରେ ଥିବା ଶୁଭଲଗ୍ନରେ ମଙ୍ଗଳ ଆଳତି ବଟ ଗୋସାଇଁଙ୍କୁ ଲାଗି କରାଯିବା ପରେ ୧୧୦ ଜଣ  ମାନସିକ ବ୍ରତ ଧାରୀ ନିକଟରେ ଥିବା ପୋଖରୀରେ ସ୍ନାନକରି ନୂଆ ବସ୍ତ୍ର ପରିଧାନ କରି ବଟଗୋସାଇଁ ନିକଟରେ ଅଖିଆ ଅପିଆ ରହି ବ୍ରତରଖି ଅଧିଆ ପଡ଼ିଛନ୍ତି । ମଧ୍ୟାହ୍ନ ୧୨ ଟରେ ଗୋସାଇଁ ଙ୍କ ନିକଟରେ କୋଠଭୋଗ ହେବାପରେ ବ୍ରତଧାରୀମାନଙ୍କୁ  ନିକଟକୁ ଆଜ୍ଞାମାଳଯାଇଥାଏ ।  ପୀଠର ୪ ପୂଜକ ପୀ ବାମଦେବ ପଣ୍ଡା, ରଘୁନାଥ ପଣ୍ଡା କ୍ଷୀରୋଦ ଦାଶ ବେଢାର ୩ ପଟରେମାନସିକ ପୂରଣ ପାଇଁ  ଅଧିଆ ପଡ଼ିଥିବା ମାନସିକ ଧାରୀ ମାନଙ୍କ ଉପରେ ସୁବାଶିତ ଜଳ ଛିଞନକରାଯାଇ ମାନସିକ ବ୍ରତ ଭଙ୍ଗ କରାଯାଇଥାଏ । ଚଳିତ ମାନସିକ ବ୍ରତ ରଖି  ବର୍ଷ ଅଧିଆ ପଡ଼ିଥିବା ମହିଳା ମାନଙ୍କ ସଂଖ୍ୟା ଏକଶତରୁ ଉର୍ଦ୍ଦ ରହିଛନ୍ତି । ମାନସିକ ବ୍ରତ ଭଙ୍ଗପରେ ମହିଳାମାକହିଛନ୍ତି ଆଜ୍ଞ୍ୟା ମିଳବା ପରେ ସେମାନଙ୍କ ର ମାନସିକ ପୁରଣ ହୋଇଛିଏବଂ ବଟଗୋସାଇଁଙ୍କ ନିକଟରେ ଭୋଗରାଗ କରି ଘରକୁ ଫେରିଛନ୍ତି । ମାନସିକ ରଖି ଅଧିଆପଡ଼ିଥିବା ଥିବା ଯୁବତୀମାନଙ୍କ ବିବାହ , ପରିବାର କେହି ଦୁରାଧ୍ୟ ରୋଗରେ ପଡ଼ିତ ହୋଇ ଭଲହେବାପାଇଁ , ଭଳ କର୍ମସଂସ୍ଥାନ ପାଇବା ଆଶାରେ  ଓ ସନ୍ତାନ ଲାଭ ପାଇଁ ମାନସିକ ରଖି ଅଧିଆ ପଡ଼ିଥିଲେ । ସେମାନଙ୍କ  ମଧ୍ୟରୁ ଅଧିକାଶଂଙ୍କ ମାନସିକ ବଟଗୋସାଇଁ ପୂରଣ କରିଛନ୍ତି ପୀଠର ପୁଜକମାନେ ଦାବୀ କରିଛନ୍ତି । ବଟଗୋସାଇଁ ମାଇପି ମେଳା ପରିଚାଳନା କମିଟୀ ର ସଭାପତି ଗୋପବନ୍ଧୁଂ ଲେତୟଗ୍ଦଳା ଏବଂ ସଂପାଦକ ଭାସ୍କର ସ୍ୱାଇଁ   ମାଇପି ମେଳାକୁ ପରିଚାଳନା କରିଛନ୍ତି । ଏହି ଅବସରରେ ମାଇପି ମେଳାରେ ୨୦ ହଜାରୁ ଉର୍ଦ୍ଦ ଶ୍ରଦ୍ଧାଳ ସମାଗମ ହୋଇଛି । ବଟଗୋସାଇଁ ଙ୍କ ନାମରେ ଏକ ଟ୍ରଷ୍ଟ ଗଠନ କରାଯାଇଛି ଏହି ଟ୍ରଷ୍ଟର ସଭାପିତି ସୁଧିର ମହାନ୍ତିଏବଂ  ସଂପାଦକ ରଣଜିତ ସାହୁ କହିଛନ୍ତି  ଏହି ସ୍ଥାନକୁ ଆସିବା ପାଇଁ ରାସ୍ତାନଥିଲା ବହୁ ଉଦ୍ୟମକରିବାପରେ ଭୋଗଶଳଦା ଓ ଛଣ ଜଙ୍ଗ ପଚାଂୟତ ପକ୍ଷରୁ ରାସ୍ତା ନିର୍ମାଣ  କରାଯାଇଛି । ନଳକୂପ ଖନନ କରାଯାଇଛି । ପୀଠର ଉନ୍ନତିପାଇଁ ଟ୍ରଷ୍ଟ ପକ୍ଷରୁ ବହୁମୂଖୀ ଯୋଜନା ପ୍ରସ୍ତତୁ କରାଯାଇଛି । ଏହି ସ୍ଥଳକୁ ପର୍ଯ୍ୟଟକମାନଙ୍କ  ପାଇଁ  ଉଦ୍ୟମ ଚାଳଇଛି ।ସାହୁ ଟ୍ରଷ୍ଟ ପକ୍ଷରୁ ୨ ହଜାର ଲୋକଙ୍କ ପାଇଁ ପ୍ରସ୍ତୁତ ଖେୁଚୁଡ଼ି ଓ ଦହି ପଣା ବଣ୍ଟନ କରାଯାଇଛି । ଗ୍ରାମ ପଚାଂୟତ ହାଇ ସ୍କୁଲ ସାଇଲୋର ପୁରୀ ଜିଲା ସ୍କାଉଟ ଓ ଗାଇଡ଼ କ୍ୟାଡ଼େଟମାନେ ଶିକ୍ଷକ ଶିବଶଙ୍କର ଦାଶ ଙ୍କ ନେତୃତ୍ୱରେ  ସ୍ଥାନରେ ଜଳସେବା ଶିବିର ମେଳା ସ୍ଥାନରେ କରାଯାଇଛି ।

Leave a Reply

Your email address will not be published. Required fields are marked *