ରଘୁନାଥଙ୍କ ସଂଗୀତ ଜୀବନର ଅର୍ଦ୍ଧଶତାବ୍ଦୀ’
ଭୂବନେଶ୍ବର: ବିଶିଷ୍ଟ ଓଡ଼ିଶୀ ସଂଗୀତଜ୍ଞ ତଥା ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଏବଂ ଦୂରଦର୍ଶନ ଓ ଆକାଶବାଣୀର ସ୍ବୀକୃତିପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ପଣ୍ଡିତ ରଘୁନାଥ ପାତ୍ରଙ୍କ ସଂଗୀତ ଜୀବନର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ୧୯ତାରିଖ(ବୁଧବାର) ସନ୍ଧ୍ୟାରେ ଜୟଦେବ ଭବନ ଠାରେ ଅନୁଷ୍ଠିତ ‘ରଘୁନାଥଙ୍କ ସଂଗୀତ ଜୀବନର ଅର୍ଦ୍ଧଶତାବ୍ଦୀ’ କାର୍ଯ୍ୟକ୍ରମରେ ଯୋଗଦେଇ ପାରଳାଖେମୁଣ୍ଡି ଭଳି ଉପାନ୍ତ ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିବା ପଣ୍ଡିତ ରଘୁନାଥ ପାତ୍ରଙ୍କ ସଂଗୀତ ସାଧନାର ଉଚ୍ଚ ପ୍ରସଂଶା କରିବା ସହ ଓଡିଶୀ ସଂଗୀତରେ ପାରଳା ଘାରାନା କୁ ବଜାୟ ରଖିବାରେ ତାଙ୍କ ଅବଦୀନ ଅତୁଳନୀୟ ବୋଲି କହିଥିଲେ । ଭକ୍ତି ନୈବେଦ୍ୟ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଓଡିଶୀ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ବରିଷ୍ଠ ଗବେଷକ ଡଃ.ଶାନ୍ତନୁ ରଥ ଏବଂ ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ଡଃ. ଚନ୍ଦ୍ରଶେଖର ହୋତା ପ୍ରମୁଖ ଯୋଗଦେଇ ରଘୁନାଥଙ୍କ ଜୀବନ ବ୍ୟାପି ଓଡିଶୀ ସଂଗୀତ ସାଧାନା ବିଶେଷ କରି ବିନା ଶୁଳ୍କରେ ଉପାନ୍ତ ଅଞ୍ଚଳରେ ସଂଗୀତ ଶିକ୍ଷା ପ୍ରଦାନ କରି ଅନେକ ଛାତ୍ରଛାତ୍ରୀଙ୍କୁ ସୃଷ୍ଟି କରିବା ସହ ତାଙ୍କ ଦ୍ବାରା ସଂଯୋଜିତ ତଥା ନିର୍ଦ୍ଦେଶନାରେ ସୃଷ୍ଟି ହୋଇଥିବା କାଳଜୟୀ ଲଘୁ ସଂଗୀତ ପାଇଁ ସେ ସବୁବେଳେ ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇ ରହିବେ ବୋଲି କହିଥିଲେ । ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶା ସଂଗୀତ ନାୟକ ଏକାଡେମୀ ଦ୍ବାରା ପୁରସ୍କୃତ ଯୁବ ମଞ୍ଚ ଅଭିନେତା ଆଦର୍ଶ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ରୂପେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଭକ୍ତି ନୈବେଦ୍ୟ ଅନୁଷ୍ଠାନର କଳାକାରମାନେ ପଣ୍ଡିତ ରଘୁନାଥଙ୍କ ଦ୍ବାରା ସ୍ବର ସଂଯୋଜିତ ତଥା ନିର୍ଦ୍ଦେଶିତ ବିଭିନ୍ନ ସଂଗୀତ ପରିବେଷଣ କରିଥିଲେ, ଯାହା ଉପସ୍ଥିତ ଶ୍ରୋତାଙ୍କୁ ଅନେକ ରାତି ଯାଏଁ ବା୍ନ୍ଧି ରଖିଥିଲା ।
ପରିବେଷଣ କରିଥିବା କଣ୍ଠଶିଳ୍ପୀ ଓ ପରିବେଷିତ ସଂଗୀତ
୧.ଡଃ.ସଂଗୀତା ଗୋଷାଇଁ – ପୂଜାରୀଣି ଆଜି ପ୍ରଦୀପ ଜାଳି ମୁଁ… ୨. ପଣ୍ଡିତ ରଘୁନାଥ ପାତ୍ର – ମୁଁ ହଜିଗଲେ ଝୁରିବ କିଏ ସେ…. ୩.ଶ୍ରୀମତି ସର୍ମିଳା ସାମନ୍ତରାୟ – ସୁନ୍ଦ ଏହି ଘରଣୀରେ ଆମେ… ୪. ଡ.ଚନ୍ଦନ ଗନ୍ତାୟତ – ମୁଁ ଯେ ଶ୍ରାବଣୀ ରାତିର…. ୫. ସୁଶ୍ରୀ ବୈଷ୍ଣବୀ ଘୋଷ – ବେଚେନ ବହତ ଫିରନା(ହିନ୍ଦୀ ଗଜଲ) ୬. ଶ୍ରୀ ପ୍ରଭାତ ପାତ୍ର – ଶ୍ରୀ ରାମ ନାମକୁ ଗାଅରେ ମାନସ…. ୭. ଶ୍ରୀ ଶିବ ଷଡଙ୍ଗୀ – ଭାରି ଭଲ ଲାଗେ ପଢିବାକୁ ଥରେ… ୮.ସୁଶ୍ରୀ ଅଞ୍ଜଳୀ ପାତ୍ର – ଅଭି ମେ ଶରଣ ତିହାରି ଜୀ (ହିନ୍ଦୀ ଭଜନ) ୯.ଶ୍ରୀ ଆଶୁତୋଷ ମିଶ୍ର – ମୋ ଘରର ଦରଜାରେ…… ୧୦.ସୁଶ୍ରୀ ସ୍ପନ୍ଦନା ପଣ୍ଡା – ଇଚ୍ଛା ହୁଏ ମୋର ତମକୁ କାହିଁକି…. ୧୧.ସୁଶ୍ରୀ ଅମୃତା ପୁରୋହିତ – ଭାବିଥିଲି ଦିନେ ନଦୀଟିଏ ହୋଇ…. ବାଦ୍ୟ ଯନ୍ତ୍ରାଂଶରେ ସହାୟତା କରିଥିବା ଶିଳ୍ପୀ
୧.ଇଂ.ଅଭୟେନ୍ଦୁ – ତବଲା ୨.ବିଶ୍ବମ୍ବର – ଢୋଲକ ୩.ଶ୍ୟାମ ଭାଇ – ସେକ୍ସୋଫୋନ୍, ବଂଶୀ ୩. ବିଶ୍ବରଞ୍ଜନ – କି-ବୋର୍ଡ
୪.ରଞ୍ଜନ କୁମାର – ପ୍ୟାଡ ୫. ଇତେଶ ଭାଇ – ଇଫେକ୍ଟ