ସରକାରୀ ସ୍କୁଲରେ ଚତୁର୍ଥ ଶ୍ରେଣୀ ପିଲାଙ୍କୁ ଲେଖିଆସୁନି ପାଠ
ନିମାପଡ଼ା,(ଏ.ପି . ନିୟୁଜ) ନିମାପଡ଼ା ଶିକ୍ଷାମଣ୍ଡଳ ମଧୀଶଙ୍କ ଅଧିନରେ ଥିବା ସରକାରୀ ୟୁପି ସ୍କୁଲ ଗୁଡ଼ିକରେ ପାଠପଢୁଥିବା ପିିଲାମାନେ ନିଜ ନାମ ସଠିକଭାବେ ଓଡ଼ିଆରେ ଲେଖିପାରୁ ନାହାଁନ୍ତି । ରାଜ୍ୟ ସରକାର ତୃତୀୟ ଶ୍ରେଣୀ ପିଲାମାନଙ୍କୁ ଇଂଗ୍ରାଜି ଭାଷା ଶିକ୍ଷା ଦେବା ପ୍ରଥା ଆରମ୍ଭ କରିଛନ୍ତି ଅଥଚ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ପିଲାମାନଙ୍କ ନିଜ ନାମ ଓଡ଼ିଆରେ ଲେଖି ପାରୁ ନାହାଁନ୍ତି । ଶିକ୍ଷା ବିଭାଗ ପିଲାମାନଙ୍କୁ ସ୍କୁଳକୁ ଆଣିବା ପାଇଁ ସ୍କୁଲ ଗୁଡ଼ିକୁ ପାଇଁ ମଧ୍ୟାହ୍ନ ଭୋଜନ ସହ ମାଗଣାରେ ପୁସ୍ତକ ଓ ପୋଷାକ ଦେଉଛନ୍ତି । ସରକାରଙ୍କ ଯୋଜନା ପ୍ରତି ପିଲା ତାଙ୍କର ଅଭିଭାବକ ମାନେ ଆଗ୍ରହ ଦେଖାଉ ନାହାଁନ୍ତି । କେବଳ ଗରିବ ପିଲାମାନେ ସ୍କୁଲରେ ପାଠ ପଢିବାକୁ ଆସୁଛନ୍ତି । ଶିକ୍ଷାର ବିକଳ ଚିତ୍ର ଏହି ବ୍ଲକ ଅନ୍ତର୍ଗତ ବଳଙ୍ଗା ପଚାଂୟତ ଅନ୍ତର୍ଗତ ଶମ୍ଭୁଭାରତୀ ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ବିଦ୍ୟାଳୟ ସ୍ଥାପିତ ହୋଇଛି ୧୯୬୨ ମସହାରେ । ଏହି ପୁରାତନ ସ୍କୁଲରେ ପ୍ରଥମରୁ ପଞମ ପର୍ଯ୍ୟନ୍ତ ଶ୍ରେଣୀ ରହିଛି । ଏହି ସ୍କୁଲରେ ମାତ୍ର ୨୯ ଜଣ ପିଲାବସି ପାଠ ପଢୁଛନ୍ତି । ପ୍ରଥମ ଶ୍ରେଣୀରେ ୨ଜଣ , ଦ୍ୱିତୀୟରେ ଜଣେ ,ତୃତୀୟରେ ଆଠ ଜଣ, ଚତୁର୍ଥରେ ୯ ଜଣ ଏବଂ ୫ମରେ ୯ଜଣ । ପିଲାମାନେ ବିଭିନ୍ନ ସଠିକ ଭାବେ ଓଡ଼ିଆରେ ଲେଖି ପାରୁ ନାହାଁନ୍ତି ।ଗୋଟିଏ ଘରେ ଚାରି ଦିଗକୁ ମୁହଁକରି ବସ ପାଠ ପଢୁଛନ୍ତିି । ପ୍ରଧାନଶିକ୍ଷକଙ୍କୁ ଏତେ କମ ପିଲା ସ୍କୁଲରେ କଣ ପାଇଁ ପଚାରିବାରୁ ନିକଟରେ ଏକ ଘରୋଇ ସ୍କୁଲ ଥିବାରୁ ଏହି ସ୍କୁଲ ସେମାନଙ୍କୁ ଆକର୍ଷିତ କରିପାରି ନାହିଁ । ରାଜ୍ୟ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ,ରାଷ୍ଟ୍ରପତିଙ୍କ ନାମ ପିଲାମାନେ କହିପାରୁ ନାହାଁନ୍ତି ।ପାଠ ପଢାଉଛନ୍ତି ଜଣେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ । ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ କରୁଥିବା ଗୁରୁମା ଗୁରୁଜୀମାନେ ସରକାରଙ୍କ ଠାରୁ ମାସିକ ମୋଟା ଅଙ୍କର ପାରିତୋଷିକ ନେଉଛନ୍ତି । ସରକାରୀ ସ୍କୁଳରେ ଶିକ୍ଷାଦାନ କରୁଥିବା ଶିକ୍ଷକଓ ଶିକ୍ଷୟିତ୍ରୀମାନେ ଟ୍ରେନିଂ ପରେ ନିଯୁକ୍ତି ପାଇଛନ୍ତି । କିନ୍ତୁ ସରକାରୀ ସ୍କୁଳ ଗୁଡ଼ିକରେ ସବୁ ସୁବିଧା ଥାଇମଧ୍ୟ ପିଲାମାନେ ଘରୋଇ ସ୍କୁଲରେ ଅଧିକ ଟଙ୍କା ଦେଇ ଟ୍ରେନିଂ ପାଇନଥିବା ଶିକ୍ଷକଙ୍କ ମାନଙ୍କ ଠାରୁ ଶିକ୍ଷାଦାନ ପ୍ରତି ଆଗ୍ରହ ଦେଖାଉଛନ୍ତି । ସ୍କୁଳର ପ୍ରଧାନ ଶିକ୍ଷକ ଶ୍ରେଣୀଗୃହରେ ସାର୍ଟ ଖୋଲି ପାଠ ପଢାଉଥିବା ଦେଖିବାକୁ ମିଳିଥିଲା । ନିମାପଡ଼ା ଶିକ୍ଷା ମଣ୍ଡଳ ଅଧିକାରୀଙ୍କ ଅଧିନରେ ଥିବା ସରକାରୀ ସ୍କୁଳ ଗୁଡ଼ିକରେ ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି । ଅଧିକାଶଂ ସରକାରୀ ସ୍କୁଲ ଗୁଡ଼ିକରେ ଏକାଭଳି ଅବସ୍ଥା ଦେଖିବାକୁ ମିଳିଛି ।