ସାତଶଙ୍ଖ , ରତ୍ନଚିରା ନଦୀରୁ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର
ନିମାପଡ଼ା, (ଏ.ପ ନ୍ୟୁଜ) ପିିପିଲି ଥାନା ଅନ୍ତର୍ଗତ ଶାତଶଙ୍ଖ ବଜାର ନିକଟରେ ବୋହି ଯାଉଥିବା ରତ୍ନଚିରା ନଦୀରେ ସ୍ଥାନୀୟ । ଲୋକମାନେ ମାଛ ଧରିବା ପାଇଁ ଜାଲ ବିଛାଇଥିଲେ । ଆଜି ସକାଳୁ ମାଛ ଧରିବା ପାଇଁ ଜାଲକୁ ଭିଡ଼ି କୂଳକୁ ଆଣିବାପରେ ସେହି ଜାଲରେଏକ ଅଜଗର ସାପ ପଡ଼ିଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ସ୍ଥାନୀୟ ଯୁବକମାନେ ସ୍ନେକ ହେଲପଲାଇନ କୁ ଖବର ଦେଇଥିଲେ । ଖବର ପାଇ ସ୍ନେକ ହେଲପଲାଇନର ସଦସ୍ୟ ସୁଶାନ୍ତ ବେହେରା ଓ ହେମନ୍ତ ବେହେରା ଘଟଣା ସ୍ଥଳରେ ପହଁଚିଂ ଜାଲରେ ପଡ଼ିଥିବା୧୦ ଫୁଟ ଲମ୍ବର ଅଜଗରକୁ ଉପସ୍ଥିତଥିବା ଯୁବକମାନଙ୍କ ସହଯୋଗରେ ଜାଲ କାଟି ସତର୍କତାର ସହ ଉଦ୍ଧାର କରିଥିକ୍ଷଗଏବଂ ପରୀକ୍ଷା କରିବାପରେ ଉଦ୍ଧାର ଅଜଗର ଶରୀରରେ କୈଶସି କ୍ଷତ ଚିହ୍ନ ନଥିଲା । ଉଦ୍ଦାର ଅଜଗର ସାପ ଏକ ବର୍ମିକ ପାଇଥନ ପ୍ରଜାତିର ବୋଲି ସ୍ନେକ ହେଲପଲାଇନର ସଦସ୍ୟ ସୁଶାନ୍ତ ବେହେରା କହିଛନ୍ତି । ଏହି ଜାତିର ଅଜଗରମାନେ ସାଧରଣତଃ ଦଳପୂର୍ଣ୍ଣ ଯୋର ନଦୀ ନାଳମାନଙ୍କରେ ବାସ କରିବାକୁ ଉଚିତ ମଣିଥାନ୍ତି । ତେଣୁ ଏହି ଅଜଗରକୁ ତାଙ୍କର ପ୍ରାକୃତିକ ଆବସ ସ୍ଥଳିରେ ଛଡ଼ାଯିବାପାଇଁ ବନ ବିଭାଗ ସହିତ ଆଲୋଚନା ଚାଲିଛି ।