ସିପିଆଇ ୧୧ଦଫା ଦାବୀନେଇ ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ
ନିମାପଡ଼ା,୨୮/୪(ଏପିନ୍ୟୁଜ) ସିପିଆଇ ରାଜ୍ୟ ପରିଷଦ ଆହ୍ବାନରେ ଆଜି ରାଜ୍ୟବ୍ୟାପି ରାଜ୍ୟର ସାମ୍ପ୍ରତିକ ଜନଜୀବନ ସମସ୍ୟା ଓ ତାର ତୁରନ୍ତ ପ୍ରତିକାର ପାଇଁ ଡ଼ାକରା ଦିଆଯାଇଥିବା ୧୧ ଦଫା ଦାବୀ ସମ୍ବଳିତ ଦାବୀନେଇ ତହସିଲ ଅପିସ ସମ୍ମୁଖରେ ପାଟିର କର୍ମୀମାନେ ଆନ୍ଦୋଳନ କରିବାସହ ଏକ ସଭା କରିଥିଳେ। ତହସିଲଦାରଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ର୍ରଦାନ କରିଥିଲେ। ପ୍ରମୁଖ ଦାବୀ ଗୁଡ଼ିକ ହେଲା ଗ୍ରୀଷ୍ମ ପ୍ରବାହରେ ଗ୍ରାମାଞଳରେ ଓ ସହରାଞ୍ଚଳରେ ନଳକୂପ ଗୁଡ଼ିକ ଅଚଳ ହୋଇପଡ଼ିଛି। ଶୋଧିତ ପାନୀୟ ଜଳ ଯୋଗାଇ ଦେବା, ଅତ୍ୟାବଶ୍ରକ ସାମଗ୍ରୀର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା, ବିଜେପି ସରକାର ନିର୍ବାଚନସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା, ସମସ୍ତ କୃଷି ରୁଣ ଛାଡ଼ କରିବା, ଚାଷୀମାନଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କା ରୁଣ ଦେବା। ଖାଦ୍ୟ ସୁରକ୍ଷା ଆଇନପ୍ରଣୟନ କରି ସମସ୍ତ ପରିବାକୁ ରାସନ କାର୍ଡ଼ ଦେବା। ୬୦ ବର୍ଷ ପୂରଣ କରିଥିବା କୃଷକ ,ଶ୍ରମିକ, ଖଟିଖିଆ ଷଳାକମାନଙ୍କୁ ମାସକୁ ୧୦ ହଜାର ଟଙ୍କା ପେନସନ ଦେବା,। ଆୟୁଷମାନ ଯୋଜନାରେ ପରିବାରର ସମସ୍ତ ସଦସ୍ୟମାନଙ୍କୁ ଗୋଟିଏ କାର୍ଡ଼ରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା,ମନେରେଗା ଯୋଜନାରେ ମୁଜୁରୀ ୬ଶହ ଟଙ୍କାକୁ ବୃଦ୍ଧି। ଭୁମିହୀନଙ୍କୁ ଶିଘ୍ର ଜମିର ପଟ୍ଟା ବଣ୍ଟନ କରିବା ନିମାପଡ଼ା ଏନ.ଏ.ସିଅଞ୍ଚଳର ରାସ୍ତାକଡ଼ରୁ ଉଛେଦ ହୋଇଥିବା ବ୍ୟବସାୟୀମାନଙ୍କୁ ତୁରନ୍ତ ଥଇଥାନ କରିବା ଦାବୀନେଇ କୃଷ୍ଣ ଚନ୍ଦ୍ର ରାଉତ, ସନାତନ ପାତ୍ର ,ଦେବେନ୍ଦ୍ର ସାହୁ, ପ୍ରଫୁଲକୁମାର ସାହୁ ଏବଂ ସନ୍ତୋଷ ବେହେରାଙ୍କ ନେତୃତ୍ବରେ କମ୍ୟୁନିଷ୍ଟ ପାଟିର କର୍ମୀମାନେ ଆନ୍ଦୋଳନ କରିଥିଲେ।(ଫଟ)