ଘରଅଗଣା ଓଳାଉଥିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ।
ଘରଅଗଣା ଓଳାଉଥିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ।
ଚାରିଛକ,(ଏପି ନ୍ୟୂଜ୍) ଆଜି ପ୍ରାତଃ ସମୟରେ ନିମାପଡ଼ା ବ୍ଲକ ଚାରିଛକ ଥାନା ଅନ୍ତର୍ଗତ ତୁଳସୀପୁର ବ୍ରାହ୍ମଣଶାସନ ଗାଁ ର ମାନସ ତ୍ରିପାଠୀ ଙ୍କ ପତ୍ନୀ ଲୋପାମୁଦ୍ରା ତ୍ରିପାଠୀ ନିଜ ଘର ର ଅଗଣା ଓଳାଉଥିବା ବେଳେ ଦୁଇ ଜଣ ଯୁବକ ଏକ ପ୍ୟାସନ୍ ପ୍ଲସ ମୋଟର ସାଇକେଲ ରେ ଆସି ହଠାତ୍ ଲୋପାମୁଦ୍ରାଙ୍କ ବେକରୁ ସେ ପିନ୍ଧିଥିବା ସୁନା ଚେନ ଲୁଟ କରି ନେଇ ଆଖି ପିଛୁଳାକେ ଗାଁ ରୁ ପଳାଇ ଯାଇଥିଲେ। ଅଭିଯୋଗ ହେବା ପରେ ଚାରିଛକ ଥାନା ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରା ଙ୍କ ସନ୍ଧାନ ମିଳି ପାରିନାହିଁ। ଗତ କିଛି ଦିନ ତଳେ ଚାରିଛକ ଥାନା ଅନ୍ତର୍ଗତ ଭାଣପୁର ଗାଁର କନକଲତା କର ନିଜ ଦ୍ଵାର ମୁହଁ ଠାରେ ପ୍ରାତଃ ସମୟରେ ଫୁଲ ତୋଳିବା ସମୟରେ ଏହିପରି ଦୁଇ ଜଣ ଦୂର୍ବୁର୍ତ୍ତ ଏକ ମୋଟର ସାଇକେଲ ରେ ଆସି ତାଙ୍କ ବେକରୁ ସେ ପିନ୍ଧିଥିବା ସୁନା ଚେନ ଝାମ୍ପୀ ନେଇଥିଲେ। ପୋଲିସ ଏ ପର୍ଯ୍ୟନ୍ତ ଲୁଟେରା ଙ୍କ ସନ୍ଧାନ ପାଇ ପାରି ନାହିଁ। ଏହି ଘଟଣା ବାରମ୍ବାର ଘଟୁଥିବାରୁ ଗାଁ ଗହଳି ର ମହିଳା ମାନେ ଭୟଭୀତ ହୋଇ ପଡିଛନ୍ତି।
ସନ୍ତୋଷ ଦାଶ।