୧୯୯୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ
ଚାରିଛକ ଏ.ପି ନ୍ୟିୁଜ)(ସନ୍ତୋଷ ଦାଶ) ନିକଟସ୍ଥ ମାଧବ ସଦାଦାସ ତୋଟା ସ୍ଥିତ ଶହୀଦ ସ୍ମୃତି ଉଦ୍ୟାନ ରେ ନିକଟସ୍ଥ ଅମରେଶ୍ୱର ଉଚ୍ଚ ବିଦ୍ୟାଳୟର ୧୯୯୦ ମାଟ୍ରିକ ବ୍ୟାଚର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ଅନୁଷ୍ଠାନ ର କେତେକ ଦିବଂଗତ ଙ୍କ ସ୍ମୁତି ଉଦ୍ଦେଶ୍ୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ପ୍ଲାଷ୍ଟିକ ଓ ପଲିଥିନ ବର୍ଜନ କରିବା ଉପରେ ଏକ ସଚେତନତା ସହ ଶପଥ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ୧୯୯୦ ମାଟ୍ରିକ ବ୍ୟାଚର ବନ୍ଧୁମାନେ ଏକତ୍ରିତ ହୋଇ ବିଗତ ଦିନର ସ୍ମୃତି କୁ ମନେ ପକାଇ ବନ୍ଧୁ ମାନଙ୍କ ମଧ୍ୟରେ ପରସ୍ପର ଭାବର ଆଦାନ ପ୍ରଦାନ କରିଥିଲେ । ଆଜିର ବନ୍ଧୁମିଳନକୁ ଜୟନ୍ତ ସାହୁ ପରିଚାଳନା କରିଥିଲେ । ପ୍ରମୋଦ ପୃଷ୍ଟି, ନିତ୍ୟାନନ୍ଦ ଦାଶ, କାହ୍ନୁ ସାହୁ, ଅରକ୍ଷିତ ଭୋଇ, ଗଣେଶ କର, ପ୍ରସନ୍ନ କର, ବିନୟ କର,ଅଶୋକ ବେହେରା,କାହୁଁ ଚରଣ ସାହୁ, ଚିନ୍ମୟୀ ମିଶ୍ର, କୁସ୍ମିତା ସାହୁ, ମମତା ସାହୁ ପ୍ରମୁଖ ଙ୍କ ସମେତ ୫୦ ରୁ ଉର୍ଦ୍ଧ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ।
