ବିଶ୍ବାସ ଏଜୁକେସନ ଟ୍ରଷ୍ଟର ୨ ଫଳାଫଳ
ନିିମାପଡା(ଏପିନ୍ୟୁଜ) ସଦ୍ୟ ପ୍ରକାଶିତ ଯୁକ୍ତଦୁଇ ରେଜଲ୍ଟରେ ନିମାପଡାର ଅଭିଜ୍ଞ ଶିକ୍ଷାନୁଷ୍ଠାନ ବିଶ୍ୱାସ ଏଜୁକେସନ ସେଣ୍ଟର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଖବର ଅନୁଯାୟୀ ନିମାପଡ଼ା କୋର୍ଟ ଛକ ନିକଟସ୍ଥ ବିଶ୍ୱାସ ଏଜୁକେସନ ସେଣ୍ଟରର ୩୬ଜଣ ଛାତ୍ରଛାତ୍ରୀ ଚଳିତବର୍ଷ +୨ ବିଜ୍ଞାନ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୩ଜଣ ‘ଏ’ ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩ଜଣ ‘ବି’ ଗ୍ରେଡ଼ ପାଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଛାତ୍ରୀ ବିଜୟଲକ୍ଷ୍ମୀ ପଣ୍ଡା ବାୟୋଲୋଜି ପରୀକ୍ଷାରେ ୧୦୦ରୁ ୯୭ନମ୍ବର ରଖି ନିମାପଡ଼ା କଲେଜରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭୋକେସନାଲ ପରୀକ୍ଷାରେ ଶୁଭକାନ୍ତ ନାୟକ ପ୍ରଥମ ସ୍ଥାନ ଏବଂ ସମ୍ବିତ ଖୁଣ୍ଟିଆ ଦ୍ଵିତୀୟ ସ୍ଥାନ ଅଧିକାର କରି ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି। ଛାତ୍ରଛାତ୍ରୀ ମାନଙ୍କ ଏହି ସଫଳତା ପାଇଁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ନିତ୍ୟରଞ୍ଜନ ମହାନ୍ତି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଭବିଷ୍ୟତ ଉଜ୍ଜଳ କାମନା କରିଛନ୍ତି। ଏହି ସଫଳତା ପାଇଁ ଛାତ୍ରଛାତ୍ରୀ ମାନେ ବିଶ୍ୱାସ ଅନୁଷ୍ଠାନର ଅଧ୍ୟକ୍ଷ ଏବଂ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି।