ହନୁମାନ ମନ୍ଦିରରୁ ୨ଲକ୍ଷ ଟଙ୍କା ମୂଲ୍ୟର ରୂପା ଅଳଙ୍କାର ଓ ଦାନବାକ୍ସ ଚୋରୀ
ଖେଲାର (ଏ.ପି ନ୍ୟିୁଜ ରିପୋର୍ଟ କବିଲ) ଖେଲାର ବଜାର ଥିବା ହନୁମାନ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଛି। ମନ୍ଦିରରେ ପୂଜା ପାଉଥିବା ହନୁମାନଙ୍କ ମସ୍ତକରେ ଥିବା ରୁପା ମକୁଟ, ରୁପା ବଳା ଓ ମନ୍ଦିରରେ ଥିବା ଦୁଇଟି ଦାନବାକ୍ସ ଚୋରି ହୋଇଥିବା ନିମାପଡ଼ା ପୁଲିସରେ ଅଭିଯୋଗ ହୋଇଛି। ମିଳିଥିବା ସୁଚନାରୁ ଜଣାଯାଏ ମନ୍ଦିର ପୂଚକ ଗତକାଲି ରାତିରେ ମନ୍ଦିର ବନ୍ଦକରି ଥିଲେ । ଆଜି ସକାଳୁ ମନ୍ଦିର ଖୋଲି ପୂଜାପାଇଁ ପ୍ରବେଶ କରିବାସମୟରେ ହନୁମାନଙ୍କ ମସ୍ତରେ ରୂପା ମକୁଟ ନଥିବା ଜଣାପଡ଼ିଥିଲା। ପରେ ହସ୍ତରେ ଥିବାରୂପା ବଳ ଓ ଦୁଇଟି ଦାନବାକ୍ସକୁ ଦୁର୍ବୁତ୍ତ ଲୁଟି ନେଇଥିବା ଜଣାପଡ଼ିଥିଲା ଚୋରୀ ହୋଇଥିବାରୁପା ମକୁଟ ,ରୂପା ବଳା ଓ ଦାନ ବାକ୍ସରେ ଥିବା ଟଙ୍କା ୨ଲକ୍ଷ ଟଙ୍କା ହେବ ବୋଲି ପୂଜକ କହିଛନ୍ତି। ଚୋରୀ ସଂପର୍କରେ ମନ୍ଦିର ପୁଜକ ମନ୍ଦିର ପରିଚାଳନା କମିଟିକୁ ଜଣାଇବାପରେ ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।
