Uncategorized

ଅସ୍ତରଙ୍ଗ ଥାନା ଅଧିକାରୀ ନୀଳମ୍ବିତ ଗଂଜେଇ ଚୋରା ଚାଲାଣ ହେଲା କାଳହେଲା

Spread It

ଅସ୍ତରଙ୍ଗ,(ଏ.ପି ନ୍ୟିୁଜ) ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାରେ କାର୍ଯ୍ୟକରୁଥିବା ଆଇ ଆଇ ସି ରାଜେଶ ବଳିଆର ସିଂ ଙ୍କୁ ରାଜ୍ୟ ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରିୟାନା ନିଲମ୍ବିତ କରିଛନ୍ତି ଶ୍ରୀ ବଳିଆର ସିଂ ଏହା ପୂର୍ବରୁ କୋରାପୁଟ ଜିଲ୍ଲା ର ଜୟପୁର ଟାଉନ ଥାନାରେ ଏସ ଆଇ,ଭାବେ କାର୍ଯ୍ୟ କରୁ ଥିବା ବେଳେ ଗଂଜେଇ ମାଫିଆ ମାନଙ୍କୁ ଗଂଜେଇ ଚୋରା ଚାଲାଣ ରେ ସାହାଯ୍ୟ ସହଯୋଗ କରୁଥିବା ନେଇ ଅଭିଯୋଗ ହେବାରୁ ଆଇନ ଅନୁଯାଇ ତାଙ୍କୁ ଗିରଫ କରିବା ପାଇଁ ନିର୍ଦେଶ ରହି ଥିଲା ହେଲେ ଦୀର୍ଘ ଦିନ ଧରି ଗିରଫ କୁ ଏଡାଇ ପୋଲିସ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ସିଂ ଙ୍କୁ, ଅଚାନକ ଜୟପୁର ପୋଲିସ ତାଙ୍କ ସ୍ତ୍ରୀ ଙ୍କ ନାମରେ ଥିବା ଭୁବନେଶ୍ୱର ସରକାରି ବାଷଗୃହ ନିକଟରେ ପହଞ୍ଚି ଗୁରୁବାର ଦିନ ଜେରା ପାଇଁ ଉଠାଇ ଆଣିଥିଲା ଏବଂ କ୍ୟାପିଟାଲ ପୁଲିସ ଷ୍ଟେସନରେ ଜେରାକରିବା ପାଇଁ ବସାଯାଇଥିଲା କିଛି ସମୟ ଆଲୋଚନା ଚାଲିଥିବା ବେଳେ, ଅସ୍ତରଙ୍ଗ ଥାନା ଅଧିକାରୀ ପରିତ୍ସା ଯିବା କହି ବାହାର କୁ ଆସିଥିଲେ ଓ , କିଛି ସମୟ ଭିତରେ କୁଆଡେ ଫେରାର ହୋଇ ଯାଇ ଥିବା ଜଣା ପଡିଥିଲା ପୂଲିସ ଅଧିକାରୀ ମାନେ ବହୁ ସମୟ ଅପେକ୍ଷା କରି ନ ଫେରି ବାରୁ ଖୋଜା ଖୋଜି କରି ଥିଲେ ମଧ୍ୟ ନ ମିଳିବାରୁ ରାଜ୍ୟ ପୋଲିସ ମହାନିର୍ଦ୍ଧେଶକ ଙ୍କୁ ଜଣାଇବା ପରେ, ଚିଠି ନମ୍ବର ୩୦୦୪/୧୫,୮,୨୦୨୫ ରେ ପୋଲିସ ମହା ନିର୍ଦ୍ଧେଶକ ଚାକିରି ରୁ ନିଲମ୍ବିତ କରିଛନ୍ତି

Leave a Reply

Your email address will not be published. Required fields are marked *