Uncategorized

Spread It

ପ୍ରଧାନମନ୍ତ୍ରୀଙ୍କ ନି-କ୍ଷୟ ମିତ୍ର ରେ ନାଲକୋ ସ୍ମରଣୀୟ ରହିବ- ଡାକ୍ତର ସମ୍ବିତ ପାତ୍ର
————————————————
ଯକ୍ଷ୍ମା ସଂକ୍ରମିତଙ୍କୁ ପୃଷ୍ଟିକର ଖାଦ୍ୟ ପାଇଁ ନାଲକୋ ବଢାଇଲା ହାତ
————————————————-
 ପୁରୀ (ଏ.ପି ନ୍ୟିୁଜ)ଭାରତବର୍ଷ କୁ ଯକ୍ଷ୍ମା ମୁକ୍ତ କରିବାର ସଂକଳ୍ପ ନେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ ନବରତ୍ନ ଉଦ୍ୟୋଗ ନାଲକୋ, ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀ କୁ ବଢାଇଥିବା ହାତକୁ ପୁରୀ ଜିଲ୍ଲା ସ୍ମରଣ ରଖିବ ବୋଲି କହିଛନ୍ତି ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ ପାତ୍ର। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ଉଦ୍ଦେଶ୍ୟରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ ସମିତି ଆନୁକୁଲ୍ୟରେ ପୁରୀ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଯକ୍ଷ୍ମା ରୋଗୀମାନଙ୍କୁ ପୌଷ୍ଟିକ ଖାଦ୍ୟ ବାସ୍କେଟ ବଣ୍ଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡାକ୍ତର ପାତ୍ର ପୁରୀ ଜିଲ୍ଲାର କେବଳ ରୋଗୀ ଚିହ୍ନଟ, ଆବଶ୍ୟକୀୟ ପରୀକ୍ଷଣ ,କି’ ରୋଗୀର ନିୟମିତ ଔଷଧ ସେବନ ନୁହେଁ, ରୋଗୀକୁ ସୁଷମ ଖାଦ୍ୟ ଯୋଗାଣ, ଯକ୍ଷ୍ମା ମୁକ୍ତ ପୁରୀ ଜିଲ୍ଲା ପାଇଁ ବଡ଼ ଆବଶ୍ୟକତା ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ଅନ୍ୟତମ ଅତିଥିଭାବେ ଯୋଗଦେଇ ପୁରୀ ବିଧାୟକ ସୁନୀଲ ମହାନ୍ତି କହିଥିଲେ ଯେ ସ୍ବାସ୍ଥ୍ୟ ସୁରକ୍ଷା ଭଳି ମହତ ଉଦ୍ଦେଶ୍ୟ ରେ ନାଲକୋ ର ଏହି ମହତ୍ ଦାନ ଉଲ୍ଲେଖନୀୟ।ପ୍ରାରମ୍ଭରେ ଯକ୍ଷ୍ମା ନିରାକରଣ ଅଭିଯାନ ର ଅଧିକାରୀ ଡାକ୍ତର ଲଲାଟେନ୍ଦୁ ମିଶ୍ର ଓ ଯକ୍ଷ୍ମା ଓ ଛାତିରୋଗ ବିଶେଷଜ୍ଞ ପ୍ରଫେସର ସୁଦର୍ଶନ ପୋଥାଳ,ରୋଗୀ ଚିହ୍ନଟ ରେ ପୁରୀ ଜିଲ୍ଲା, ଦେଶର ହାରାହାରି ଚିହ୍ନଟ ଠାରୁ ଅଧିକ ରହିଥିବା ବେଳେ,ରୋଗୀ ମୃତ୍ୟୁ ରେ ପୁରୀ ଜିଲ୍ଲା, ଦେଶର ହାରାହାରି ମୃତ୍ୟୁ ହାର ଠାରୁ କମ୍ ରହିଛି ବୋଲି କହିଥିଲେ 

Leave a Reply

Your email address will not be published. Required fields are marked *