ଲକି ନାମରେନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଦଘାଟନ

ଲକି ନାମରେନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଦଘାଟନ
ନିମାପଡ଼ା, ନିମାପଡ଼ା ବ୍ଲକ ଅଧିନସ୍ଥ ଚାରିଛକ ର ଓରପଟ ରେ ଲକି ନାମରେ ନୂତନଭାବେ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଗତ ୨୦ ତାରିଖରେ ଉଦଘାଟିତ ହୋଇଛି । ଏହି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଭାବେ ବ୍ରଜ କିଶୋର ନାୟକ ଯୋଗଦେଇଛନ୍ତି । ଏହି ଉଚ୍ଚମାଧ୍ୟମିକ ବିଦ୍ୟାଳୟଟି ଅସଂମ୍ପୂଣ୍ରୟ ଆବାସିକ ଅଟେ । ପ୍ରତିଯୋଗିତାମୂଳକ ଦୁନିଆଁରେ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ନିଜ ପାଠ ଖସଡ଼ାକୁ ପଢାଇବା ସହ ପ୍ରତିଯୋଗିତାମୂଳକ ପରୀକ୍ଷାପାଇଁ ପ୍ରସ୍ତୁତ କରାଯିବାର ଲକ୍ଷ୍ୟରଖାଯାଇଛି । ଏହି ଆବରାସିକ ଉଚ୍ଚମାଧ୍ୟମିକ ଅଭିଜ୍ଞ ଶିକ୍ଷକମଣ୍ଡଳି ରହିଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ କେତେକ ପିମାମାନଙ୍କୁ ଏହି ବିଧ୍ୟାଳୟ ପକ୍ଷରୁ ଏକମାସ ପର୍ଯ୍ୟନ୍ତ ମାଗଣା ସମରକୋର୍ସ ଶିକ୍ଷା ଦିଆଯିବ । ଏହି ଲକି ଉଚ୍ଚମାଧ୍ୟମିକ ବିଧ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସର୍ବ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ସହିତ ସମାନକରାଯିବ । ଉଦଘାଟନ ଉତ୍ସବରେ ପରିଚାଳନା କମିଟି ସଭାପତି ଲକ୍ଷ୍ମୀଧର ନାୟକ ଙ୍କ ପୈାରହିତ୍ୱରେ ଅନୁଷ୍ଠିତ ହୋଇଥିଲା । ସମର କୋର୍ସରେ ଯୋଗଦେଇଥିବା ଛାତ୍ରଚାତ୍ରୀମାନଙ୍କୁ ଅଧ୍ୟାପକ ଅଧ୍ୟାପିକାମାନେ ପୁଷ୍ପଗୁଛଦେଇ ସ୍ୱାଗତ କରିଥିଲେ ।