ଗାଁ ଦାଣ୍ଡରେ ସାଧବା ମହିଳାଙ୍କ ପନ୍ଥେଇ ପୂଜା
ଗାଁ ଦାଣ୍ଡରେ ସାଧବା ମହିଳାଙ୍କ ପନ୍ଥେଇ ପୂଜା
କାକଟପୁର, ସନ୍ତୋଷ ଦାଶ ଚୈତ୍ର ମାସର ମଙ୍ଗଳବାର ଦିନ ସଧବା ମହିଳାମାନେ ପରିବାରର ମଙ୍ଗଳକାମନା କରି ଚୈତ୍ୟମାସ ମଙ୍ଗଳବାର ଦିନ ଗାଁ ଦାଣ୍ଡରେ ମହିଳାମାନେ ଏକାଠି ହୋଇ ପନ୍ଥେଇ ଖୋଳି ପ୍ରଥା ଅନୁସାରେ ମାମଙ୍ଗଳାଙ୍କୁ ପୁଜା କରିଥାନ୍ତି। ମଙ୍ଗଳବାର ଓଷା ରଖିଥିବା ମହିଳାମାନେ ଗାଁ ଦାଣ୍ଡରେ ପୂଜା କରିବା ସ୍ଥାନରେ ଶୁଦ୍ଧପୂତଭାବେ ପରିଷ୍କାର ପରିଛନ୍ନକରିଥାନ୍ତି। ମହିଳାମାନେ ଆଣିଥିବା ଚୁଆ ମିଶ୍ରିତ ହଳଦିପାଣିକୁ ପନ୍ଥେଇ ରେ ଢାଳି ଥାନ୍ତି। ପନ୍ଥେଇରେ ସିନ୍ଦୁର କଜଳ ଦେବାସହ ମନ୍ଦାର ଫୁଲରେ ସଜେଇଥାନ୍ତି । ଏବଂ ପନ୍ଥେଇକୁ ବନ୍ଦାପନା କରି ନିଜପରିବାର ଓ ସନ୍ତାନମାନଙ୍କ ମଙ୍ଗଳ କାମନାକରି ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ନୈବଦ୍ୟ ଅର୍ପଣ କରିଥାନ୍ତି।ପରେ ଅର୍ପଣ ନୈବଦ୍ୟକୁ ପ୍ରସାଦ ରୂପେ ଗ୍ରହଣ କରିଥାନ୍ତି। ପ୍ରାଚୀ ଗବେଷକ ପଣ୍ଡିତ ତଅିଲୋଚନ ମିଶ୍ରଙ୍କ ମତରେ ଏହି ପୂଜା ବୈାଦ୍ଧ ଧର୍ମାଲମ୍ବୀପୂଜା କରୁଥିଲେ ଏବେ ଏହି ପୁଜାକୁ ହିନ୍ଦୁମାନେ ପାଳନ କରୁଛନ୍ତି। ଗବେଷକ ଶ୍ୟାମସୁନ୍ଦର ତ୍ରିପାଠୀଙ୍କ ମତରେ ପରିବାର ଓ ସନ୍ତାନମାନଙ୍କ ମଙ୍ଗଳପାଇଁ ପନ୍ଥେଇ ପୂଜା ଗାଁଦାଣ୍ଡରେ କରିବା ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ବହୁକାଳରୁ ରହିଆସିଛି।