ରାଜ୍ୟ

“ମଧୁରମୁର୍ଚ୍ଛନା” ଅଭୁଲା ଓଡ଼ିଆ ସଙ୍ଗୀତ ସନ୍ଧ୍ୟା

Spread It

 ମଧୁମତୀମ୍ୟୁଜିକ୍ ଦ୍ୱାରା ଆୟୋଜିତ ପ୍ରଥମ ଅର୍ଘ୍ୟ ସ୍ୱରୂପ “ମଧୁରମୁର୍ଚ୍ଛନା” ଅଭୁଲା ଓଡ଼ିଆ ସଙ୍ଗୀତ ସନ୍ଧ୍ୟା ର ଆସର ଭୁବନେଶ୍ୱରସ୍ଥିତଜୟଦେବ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିଲା ।ଏହିକାର୍ଯ୍ୟକ୍ରମରେମୁଖ୍ୟ ଅତିଥି ଭାବେବିଶିଷ୍ଟମର୍ଦ୍ଦଳବାଦକ ଗୁରୁଶ୍ରୀ ଧନେଶ୍ୱରସ୍ୱାଇଁଏବଂ ସମ୍ମାନୀତ ଅତିଥି ଭାବେଗୁରୁଶ୍ରୀ ନିମାକାନ୍ତ ରାଉତରାୟଯୋଗ ଦେଇଥିଲେ ।ଏହି ଅବସରରେ ମଧୁମତୀମ୍ୟୁଜିକ୍ ଦ୍ୱାରାଗୁରୁପ୍ରଣାମ ସମ୍ମାନରେ ଗୁରୁଶ୍ରୀ ନିମାକାନ୍ତ ରାଉତରାୟଙ୍କୁ ସମ୍ମାନୀତ କରାଯାଇଥିଲା ।ଏହିସନ୍ଧ୍ୟାର ଆୟୋଜିକା ଶ୍ରୀମତୀବିଜୟଲକ୍ଷ୍ମୀ ପତି, ଶ୍ରୀମତୀବେବିରାଣୀଏବଂଶ୍ରୀମତୀ ଅସ୍ମିତା ପାଣିଗ୍ରାହୀଓଡ଼ିଶାର ପାରଦ୍ୱୀପ ଫସ୍‌ଫେଟ୍ (ଚଚଖ), କଳିଙ୍ଗହସ୍ପିଟାଲଲିଃଏବଂଇମ୍ଫା (ଓଗୠଇ) ସହଯୋଗରହାତବଢ଼େଇଥିବାହେତୁ ଅଶେଷ ଅଶେଷ ଧନ୍ୟବାଦ ସହକୃତଜ୍ଞତାଜ୍ଞାପନ କରିଥିଲେ ।ଏହିସନ୍ଧ୍ୟାରେ “ମଧୁମତୀମ୍ୟୁଜିକ”ରମୁଖ୍ୟ ଆୟୋଜକ ଶ୍ରୀମତୀବିଜୟଲକ୍ଷ୍ମୀ ପତି ଅନୁଷ୍ଠାନର ମୁଖ୍ୟ ଆଭିମୁଖ୍ୟ ବିଷୟରେ ନିଜର ଅଭିଭାଷଣ ରଖିଥିଲେ । ଅନୁଷ୍ଠାନ ତରଫରୁତ୍ରୀମୁର୍ତ୍ତି ଦିବ୍ୟାଙ୍ଗ ଅନୁଷ୍ଠାନଙ୍କୁ ଆର୍ଥିକ ସହାୟତା ପୂର୍ବକ ୫୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା ।ଏହିସଙ୍ଗୀତଭିତ୍ତିକକାର୍ଯ୍ୟକ୍ରମରେ ପ୍ରାୟ ୨୫ ଗୋଟି ଅଭୁଲା ଓଡ଼ିଆସଙ୍ଗୀତକୁ ଅତିଥି କଳାକାରଶ୍ରୀସୁଶାନ୍ତ ପଣ୍ଡା, ରୁଦ୍ରାଶୁଂ (ବିପୁଲ୍‌), ଆକାଂକ୍ଷା, ପୁଷ୍ପା, ସବ୍ୟସାଚୀ, ବିଜୟିନୀ, ଶଶୀକାନ୍ତ, ଚିତ୍ତରଞ୍ଜନ, ମନୋରଞ୍ଜନ ପରିବେଷଣ କରିଥିଲେ । ଯନ୍ତ୍ରାଶଂରେ ଅଜୟ, ଶିବ, କିଶୋର, ବବ୍‌ଲୁ, ପୟୋଜ୍‌, ରାଜୁ, ଶ୍ୟାମସୁନ୍ଦରଏବଂଗୁଲ୍‌ସନ୍ ନଦୀମ୍‌ଏହିକାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *