ଗୁରୁକୂଳମ ଶିଳ୍ପ ତାଲିମ କେନ୍ଦ୍ରର ପ୍ରତିଷ୍ଠାନର ଅଧ୍ୟକ୍ଷଭ୍କ ଅକାଳ ବିୟୋଗରେ ଶୋକର ଛାୟା
ଗୁରୁକୂଳମ ଶିଳ୍ପ ତାଲିମ କେନ୍ଦ୍ରର ପ୍ରତିଷ୍ଠାନର ଅଧ୍ୟକ୍ଷଭ୍କ ଅକାଳ ବିୟୋଗରେ ଶୋକର ଛାୟା
ନିମାପଡ଼ା, ୩୦/୩(ଇମିସ) ନିମାପଡ଼ା ଅଞଳର ନିତ୍ୟଧାମ ଗୁରୁକୂଳ ଶିଲ୍ପ ତାଲିମ କେନ୍ଦ୍ର ତଥା ଶୈଳବାଳା ଶିଳ୍ପ ତାଲିମ କେନ୍ଦ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଇଂ ପ୍ରଦିପ୍ତ କୁମାର ନନ୍ଦ ଆଜି ସାଢେ ୧୦ଟା ସମୟରେ ୫୭ ବର୍ଷ ବୟସରଙ୍କ ଭୂବନେଶ୍ୱର ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ପ୍ରାଣ ତ୍ୟାଗ କରିଛନ୍ତି । ଠାକୁର ନିଗମାନନ୍ଦ ପରମହସଂ ସ୍ୱରସ୍ୱତୀ ଦେବ ଙ୍କ ଆଶ୍ରିତ ଥିଲେ । ସେ କିଡ଼ନି ଜନିତ ରୋଗରେ ପିଡ଼ିତ ହୋଇ ଚିକିତ୍ସାଧୀନ ଥିଲେ । ତାଙ୍କ ମରଶରୀରକୁ ତାଙ୍କ ଦା୍ୱରା ପ୍ରତିଷ୍ଠିତ ଶିଲ୍ପ ତାଲିମ କେନ୍ଦ୍ରକୁନିଆଯାଇ ସେଠାରେ ତାଲିମ ନେଉଥିବା ଛାତ୍ରମାନେ ଶ୍ରଦ୍ଧାଞଳି ଜଣାଇଥିଲେ । ସେଠାରୁ ତାଙ୍କ ପୈତୃକ ଗ୍ରାମ ଗୋପଥାନା ଅନ୍ତର୍ଗତ ବିରୁତୁଙ୍ଗ ଗ୍ରାମକୁ ନିଆଯାଇ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତେଷ୍ଟ୍ରି କ୍ରିୟା ସମାପନା କରାଯାଇଛି । ତାଙ୍କର ଏକମାତ୍ର ଝିଅ ଅଛି ।