ରାଜ୍ୟ

ନିମାପଡ଼ା ବ୍ଲକରେ ଅନ୍ତ୍ୟୋଦୟ ଗୃହ ଯୋଜନା ଉଦଘାଟନ

Spread It

ନିମାପଡ଼ା ବ୍ଲକରେ ଅନ୍ତ୍ୟୋଦୟ ଗୃହ ଯୋଜନା ଉଦଘାଟନ

ନିମାପଡ଼ା, ୩୦/୩ ପଚାଂୟତରାଜଓ ପାନୀୟ ଜଳ ବିଭାଗ ରାଜ୍ୟ ସରକାରଙ୍କ ସୈାଜନ୍ୟୁ ଆଜି ନିମାପଡ଼ା ବ୍ଲକ ଅଫିସ ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ପୁରୀ ଜିଲା ଏଡ଼ିଏମ (ପ୍ରସାଶନ) ବେହେରା, ବିଡ଼ିଓ ଡ଼ା ଅଭିଜିତ ଷଡ଼ଙ୍ଗୀ ଯୋଗଦେଇ ପ୍ରଥମ ଦଫାରେ ଘର ନଥିବାଚୟନ ହୋଇଥିବା ୮୨ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଉତ୍ସବ ସ୍ଥଳରେ ବଟଂନ କରାଯାଇଛି । ପୂର୍ବଭଳି ବିଜୁ ପକ୍କା ଘର ପାଇଁ ଜଣେ ହିତାଧିକାରୀଙ୍କୁ ି ୨ଟି ପର୍ଯ୍ୟାୟରେ ୧ଲକ୍ଷ ୨୦ ହଜାର ଟଙ୍କା ଦିଆଯିବ । ଯେଉଁ ହିତାଧିକାରୀ ୪ମାସ ମଧ୍ୟରେ ଗୃହ ନିର୍ମାଣ ଶେଷ କରିବେ ସେମାନଙ୍କୁ ୨୦ ହଜାରଟଙ୍କର ପତ୍ସୋହନ ରାଶି ଅଧିକ ଦିଆଯିବ । ଯେଉଁ ହିତାଧିକାରୀ ମାନେ ଅଧିକ ସମୟନେଇ ଅର୍ଥାତ ୬ମାସମଧ୍ୟରେ ଘର ସଂମ୍ପୂର୍ଣ୍ଣ କରିବେ ସେମାନଙ୍କୁ ୧୦ ହଜାର ଟଙ୍କା ପ୍ରତ୍ସୋହନ ରାଶି ପ୍ରଦାନ କରାଯିବ । ଉଦଘାଟନ ଉତ୍ସବକୁ ସିଧାପ୍ରସାରଣ ମାଧ୍ୟମରେ ବ୍ଲକ ଅଫିସରେ ସରପଞ, ସମିତି ସଭ୍ୟ ମାନେ ବସି କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ମୋହନମାଝି କରୁଥିବା ଦୃଶ୍ୟ କୁ ଦେଖିତିଲେ । ଏଠାରେ ମୀନଲତା ମହାନ୍ତି ଯଚ୍ଚିନ୍ଦ୍ର ସ୍ୱାଇଁ ପୂର୍ଣ୍ଣ ଚନ୍ଦ୍ର ଓଝା ପ୍ରସନ୍ନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଠାରୁ ପକ୍କା ଘର ନଥିବା ହିତାଧିକାରୀମାନେ ଝର ପାଇଁ ଆବେଦନ କରିପାରିବେ ।

Leave a Reply

Your email address will not be published. Required fields are marked *