ରାଜ୍ୟ

ବଡ଼ପଡ଼ିଆ ଠାରେ ଭାଗବତ ଗାଦି ଦୋଳ ମେଳଣ ଅନୁଷ୍ଠିତ।

Spread It

ବଡ଼ପଡ଼ିଆ ଠାରେ ଭାଗବତ ଗାଦି ଦୋଳ ମେଳଣ ଅନୁଷ୍ଠିତ।
ନିମାପଡ଼ା : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ର ବଡ଼ପଡ଼ିଆ ଠାରେ ବାବା ବାସୁଦେବ ଭାଗବତ ଗାଦି ଙ୍କ ଦୋଳ ମେଳଣ ଯଥାବିଧି ଅନୁଷ୍ଠିତ ହୋଇଥିଲା। ତୁଳସୀପୁର ସାନ ଭୋଇ ସାହି ଗ୍ରାମବାସୀ ମାନେ ଗୁରୁବାର ପ୍ରାତଃ ରୁ ଏକ ସୁସଜ୍ଜିତ ବିମାନ ନେଇ ଯାଇ ପହଞ୍ଚିଥିଲେ ଅମରେଶ୍ୱର ଗଡ଼ ଭୋଇ ସାହି ରେ।ସେଠାରେ ପୂଜା ପାଇ ଆସୁଥିବା ବାବା ବାସୁଦେବ ଭାଗବତ ଗାଦି ଙ୍କୁ ନବ ବସ୍ତ୍ର ପିନ୍ଧାଇ ସୁସଜ୍ଜିତ ବିମାନ ରେ ବସାଇ ଅଗରକୋଠବାଡ, ଚଇତା ସାହି, ବଡ଼ ସାହି, ବାଲିଉପର, ବାସୁଦେଇପୁର, ସାନହୁଲି, ନୂଆସାହି ପ୍ରଭୃତି ଗ୍ରାମ ବୁଲାଇ ଦ୍ୱାରୀ ଭୋଗ ଖୁଆଇଥିଲେ।ନୂଆସାହି ଠାରୁ ବାଣ ଫୁଟାଇ, ଡିଜେ ଓ ସିଂଘ ବାଜା ବଜାଇ ଏକ ବିରାଟ ଶୋଭାଯାତ୍ରାରେ ବଡପଡ଼ିଆକୁ ଆଣି ତାଙ୍କ ମଣ୍ଡପ ରେ ବସାଇଥିଲେ। ସେଠାରେ ଆତସବାଜି ପ୍ରଦର୍ଶନ ସହିତ ଡ୍ୟାନ୍ସ ଡ୍ୟାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଶୁକ୍ରବାର ଅପରାହ୍ନରେ ଠାକୁର ଙ୍କ ବିମାନ କୁ କାନ୍ଧେଇ ଗ୍ରାମବାସୀ ମାନେ ସ୍କୁଲ ଛକ, ବ୍ରାହ୍ମଣ ସାହି, ମହାଜନ ସାହି ଗ୍ରାମ ରେ ଭୋଗ ଖୁଆଇବା ପରେ ଚଇତା ସାହି ଠାରେ ଠାକୁର ଙ୍କୁ ଅଧରପଣା ଭୋଗ ଲାଗି କରାଯାଇଥିଲା। ତାପରେ ଗ୍ରାମବାସୀ ମାନେ ଠାକୁର ଙ୍କୁ ନେଇ ମନ୍ଦିର ପ୍ରବେଶ କରାଇ ଥିଲେ। ଶେଷ ହୋଇଥିଲା ବାବା ବାସୁଦେବ ଭାଗବତ ଗାଦି ଠାକୁର ଙ୍କ ଦୋଳ ମେଳଣ ଉତ୍ସବ। ପୂଜକ ଭାବେ ରମେଶ ଦାସ ଠାକୁର ଙ୍କ ପୂଜା ନୀତି କରିଥିବା ବେଳେ ସୁରେନ୍ଦ୍ର ଭୋଇ, ଗୁର ଭୋଇ, ପୂର୍ଣ୍ଣ ଚନ୍ଦ୍ର ଭୋଇ, ବେଣୁଧର ଭୋଇ, ବସୁଦେବ ଭୋଇ, ଅଭିନ ଭୋଇ, ବାଦଲ ଭୋଇ, ଜୀତେନ୍ଦ୍ର ଭୋଇ ପ୍ରମୁଖ ଗ୍ରାମବାସୀ ମାନେ ଏହି ଦୋଳ ମେଳଣ ଉତ୍ସବ କୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *