ରାଜ୍ୟ

ବିଶ୍ୱ ଅଟିଜିମ ସଚେତନତା ଦିବସ ପାଳିତ

Spread It

ବିଶ୍ୱ ଅଟିଜିମ ସଚେତନତା ଦିବସ ପାଳିତ

ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫେୟାର ଅର୍ଗାନାଇଜେସନ ଦ୍ୱାରା ପରିଚାଳିତ ସେଣ୍ଟର ଫର ଅଟିଜିମ ଅନୁଷ୍ଠାନ ଦ୍ୱାରା ତା ୦୨.୦୪.୨୦୨୫ ରିଖ ଦିନ ତଳ ଅଣ୍ଡିଆ ସ୍ଥିତ ସଂଗଠନ ର ପ୍ରଶାସନିକ ଭବନ ଠାରେ ବିଶ୍ୱ ଅଟିଜିମ ସଚେତନତା ଦିବସ ପାଳିତ ହୋଇଯାଇଛି I ୩୦ ରୁ ଉର୍ଧ୍ଵ ଅଟିଜିମ ଶିଶୁ ତଥା ସେମାନଙ୍କ ଅଭିଭାବକ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାମାନ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା I ତତ ସହିତ ଅଭିଭାବକମାନଙ୍କୁ ଅଟିଜିମ ସମ୍ବନ୍ଧରେ ସଚେତନତା ସୃଷ୍ଟି ନିମନ୍ତେ ନାସନାଲ ଟ୍ରଷ୍ଟ ଦ୍ୱାରା ବିଶେଷଜ୍ଞ ମାନଙ୍କ ପ୍ରଦତ୍ତ ଭିଡ଼ିଓ କୁ ପ୍ରଦର୍ଶିତ କରାଯାଇଥିଲା ଏବଂ ପରିଵେଶ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା I ଏହି ସଭା ରେ ପି ପି ଡବ୍ଲୁ ଓ ର ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ନାୟକ ଅଧକ୍ଷତା କରୁଥିଲା ବେଳେ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଗଗନ ବିହାରୀ ଦାସ, ସ୍ପିଚ ଥେରାପିଷ୍ଟ ପ୍ରମୋଦ କୁମାର ପ୍ରଧାନ, ଅକୁପେସନାଲ ଥେରାପିଷ୍ଟ ତପସ୍ୱିନୀ ରଥ, ସ୍ୱତନ୍ତ୍ର ଶିକ୍ଷିକା ସୌମ୍ୟାଦର୍ଶିନୀ ପ୍ରଧାନ ଇତ୍ୟାଦି ଉପସ୍ଥିତ ରହି ଅଟିଜିମର ଚିକିତ୍ସା ସମ୍ବନ୍ଧରେ ସବିଶେଷ ତଥ୍ୟ ଅଭିଭାବକ ମାନଙ୍କୁ ସୂଚନା ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ଗୀତିନନ୍ଦା ପଟ୍ଟନାୟକ, ଲିଲି ବଳ, ସ୍ମିତହସ ନାୟକ, ଜୟଶ୍ରୀ ବେହେରା, ଆଇ.ସାଇ କ୍ରିଷ୍ଣା ଆଦି ପରିଚାଳନା କରୁଥିଲେ I

Leave a Reply

Your email address will not be published. Required fields are marked *