ବିଜେଡ଼ିକୁ ବ୍ଲକରେ ଅଣଦେଖା କରାଯାଉଥିବାରୁ ଦିଲିପ ନାୟକଙ୍କ ପ୍ରତିବାଦ
ବିଜେଡ଼ିକୁ ବ୍ଲକରେ ଅଣଦେଖା କରାଯାଉଥିବାରୁ ଦିଲିପ ନାୟକଙ୍କ ପ୍ରତିବାଦ
ନିମାପଡ଼ା, ନିମାପଡ଼ା ବ୍ଲକରେ ବିିଜେଡ଼ିକୁ ଅଣ ଦେଖା କରାଯାଉଥିବା ନେଇବିଜେଡ଼ି ନେତା ଦିଲିପ ନାୟକ ,ଜିଲାପରିଷଦ ସଭ୍ୟଙ୍କୁ ସହ ମିଶି ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ ନିକଟରେ ପ୍ରତିବାଦ କରିଛନ୍ତି । ବିଡ଼ିଓ ଷଡ଼ଙ୍ଗୀଙ୍କ ସହ ଆଲୋଚନା ସମୟରେ ବିଜେଡ଼ି ନେତା ଦିଲିପ ନାୟକ କହିଛନ୍ତି ପଚାଂୟତ ସମିତ ଅଶଂ ଧନ ବଟଂନ ବେଳେ ଦଳୀୟ ସମର୍ଥିତ ସମିତିମାନଙ୍କୁ ଅଣଦେଖା କରାଯାଉଛି । ଅନେ୍ାଦୟ ଗୃହ ଯୋଜନାରେ ବିଜେଡ଼ି ସମର୍ଥିତ ହିତାଧିକାରୀମାନଙ୍କୁ ନାମକ ଜାଣିଶୁଣି ନାମକୁୁ କାଟି ଦିଆଯାଉଛି । ନିମାପଡ଼ା ବ୍ଲକରେ ପଚାଂୟତ ଗୁଡ଼ିକରେ ହେଉଥିବା ଉନ୍ନୟନ କାର୍ଯ୍ୟ ଗୁଡ଼ିକରେ ବିଜେଡ଼ି କୁ ସାମିଲ କରାଯାଉନାହିଁ । ବ୍ଲକରେ ହେଉଥିବା ଉନ୍ନୟନ କାର୍ଯ୍ୟ ହେଉଛି ଗତବିଜେଡ଼ିସରକାର ଅନୁଦାନ ଦେଇଥିଲେ । ତେଣୁ ଉନ୍ନୟନ କାର୍ଯରେ ୩୦ ପ୍ରତିଶତପାଇବାକୁ ଆମର ହକ ଭାଗଦେବାକୁ ଦାବୀ କରିଥିଲେ ।ନଚେତ ବିଜେଡ଼ି କର୍ମୀ ବ୍ଲକକୁ ଅଚଳ କରିଦିଆଯିବ ବୋଲି ଶ୍ରୀ ନାୟକ ବିଡ଼ିଓ ଙ୍କୁ ସୁଚନାଦେଇଥିଲେ । ବିଡ଼ିଓଙ୍କ ଅଫିସରେ ଆଲୋଚନା ସମୟରେ ଜିଲାପରିଷଦ ସଭ୍ୟରବିନ୍ଦ୍ର ମଳିକ , ସସ୍ମିତା ନାୟକ, ମାନସ ପ୍ରଧାନ ଦିଲିପ ପାତ୍ର , ଭାଗ୍ୟଧର ଖଟେଇ, ବାବୁଲି ଦାଶ କାଉନସିଲର ଧନୁର୍ଦ୍ଧର ଦାସ,ଅଜୟ ଭୋଇସମେତ ବିଚେଜଡ଼ି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟମାନେ ଆଲୋଚନାରେ ଭାଗନେଇ ଥିଲେ ।