ରାଜ୍ୟ

ମହାବୀର ବରିଷ୍ଠ ନାଗରିକ ମଂଚ ହରିଶପୁର ପକ୍ଷରୁ ନୂତନ ନାଗରିକ ମାନଙ୍କୁ ପରିଚୟ ପତ୍ର ବଟଂନ

Spread It

ମହାବୀର ବରିଷ୍ଠ ନାଗରିକ ମଂଚ ହରିଶପୁର ପକ୍ଷରୁ ନୂତନ ନାଗରିକ ମାନଙ୍କୁ ପରିଚୟ ପତ୍ର ବଟଂନ
ନିମାପଡ଼ା, ମହାବୀର ବରିଷ୍ଠ ନାଗରିକ ମଂଚ ହରିଶପୁର ପକ୍ଷରୁ ଅଲଣ୍ଡା ପଚାଂୟତ ର ମଣିଜଙ୍ଗ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଉତ୍ସବରେ ୫୫ ଜଣ ନୂତନ ବରିଷ୍ଠ ନାଗରିକଙ୍କୁ ସେମାନଙ୍କର ପରିଚୟ ପତ୍ର ଆଜିଏକ ଉତ୍ସବରେ ବଟଂନ କରାଯାଇଛି । ଏହି ଉତ୍ସବରେ ନିମାପଡ଼ା ଏସ.ଡ଼ି.ପି.ଓ ଜନାର୍ଦ୍ଦନ ପାଢୀ ମୁଖ୍ୟ ଅତିଥ, ମୁଖ୍ୟ ବକ୍ତାଭାବେ ରାଜ୍ୟ ବରିଷ୍ଠ ନାଗରିକ ମହାଂସଘର ସଂପାଦକ
ରାଜ କିଶୋର ସାମନ୍ତରାୟ, ସମ୍ମାନ୍ନିତ ଅତିଥିଭାବେ ନିମାପଡ଼ା ଥାନା ଆଇଆଇସି ବାମଦେବ ସ୍ୱାଇଁ ଓ ଚାରିଛକ ଥାନା ଅଧିକାରୀ ମମତା ବିଶ୍ୱାଳ ପିପିଲି ନାଗରିକ ମଂଚର ସଭାପତି ପ୍ରଫୁଲ କୁମାର ପଣ୍ଡାଓ ମହନ୍ତ ବୈକୁଣ୍ଠ ମହନ୍‌ ମହାରାଜ ଏବଂ ପୁରୀ ବରିଷ୍ଠ ନାଗରିକ ମଂଚର ସଂପାଦକ ଅରକଳ ଶତପଥୀ ପ୍ରମୁଖ ଯୋଗଦେଇ ଥିଲେ । ଯୋଗଦେଇଥିବା ଅତିଥିମାନଙ୍କୁ ମଂଚ ପକ୍ଷରୁ ଉତ୍ତରୀୟ ଏବଂ ଫୁଲତୋଡ଼ା ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏସ.ଡ଼ି.ପିଓ ଶ୍ରୀଯୁକ୍ତ ପାଢୀ ୨୦୧୮ ମସିହାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଆଇନ ଲାଗୁ ହେବାପରେ ସାଧାରଣ ଲୋକ ବରିଷ୍ଠ ନାଗରିକ ମାନଙ୍କୁ ସମ୍ମାନ ଦେବା ଆରମ୍ଭ କରିଛନ୍ତି । ନିମାପଡ଼ା ଥାନାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସେଲ ଗଠନ କରାଯାଇଛି । ଏହି ସେଲର ଦାୟିତ୍ୱ ନୋଡ଼ାଲ ଅଫିସର ଏବଂ ସହକାରୀ ନୋଡ଼ାଲ ଅଫିସର ନିଯୁକ୍ତି କରାଯାଇଛି ବୋଲି କହିଥିଲେ । ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ଗାଇଡ଼ ଲାଇନ ପ୍ରସ୍ତୁତ କରାଯାଇଛି । ମଂଚର ସଭାପତି ନରେନ୍ଦ୍ର କୁମାର ପରିଡ଼ା ସ୍ୱାଗତ ଭାଷଣ ଦେଇଥିଲେ । ପ୍ରଫୁଲ ଚନ୍ଦ୍ର ସାମନ୍ତ ସିଂହାର ଅତିଥିମାନଙ୍କ ପରିଚୟ ପ୍ରଦାନ କରିିଥିଲେ । ସଂପାଦକ ରବିନାରାୟଣ ଷଡ଼ଙ୍ଗୀ ସପାଦକୀୟ ବିବରଣୀ ପାଠ କରିଥିଳେ । ପୁଷ୍ପକାନ୍ତ ପଣ୍ଡା ପରିଚୟ ପତ୍ର ବଣ୍ଟନ ସଭାକୁ ପରିଚାଳନା କରିଥିଲେ । ମହାବୀର ନାଗରିକ ମଂଚର ଅଧିନରେ ଯୋଗଦେଇଥିବା ୫୫ଜଣ ନୂତନ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ଦେବାସହ ତ୍ତଉତରୀୟ ପିନ୍ଧାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଲିଙ୍ଗରାଜ ରାୟ ଏବଂ ବିଜୟ କୁମାର ସେନାପତି ଙ୍କ ପରିଚାଳନାରେ ବଟଂନ ସଭା ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *