ନିରନ୍ତର ପୁର୍ନବାସ ଶିକ୍ଷା ଶିବିର ଉଦଯାପିତ
ନିରନ୍ତର ପୁର୍ନବାସ ଶିକ୍ଷା ଶିବିର ଉଦଯାପିତ
ନିମାପଡ଼ା, ସ୍ଥାନୀୟ ପିଙ୍ଗଳାକ୍ଷୀ ୱେଲ ଫାୟାର ଅର୍ଗାନାଇଜେସନ ସ୍ୱଛାସେବୀ ଅନୁଷ୍ଠାନ ଦ୍ୱରା ପରିଚାଳିତ ପିଙ୍ଗଳାକ୍ଷୀ କଲେଜ ଅଫ ଏଜୁକେସନରେ ଦୁଇ ଦିନିଆ ଶିକ୍ଷା କାର୍ଯ୍ୟକ୍ରମ ଅୁନୁଷ୍ଠିତ ହେବାସହ ଉଦଯାପିତ ହୋଇଯାଇଛି ।ଏହି ଶୈକ୍ଷିକ କାର୍ଯ୍ୟକ୍ରମକୁ ଭାରତୀଞ
ପୁର୍ନବାସ ପରିଷଦ ଦ୍ୱାରା ଭିନ୍ନକ୍ଷମ ପିଲାମାନଙ୍କୁ ଶିକ୍ଷାଦାନକରୁଥିବା ଶିକ୍ଷକମାନଙ୍କ ମଧ୍ୟରୁ୫୦ ଜଣ ସ୍ୱତନ୍ତ୍ର ଷଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଜାତୀୟ ଶିକ୍ଷାନୀତି ୨୦୨୦ ଶୀର୍ଷକ ପ୍ରଶିକ୍ଷରରେ ତାଲିମ ଦାତାଭାବେ ଗଗନ ବିହାରୀ ଦାସ , ଜନ୍ମେଜୟ ସ୍ୱାଇଁ, ଡ଼ା ଭାଗୀରଥୀ ମହାପାତ୍ର ଓ ଚିନ୍ମୟ ଭୂଷଣ ମହାପାତ୍ରଶିକ୍ଷକ ରାଜ୍ୟ ଗବେଷଣା ପ୍ରତିଷ୍ଠାନରଓ ପ୍ରଶିକ୍ଷଣ ପରିଷଦର ମନତୋଷ ବେହେରା ସ୍ୱତନ୍ତ୍ର ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଜ୍ଞାପରମିତା ବେହେରା,ଅଧ୍ୟାପିକା ପ୍ରିୟଙ୍କା ପ୍ରିୟଦର୍ଶନୀ ,ଓ ମୈାସୁମୀ ରାୟସିଂ ଶିକ୍ଷାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଏନ.ଏ.ସି ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ, ଅତିରିକ୍ତ ତହସିଲଦାର ନିରଞନ ନାୟକ ପ୍ରଶିକ୍ଷଣ ଶିବିରକୁ ବିଇଡ଼ି କଲେଜ ଅଧ୍ୟକ୍ଷ ଗଗନ ବିହାରୀ ଦାସ ଓ ପବତ୍ର ମୋହନ ମହାପାତ୍ର ଉଦଘାଟନ କରିଥିଲେ । ୫୦ ଜଣ ଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ଦିଆଯାଇଥିଲା । ପଦ୍ମଲୋଚନ ମହାନ୍ତି ଧନ୍ୟବାଦ ଦେଇଥିଳେ । ଗିତିନନ୍ଦାପଠଟ୍ଟନାୟକ, ପ୍ରଜ୍ଞାପରମିା ପରିନାଭବାନୀ ଶଙ୍କର ମହାରଣା ପରିଚାଳନା କରିଥିଳେ ।