ନିମାପଡ଼ା ପଚାଂୟତ ସମିତି ର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ
ନିମାପଡ଼ା ପଚାଂୟତ ସମିତି ର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ
ନିମାପଡ଼ା, ( ଏ.ପି ନ୍ୟୁଜ) ବିକଶିତ ଗାଁ ବିକଶିତ ଓଡ଼ିଶା ଏବଂ ବ୍ଲକ ପଚାଂୟତ ଉନ୍ନୟନ ଯୋଜନା ମଜୁଂର କରିବପାଇଁ ପଞାୟତ ସମିତିର ଏକ ସ୍ୱତନ୍ତ୍ରବୈଠକ ସମିତି ସସମ୍ମିଳନୀ ଗୃହରେ ଅଧ୍ୟକ୍ଷ ଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱତନ୍ତ୍ରୀ ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅତିତିଭାବେ ଯୋଗ ଦେଇଥିଳେ । ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଗ୍ରାମାଞଳର ଭିତିଭୂମି ପ୍ରତିଷ୍ଠାକରିବା ଲକ୍ଷ୍ୟରେ ବିଭିନ୍ନ ଉନ୍ନୟନ ଯୋଜନା କାର୍ଯକାରୀ କରିବାର ପ୍ରକଳ୍ପ ତାଲିକାକୁ ଏବଂ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ବ୍ଲକ ଉନ୍ନୟନ ଯୋଜନା (ବିପିଡ଼ିପି) କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇ ଆଜି ସର୍ବ ସମ୍ମତକ୍ରମେ ସ୍ୱତନ୍ତ୍ର ଅଧିବେଶନରେ ଗୃହୀତ କରାଯାଇଛି । ବିକଶିତ ଗାଁ ବିକଶିତ ସଡ଼ି।। ଯୋଜାରେ ହେବାକୁ ତିବା ପ୍ରକଳ୍ପ ଗୁଡ଼ିକର ଅନୁଦାନ ପଚାଂୟତର ଲୋକସଂଖ୍ୟା ଅନୁଯାୟୀ ଅନୁଦାନ ଦିଆଯିବ । କେତେକ ସରପଞ ଅଭିଯୋଗ କରିଛନ୍ତି ଗତ ଗ୍ରାମସଭା ରେ ସୁଚନା ଦିଆଯାଇଥିଲା ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରତି ପଚାଂ୍ରତକୁ ୩୫ ଲକ୍ଷ ଟଙ୍କା ଅନୁଦାନ ଦିଆଯିବ କିନ୍ତୁ ସ୍ୱତନ୍ତ୍ର ବୈଂକରେ କୁହାଗଲା ଏହି ଯୋଜନରେ ଲୋକସଂଖ୍ରା ଅନୁସାରେ ଅର୍ଥ ମିଳିବ କୁହାଯିବାରୁ କିଛି ସରପଞ ଅସନ୍ତୋଷ ପ୍ରକାଶ କରିଛନ୍ତି । ସହକାରୀ ଯନ୍ତ୍ରୀ ସୁନିଲ କୁମାର ନନ୍ଦ ବୈଂକରେ ଦୁଇ ଯୋଜନାର ତାଲିକା ଉପସ୍ଥାପନ କରିଥିଳେ । ଏହି ବୈଠକରେ ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ . ଏବିଡ଼ିଓ ପ୍ରିୟଦର୍ଶନୀ ବରାଳ, ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ଖଟେଇ, ସାସଂଦ ପ୍ରତିନିଧି ପୁର୍ଣ୍ର ଚନ୍ଦ୍ର ଓଝା, ହେଡ଼କ୍ୱାଟର ଯନ୍ତ୍ରୀ ଗୈାରାଙ୍ଗ ସେଠୀ, ମହିଳା ଶିଶୁ କଲ୍ୟାଣ ବିଭାଗ ,ପଶୁ ସମ୍ପଦ, ଶିକ୍ଷା, ସ୍ୱାସ୍ଥ୍ୟ,ଗ୍ରାମ ପାନୀୟ ଜଳ ଯୋଗାଣରବିଭାଗର ସହକାରୀ ଯନ୍ତ୍ରୀ ପବୀର କୁମାର ବଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବୈକୁଣ୍ଠ ଦଳେଇସମେତ ସମସ୍ତ ଲାଇନ ଡ଼ିର୍ପାଟମେଟଂଣ୍ଟର ଅଧିକାରୀମାନଙ୍କ ସହ ସରପଚଂ, ସମିତି ସଭ୍ୟଓ ଜିଲାପରିଷଦ ସଭ୍ୟମାନେ ବୈଠକରେ ଉପସ୍ଥିତ ଥିଲେ ।