ନଟବର ବେଶରେ ଦର୍ଶନ ଦେଲେ ପ୍ରଭୁ ଶ୍ରୀଚୈତନ୍ୟଦେବ
ନଟବର ବେଶରେ ଦର୍ଶନ ଦେଲେ ପ୍ରଭୁ ଶ୍ରୀଚୈତନ୍ୟଦେବ
ନିମାପଡା, ୧୨/୪ -ଶନିବାର ଚୈତ୍ର ପୂର୍ଣ୍ଣିମା ଅବସରରେ ନଟବର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନଦେଇଛନ୍ତି ପ୍ରଭୁ ଶ୍ରୀଚୈତନ୍ୟ। ସ୍ଥାନୀୟ ଅଞ୍ଚଳର ସର୍ବପୁରାତନ ମଠ ରାହସବିହାରୀ ମଠ ପକ୍ଷରୁ ଚୈତ୍ର ଏକାଦଶୀ ତିଥିରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୫ଦିନ ବ୍ୟାପି ଉତ୍ସବ ପାଳନ କରାଯାଇଛି। ଶ୍ରୀଚୈତନ୍ୟଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ପ୍ରାଚୀନ ମଠର ଆରାଧ୍ୟ ହେଉଛନ୍ତି ପ୍ରଭୁ ଶ୍ରୀନୃସିଂହ। ଉତ୍ସବ ଅବସରରେ ଶ୍ରୀମଦନମୋହନ, ଯୁଗଳ ମୂର୍ତ୍ତି ସହିତ ଶ୍ରୀରାଧାକୃଷ୍ଣ ଏବଂ ପ୍ରଭୁ ଶ୍ରୀଚୈତନ୍ୟ ମହା୍ରଭୁ ନିକଟରେଥିବା କୁଞ୍ଜଗୃହକୁ ବିଜେକରି ମାନବୀୟ ଲୀଳା ଖେଳ କରିଥାନ୍ତି। ରାସବିହାରୀ ମଠ ଦ୍ବାରା ଆୟୋଜିତ ଉତ୍ସବକୁ ବସନ୍ତ ରାହାସ ବା ବସନ୍ତ ଉତ୍ସବ କୁହାଯାଏ। ଚୈତ୍ର ପୁର୍ଣିମା ଅବସରରେ ପ୍ରଭୁ ଶ୍ରୀଚୈତନ୍ୟଙ୍କ ନଟବର ବେଶ ଦର୍ଶନ କରିବା ପାଇଁ ଚୈତନ୍ୟ ସମ୍ପ୍ରଦାୟର ସାଧୁସନ୍ଥମାନଙ୍କ ସହିତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ଏହି ଦିନ କୁଞ୍ଜଗୃହରେ ଠାକୁରମାନଙ୍କୁ ଦର୍ଶନ କଲେ ପୁଣ୍ୟ ମିଳିଥାଏ ବୋଲି ମଠାଧୀଶ ଅନନ୍ତ ନାରାୟଣ ଦାଶ କହିଛନ୍ତି । କୁଞ୍ଜମଣ୍ଡପରେ ପ୍ରତ୍ୟହ ସନ୍ଧ୍ୟାରୁ ବିଳମ୍ବିତ ରାତ୍ରିପର୍ଯ୍ୟନ୍ତ ଭଜନ, ସଂକୀର୍ତ୍ତନ, ରାସ ସଙ୍ଗୀତ ଗାନ ପରିବେଷଣ କରାଯାଇଥାଏ l