ବିଜେଡିର କାର୍ଯ୍ୟକାରିଣୀ ଵୈଠକ ପଞ୍ଚାୟତ ସ୍ଥରୀୟ ସଭାପତି ଚୟନ
ବଳଙ୍ଗା ତା:-, ତା ୧୧/୪- (ସ :ମି :ସ) ବଳଙ୍ଗା ଥାନା ଅନ୍ତର୍ଗତ ନିମାପଡ଼ା ବ୍ଲକ ର ୧୮ନଂ ଜୋନ ବିଜେଡି ପକ୍ଷରୁ ସାଙ୍ଗଠନିକ ବୈଠକ ଓ ପଞ୍ଚାୟତ ସ୍ତରୀୟ ସଭାପତି ନିର୍ବାଚନ ବଳଙ୍ଗା ନିକଟସ୍ଥ କୁଅଁରପୁର ସ୍ଥିତ ଗୋଦାମ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବରିଷ୍ଠ ବିଜେଡି ନେତା ଦିଲିପ ନାୟକ , ଜିଲ୍ଲାପରିଷଦ ସଭ୍ୟା କୁଞ୍ଜଲତା ସାମଲ , ଭାଗ୍ୟଧର ଖଟୋଇ, ମାନସ ପ୍ରଧାନ ,ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳକୁ ଅଧିକ ସଂଗଠିତ ଓ କ୍ରିୟାଶୀଳ କରିବାକୁ ଉପସ୍ଥିତ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଜୋନର ସମସ୍ତ ପଞ୍ଚାଯତ ନୂତନ ସଭାପତି ଚୟନ କରାଯାଇଥିଲା। ବଳଙ୍ଗା ର ସଭାପତି କୃପାସିନ୍ଧୁ ଦତ୍ତ, କୋଠକୁସାଙ୍ଗର ପ୍ରଦୀପ କୁମାର ଦାଶ, ହରିପୁରର ସୁବୋଧ ଖୋଟଇ, ଶାଇଁସଶାସନ ପଞ୍ଚାୟତ ଅଭିମନ୍ୟୁ ସ୍ବାଇଁ,ଉଛୁପୁରୁ ପଞ୍ଚାୟତର ଅଶୋକ କୁମାର ଦାଶଙ୍କୁ ସର୍ବ ସମ୍ମତି କ୍ରମେ ସଭାପତି ଚୟନ କରାଯାଇଥିଲା।