ବିଜେଡ଼ି ରାଜ୍ୟରେ ଛିଡ଼ୁଛି ନିମାପଡ଼ାରେ ଯୋଡ଼ି ହେଉଛି..
ନିମାପଡ଼ା,(ଏ.ପି ନ୍ୟୁୟୁଜ) ବିଜେଡ଼ି ରାଜ୍ୟରେ ଛିଡ଼ିଛିଡ଼ି ଯାଉଥିବା ସମୟରେ ନିମାପଡ଼ାରେ ଦିଫାଳ ହୋଇଥିବା ଦଳ ନିମାପଡ଼ାରେ ଯୋଡ଼ି ହୋଇଯାଉଛି । ପୁରୀ ଜିଲା ସଂଙ୍ଗଠନ ଦାୟିତ୍ୱରେ ଥିବା ସଂଜୟ ଦାଶବର୍ମାଙ୍କ ହସ୍ତକ୍ଷେପ କରିବା ଫଳରେ ଦୁଇ ନେତା ଏକାଠି ହୋଇ କାମ କରୁଥିବା ବିଭିନ୍ନ ସଭାସମତିରେ ଦେଖିବାକୁ ମିଳିଛି । ନିମାପଡ଼ା ବିଜେଡ଼ିର ଦୁଇ ଗୋଷ୍ଠୀର ନେତୃତ୍ୱ ନେଉଥିବା ଦିଲିପ ନାୟକ ଏବଂ ଅନ୍ୟ ଗୋଷ୍ଠୀର ନେତୃତ୍ୱ ନେଉଥିବା ଶିକ୍ଷା ବେପାର କରୁଥିବା ସୁବ୍ରତ ନାୟକଙ୍କ ଗୋଷ୍ଠୀଙ୍କୁ ଏକାଠି ହୋଇ କାମ କରୁଛନ୍ତି । ପୁରୀ ଲୋକନାଥ ପୀଠକୁ ଉଭୟ ଗୋଷ୍ଠୀର ନେତାଙ୍କୁ ଡ଼ାକି କଠୋର ଭାଷାରେ ତାଗିଦା କରିବାପରେଦୁଇ ନେତା ଓ ସେମାନଙ୍କ କର୍ମୀ ଏକାଠି ହୋଇ କାମ କରୁଛନ୍ତି । ଦିଲିପ ନାୟକ ଓ ତାଙ୍କର କିଛି ସମର୍ଥକ ଏବଂ ସୁବ୍ରତ ଛାଟୋଇଙ୍କୁ ସମର୍ଥନ କରୁଥିବା ତିନି ଜିଲାପରିଷଦଙ୍କ ସହିତ କିଛ ସମର୍ଥ ଙ୍କ ଲୋକନାଥ ପୀଠରେ ଏକାଠି ବସାଇ ଦଳପାଇଁ କାମକରବାକୁି ତାଗିଦା କରିଥିଲେ । ଦୁଇ ଗୋଷ୍ଠୀ ଏକାଠି ହୋଇ ଦଳପାଇଁ କାମକର ନଚେତ ଯେ ନିମାପଡ଼ା ବିଜେଡ଼ି ସଂଗଠନର ଦାୟିତ୍ୱ ତୃତୀୟ ବ୍ୟକ୍ତିଙ୍କୁ ତେୃତ୍ୱତ୍ୱ ଦିଆଯିବ ଧମକ ଦେବାପରେ ଉଭୟ ଗୋଷ୍ଠୀର ସମର୍ଥକମାନେ ଏକାଠି ହୋଇ ବସୁଥିବା ଦେଖିବାକୁ ମିଳୁଛି । ବିଜେଡ଼ିର ସାଙ୍ଗଠନିକ ନିର୍ବାଚନ ବ୍ଲକ ଠାରୁ ଆରମ୍ଭ କରି ପଚାଂୟତର ସଭାପତି ,ୱାର୍ଡ଼ କମିଟି,ଗଠନ କରିବା ଇତ୍ୟାଦି ର ନିର୍ବାଚନ ହେବାପାଇଁ ଦଳ ପ୍ରସ୍ତୁତ ହେଉଛି । ଜିଲାପରିଷଦ ଜୋନ ଅନୁସାରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଜୋନ ମଧ୍ୟରେ ଥିବା ପଚାଂୟତର ସଭାପତି ନିର୍ବାଚନ ସହମତିରେ ହେଉଥିବା ପ୍ରକାଶ । ୧୮ ନଂ ଯୋନର ମଧ୍ୟରେ ଥିବା, ପଚାଂୟତ ମଧ୍ୟରୁ ୪ଟି ପଚାଂୟତର ଛାଡ଼ି ଅନ୍ୟସବୁ ସଭାପତି ଚୟନକାର୍ଯ୍ୟ ସରିଥିବା ବିଶ୍ୱସ୍ତ ଶୁତ୍ରରୁ ପ୍ରକାଶ । ଖୁବଶିଘ୍ର ୧୯ ନମ୍ବର ଯୋନ ମଧ୍ୟରେ ଥିବା ୯ଟି ପଚାଂୟତର ସାଙ୍ଗଠନିକ ବୈଠକ ଅନୁଷ୍ଠିତହୋଇ ସଭାପତିଙ୍କୁ ସର୍ବସମ୍ମତ ଭାବେ ମନୋନୀତ କରାଯିବ । ମିଳିଥିବା ସୁଚନାରୁ ପ୍ରକାଶ ଗତ ୧୨ତାରିଖ ସଂନ୍ଧ୍ୟାରେ ବଡ଼ଶିରୁବଳା ପଚାଂୟତର ଏକ ସାଙ୍ଗଠନିକ ବୈଠକ ଧନୁଆଁ ଛକ ନିକଟରେ ଥିବା ଏକ ମନ୍ଦିରରେ ହୋଇଥଲା । ଏହି ବୈଠକରେନେତା ଦିଲିପ ନାୟକ, ଜିଲାପରିଷଦ ସଭ୍ୟ କୁଞଲତା ସାମଲ, ଓ ରବିନ୍ଦ୍ର ମଲିକ ଏବଂ ବ୍ଲକ ସଭାପତି ଦୈାଡ଼ରେ ଥିବା ଭାଗ୍ୟଧର ଖଟୋଇ ଏବଂ ବିଜୟ ପଟ୍ଟନାୟକ ଉପସ୍ଥିତଥିଲେ । ସଭାପତିଙ୍କ ନାମ ସହମତି ନହେବାରୁ ଆଗାମୀ ଦିନରେ ୫ଶହ କର୍ମୀଙ୍କୁ ଡ଼ାକି ଆଉ ଗୋଟିଏ ବୈଠକ କରାଯିବ ବୋଳି ଦଳ ନିଷ୍ଫତି ନେଇଛି । ବିଜେଡ଼ି ସରକାରରେ ନଥିବାରୁ ବ୍ଲକ ସଭାପତି ଜଣେ ଭଲ ସଙ୍ଗଠକ ଆବଶ୍ୟକ କରୁଛି । ନିମାପଡ଼ା ବ୍ଲକର ସଭାପତି ଦାୟିତ ନେଉଥିବା ବ୍ୟକ୍ତି ସବୁ ପଚାଂୟତର କର୍ମୀମାନଙ୍କ ସହିତ ଯୋଗସୁତ୍ର ରଖିଥିବା ବ୍ୟକ୍ତିଙ୍କୁ ଦିଆଗଲେ ଭଲ ହେବ ବୋଲି କର୍ମୀମାନେ ଏ.ପି ନିୟୁଜକୁ କହିଛନ୍ତି । ବର୍ତମାନ ବ୍ଲକ ସଭାପତି ଦୈାଡ଼ରେ ଥିବା ଦୁଇ ବ୍ୟକ୍ତିଙ୍କର ନିମାପଡ଼ା ବ୍ଲକ ଅଧିନରେ ଥିବା ୩୨ଟି ପଚାଂୟତର ବିଜେଡ଼ି କର୍ମୀମହଲରେ ପ୍ରଭାବ ନଥିବା ଅନୁସଂନ୍ଧାନରୁ ଜଣାଯାଏ ।