Uncategorized

ଭାଜପା ନେତୃତ୍ୱକୁ କଡା ଜବାବ ଦେଲେ କଣଠେସା ନେତା

Spread It

ଭାଜପା ନେତୃତ୍ୱକୁ କଡା ଜବାବ ଦେଲେ କଣଠେସା ନେତା
ନିମାପଡ଼ା(ଏ.ପି ନ୍ୟୁଉଜ) ବିଜେପିରେ କଣ ଠେସା ହୋଇପଡ଼ିଥିବା ଭାଇନା ହଠାତ ମହାବିଷୁବ ସଂକ୍ରାନ୍ତି ଓ ମହାବୀର ଜୟନ୍ତୀ ଅବସରରେ ଏ ଶକ୍ତି ପ୍ରଦର୍ଶନ କରିବା ଘଟଣାକ ୁନେଇ ରାଜନୀତି ମହଲରେ ମୁଖ୍ୟ ଆଲୋଚନାର ବିଷୟବସ୍ତୁ ପାଲଟିଛି । ବିଶେଷକରି ବିଜେପିରେ କମ୍ପନ ସୃଷ୍ଟି ହୋଇଛି । ଭାଇନାଙ୍କ ଓଡ଼ିଆ ନୂଆବର୍ଷ ରାଲି ହେଉଥିବା ଖବର ସୁଚନା ପାଇବା ପରେ ବିଜେପି ନେତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଷୁବ ସଂକ୍ରାନ୍ତି ପାଇଁ ସ୍ତିର ହୋଇଥିବା ସମସ୍ତ କାର୍ଯ୍ୟକ୍ରମକୁୁ କାଟଂ ଛାଟଂ କରି ନିମାପଡ଼ାରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ । ଏବେ କୈାଣସି ନିର୍ବାଚନ ହେବାର ସମ୍ଭାବନା ନଥିବାବେଳେ ଭାଇନାଙ୍କ ଶକ୍ତି ପ୍ରଦର୍ଶନ କାହା ଉଦ୍ଦେଶ୍ୟରେ ବୋଲି ସାଧାରଣରେ ଆଲୋଚନା ହେଉଛି । ବଧୁଂମିଳନ ଲେଖାଥିବା ଏକ ବ୍ୟାନର ଧରି ଭାଇନାଙ୍କ ସମର୍ଥକ ଯୁବକମାନେ ବାଇକ ରାଲିକରି ନିମାପଡ଼ାରୁ ଗୋପ ବଜାର ପର୍ଯ୍ୟନ୍ତ ଯାଇଥିଲେ । ଅନୁସଂଧାନରୁ ଜଣାଯାଏ ବଧୁଂମିଳନ କହିଲେ ସାଧାରଣତ୍‌ଃ ଗୋଟିଏ ସ୍ଥାନରେ ବଧୁଂମାନେ ଏକାଠି ହୋଇ ବସିବା ଖାଇବାପିିଇବା ଅର୍ଥ ହେଉଛି ବନ୍ଧୁ ମିଳନ । ବିବାହ, ବ୍ରତ ଓ ଶୁଦ୍ଧକ୍ର୍ରିୟା ସମୟରେ ନିମନ୍ତ୍ରଣ ପତ୍ରରେ ବଧୁଂ ମିଳନ ଲେଖାଥାଏ । ଆଜି ଭାଇନା ତାଙ୍କ ଶକ୍ତିରେ ବନ୍ଧୁମିଳନନାମରେ ରାଲି କରିଥିଲେ । ନିମାପଡାର ମୂଳ ବିଜେପି ନେତୃତ୍ୱକ ତାଙ୍କୁ ଅଣଦେଖା କରୁଥିବାରୁ ସେ ବଧୁଂ ମିଳନ ରାଲି କରି ବିଜେପି ନେତୃତ୍ୱକୁ ଦୃଷ୍ଟି ଆକର୍ଷଣ ବା ଚାପ ପକାଇବା ମୂଳ ଲକ୍ଷ୍ୟ ଥିଲା । ଏହି ରାଲିରେ କୈଣସି ମୂଳ ବିଜେପିର ନେତୃତ୍ୱଙ୍କୁ ଦେଖିବାକୁ ମିଳିନଥିଲା । ଭାଇନାଙ୍କ ସମର୍ଥକ ବୋଲାଉଥିବା କିଛି ଛମୁଁଆ ଯୁବକମାନେ ରାଲି ପରିଚାଳନା କରୁଥିଲେ । । ବଧୁଂମିଳନ ରାଲି ନିମାପଡା ନୂଆ ବସ୍ ଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇ ଗୋପ ବସ୍‌ଷ୍ଟାଣ୍ଡଠାରେ ଶେଷ ହୋଇଥିଲା । ଗୋପ ଠାରେ ଏକ ସଭା ଆୟୋଜିତ ହୋଇଥିଲା । ସଭାରେ ଭାଇନାଙ୍କ ଅନୁଗତମାନେ କହି ବୁଲୁଛନ୍ତି ପଂଚାୟତ ନିର୍ବାଚନ ଆସିଲେ ସବୁ ଓଲଟ ପାଲଟ କରିଦେବେ ବୋଲି ମୂଳ ବିଜେପି ନେତୃତ୍ୱଙ୍କୁ ଆହ୍ୱାନ ଦେଇଛନ୍ତି । ବିଜେପିଦଳର ସ୍ୱାଇଁ ବାବୁ କହିଛନ୍ତି କୋଣାର୍କ ଏନ.ଏ.ସି ଓ ଗୋପବ୍ଲକକୁ ନେଇ ଏକ ନୂତନ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠନ ହେବାପାଇଁ ଦାବୀ ଜୋର ଧରିଲାଣି । ଭାଇନାଙ୍କୁ ବିଜେପିରେ ପ୍ରଭାତୀ ପରିଡ଼ା ଥିବା ପର୍ଯ୍ୟନ୍ତ ନିମାପଡ଼ା ଆସନ ପାଇଁ ପାର୍ଟି ଟିକଟ ମିଳିବା ଆଶା କ୍ଷୀଣ । ନିମାପଡା ବିଧାନସଭା କ୍ଷେତ୍ରକୁ ଦୁଇଭାଗକରି ଏକ ନୂତନ ବିଧାନସଭା ଆସନ ଗଠନ ହେବାର ସମ୍ଭାବନା ରହିଛି । ତେଣୁ ଏବେ ଠାରୁ ଭାଇନାଙ୍କ ନୂଆ ନିର୍ବାଚନ ମଣ୍ଡଳୀର ନେତା ହେବାପାଇଁ ବାରମ୍ବାର ଗୋପ ଗ୍ରସ୍ତ କରୁଛନ୍ତି । ଭାଇନା ବିଜେପିରେ ଥିବାରୁ ସଂଖ୍ୟାଲଘୁ ମାନେ ଭାଇନାଙ୍କୁ ସନ୍ଦେହରେ ଦେଖୁଛନ୍ତି କାରଣ ୱାକଅପଂ ବୋର୍ଡ କୁ ବିଜେପି ସଂସଦରେ ପାଶ କରାଇନେବାକୁ ସଂଖ୍ୟୃାଲଘୁମାନଙ୍କୁ ଅସନ୍ତୁଷ୍ଟ କରିଛନ୍ତି । ଭାଇନା ଗୋପରେ ବହୁସମୟ ଦେଉଥିବା ଦେଖିବାକୁ ମିଳିଛି । ଭାଇନା ବିଜେପିମିଶି ଅଣନିଶ୍ୱାସୀ ହୋଇପଡ଼ିଲାଣି । ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ସେ ଦଳ ଛାଡ଼ିପାରୁ ନାହାଁନ୍ତିକି ପ୍ରଭାତୀ ପରିଡ଼ାଙ୍କୁ ସହିପାରୁନାହାଁନ୍ତି । ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେପିର ଦୁଇ ଗୋଷ୍ଠୀ ପରଷ୍ପରକୁ ସହିପାରୁନାହାଁନ୍ତି । ସମର୍ଥକମାନେ ରାଲି କରି ବହୁସମର୍ଥକ ରାଲିରେ ଯୋଗଦେଇଥିଲେ ବୋଲି କର୍ମୀମାନେ ଆତ୍ମସନ୍ତୋଷ ଲାଭକରିଛନ୍ତି, କହି ବୁଲୁଛନ୍ତି ମୋ ସହିତ ଲୋକମାନେ ଅଛନ୍ତି । ଯେଉଁଠି ବସିଲେ ୫୦ ଲୋକ ଜମାହେଉଛନ୍ତି । କିନ୍ତୁ ପୁରୁଣା ଦାମ୍ଭିକତା ଆଉ ଦେଖିବାକୁ ମିଳିୁନାହିଁ । ଦଳରେ ଥାଇ ଜିଲା କିମ୍ବା ରାଜ୍ୟ ନେତୃତ୍ୱ ଠାରୁ ଅନୁମତି ନନେଇ ରାଲି କରିବା ଘଟଣାକୁ ପାର୍ଟି ଠିକଭାବେ ଦେଖୁ ନଥିବା ଜଣାଯାଏ । ଭାଇନାଙ୍କ ଦୃଢ ସମର୍ଥକ କହିଛନ୍ତି ଦଳ ବିରୋଧି କାମକଲେ ଦଳରୁ ବାହରକରିଦେବେ ସେ ଶୃଙ୍ଖଳଭିତରୁ ବାହାରିଆସିବେ ।

Leave a Reply

Your email address will not be published. Required fields are marked *