ବିଜେଡ଼ି ପକ୍ଷରୁ ବିଜୁବାବୁଙ୍କ ଶ୍ରାଦ୍ଧୋତ୍ସବ ପାଳନ
ବିଜେଡ଼ି ପକ୍ଷରୁ ବିଜୁବାବୁଙ୍କ ଶ୍ରାଦ୍ଧୋତ୍ସବ ପାଳନ
ନିମାପଡ଼ା, ୧୭/୪(ଏପି ନ୍ୟୁଜ) ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ନିମାପଡ଼ା ବ୍ଲକ ବିଜୁ ଜନତା ଦଳପକ୍ଷରୁ ପାଳିତ ହୋଇଯାଇଛି। ବିଜେଡ଼ି କର୍ମୀମାନେ ଶ୍ରୀମୁଖ ଛକଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିତଳେ ଏକାଠି ହୋଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ବିଜୁବାବୁ ଅମରରହେ ଧ୍ବନି ଦେଇଥିଲେ। ସେଠାରୁ ଏକ ବାଇକ ଶୋଭାଯାତ୍ରାରେ କର୍ମୀମାନେ ବିଜୁବାବୁ ଅମର ରହେ ଧ୍ବନିଦେଇ ନିମାପଡ଼ା ଆସି ହାଇସ୍କୁଲ ସମ୍ମୁଖରେ ଥିବା ବିଜୁବାବୁଙ୍କ ପ୍ରତିମୂତ୍ତି ସହ ନିମାପଡ଼ା ଏନ.ଏ.ସିର ବିଭିନ୍ନ ୱାର୍ଡ଼ରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିେଲ। ଏହି ଶାେଭାଯାତ୍ରାରେ ଜିଲାପରିଷଦ ସଭ୍ୟ କୁଞ୍ଜଲତା ସାମଲ, ରବିନ୍ଦ୍ର ମଲ୍ଲିକ ୨୧ ନମ୍ବର ଜିଲାପରିଷଦଙ୍କ ପ୍ରତିନିଧି ଦୁର୍ଲଭ ନାୟକ, ଭାଗ୍ୟଧର ଖଟୋଇ, ମାନସ ପ୍ରଧାନ ଦିଲିପ ପାତ୍ର ଦୀପକ ଦାସ, ସୁନୀଲ ରଥ, ପବିତ୍ରମୋହନ ମହାପାତ୍ର କାଉନସିଲର ଧନୁର୍ଦ୍ଧର ଦାସ ପ୍ରମୁଖ ଯୋଗଦେଇ ଥିଲେ ।