ରାଜ୍ୟ

ଦୁଇଫୁଟ ଲମ୍ବର ନାଗସାପ ଉଦ୍ଧାର ହେଲା ଚାରିଛକ (ନିମାପଡା) ରୁ

Spread It
 
ଦୁଇଫୁଟ ଲମ୍ବ ର ନାଗସାପ ଉଦ୍ଧାର।
(ସନ୍ତୋଷ ଦାଶଚାରିଛକ)ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହୁଥିବାରୁ ବିଷଧର ସାପ ସବୁ ଗାଁ , ଗଣ୍ଡା ,ଗୃହ ରେ ପ୍ରବେଶ କରୁଛନ୍ତି। ଆଜି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଂଚାୟତସୁଧବାରିମୂଳ ଗ୍ରାମର କଳ୍ପତରୁ ସାହୁ ଙ୍କ ଘରୁ ଦୁଇଫୁଟ ଲମ୍ବର ଏକ ନାଗ ସାପ ଉଦ୍ଧାର କରାଯାଇଛି।ଆଜି ଦିନ ୧୨ଟା ସମୟରେ ଘରେ ନାଗ ସାପ ପଶିଥିବା ଜାଣି କଳ୍ପତରୁ କାକଟପୁର ର ସାପ ଧରାଳି  ବ୍ରଜ କିଶୋର ସାହୁ ଙ୍କୁ ଖବର ଦେଇଥିଲେ।ଖବର ପାଇ ବ୍ରଜ ସୁଧ ବାରିମୂଳ ଗ୍ରାମ ରେ ପହଂଚି ଖୋଜାଖୋଜି କରି ଘରୁ ସାପଟିକୁ ଉଦ୍ଧାର କରିନେଇ ସ୍ଥାନୀୟ ଜଙ୍ଗଲ ରେ ଛାଡ଼ିଦେଇ ଥିବା ଜଣାପଡିଛି । ସାପଟି ଦୁଇ ବର୍ଷ ବୟସ ର ହେବ ବୋଲି ସାପ ଧରାଳି ବ୍ରଜ କିଶୋର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *